Home ଜିଲ୍ଲା ପରିକ୍ରମା ନୋଇଡାରେ ଶ୍ରମିକ ମାନଙ୍କ ଉପରେ ହୋଇଥିବା ସରକାରୀ ଆକ୍ରମଣ ବିରୁଦ୍ଧରେ ସିଆଇଟିୟୁ ପକ୍ଷରୁ ଭଦ୍ରକରେ ପ୍ରତିବାଦ...

ନୋଇଡାରେ ଶ୍ରମିକ ମାନଙ୍କ ଉପରେ ହୋଇଥିବା ସରକାରୀ ଆକ୍ରମଣ ବିରୁଦ୍ଧରେ ସିଆଇଟିୟୁ ପକ୍ଷରୁ ଭଦ୍ରକରେ ପ୍ରତିବାଦ ସଭା

8

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜାତୀୟ ରାଜଧାନୀ ଅଂଚଳ ( ଏନ୍ ସି ଆର) ଓ ବିଶେଷକରି ନୋଇଡା ଅଂଚଳରେ ଶିଳ୍ପ ଶ୍ରମିକ ମାନଙ୍କ ଉପରେ ହୋଇଥିବା ସରକାରୀ ଆକ୍ରମଣ ଓ ପୋଲିସ୍ ଦମନ ବିରୁଦ୍ଧରେ ସିଆଇଟିୟୁ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଭଦ୍ରକ ବନ୍ତ ଛକ ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଦିନକୁ ୮ ଘଂଟା କାମ କରିବାର ଅଧିକାରର ସୁରକ୍ଷା, ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ, ଶ୍ରମିକ ମାନଙ୍କ ମଜୁରୀ ବୃଦ୍ଧି, ଶ୍ରମିକ ମାନଙ୍କୁ ସାମାଜିକ ନ୍ୟାୟ ଆଦି ଦାବି କରି ନୋଇଡା ଓ ଜାତୀୟ ରାଜଧାନୀ ଅଂଚଳ ରେ ଶିଳ୍ପ ଶ୍ରମିକ ମାନେ ଶାନ୍ତିପ୍ରିୟ ଆନ୍ଦୋଳନ ଚଳାଇ ଥିବା ବେଳେ ଶିଳ୍ପପତି ଶ୍ରେଣୀ ନିର୍ଦେଶରେ ଦିଲ୍ଲୀ ପୋଲିସ, ଉତରପ୍ରଦେଶ ପୋଲିସ ଓ ହରିୟାଣା ପୋଲିସ ଯେପରି ଭାବେ ଆକ୍ରମଣ କରି ଲହୁଲୁହାଣ କରି , ମିଥ୍ୟା ମକଦ୍ଦମାରେ ଶ୍ରମିକ ନେତା ମାନଙ୍କୁ ଜେଲଖାନାରେ ଭର୍ତି କରିଛନ୍ତି, ତାହା ଗଣତାନ୍ତ୍ରିକ ରାଷ୍ଟ୍ରରେ ଗ୍ରହଣୀୟ ନୁହେଁ ବୋଲି ସଭାରେ ଯୋଗ ଦେଇଥିବା ନେତୃବୃନ୍ଦ ପ୍ରକାଶ କରିଛନ୍ତି ଓ ଜେଲଖାନାରେ ଥିବା ଶ୍ରମିକ ନେତା ମାନଙ୍କୁ ଖଲାସ କରିବାକୁ ଦାବି କରିଛନ୍ତି । ଦୋଷୀ ପୋଲିସ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ପ୍ରତିବାଦ ସଭାରେ ସିଆଇଟିୟୁ ଭଦ୍ରକ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ, ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ଜିଲ୍ଲା ଆବାହକ ବିକାଶ ନାଥ, ଓଡିଶା କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ଭଦ୍ରକ ଓକିଲ ସଂଘ ପୂର୍ବତନ ଉପସଭାପତି ଅଶୋକ କୁମାର ନାୟକ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଂପାଦିକା ସୁରଜିତା ନାୟକ, ଆଇନଜୀବୀ ଦେବେନ୍ଦ୍ର ନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.