Home ଜିଲ୍ଲା ପରିକ୍ରମା ସି.ବି.ଏସ.ଇ. ଦଶମ ପରୀକ୍ଷାରେ ଅଂଶୁମାନ ଜିଲ୍ଳା ଟପ୍ପର, ଜିଲ୍ଳାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ସି.ବି.ଏସ.ଇ. ଦଶମ ପରୀକ୍ଷାରେ ଅଂଶୁମାନ ଜିଲ୍ଳା ଟପ୍ପର, ଜିଲ୍ଳାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

20

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାର ଏକ ଅଗ୍ରଣୀ ସ୍କୁଲ ଭାବରେ ଖ୍ୟାତି ଲାଭ କରିଥିବା ଏସ.ବି.ଡ଼ି. ଇଂଟରନ୍ୟାସନାଲ୍ ସ୍କୁଲର ଅଂଶୁମାନ ମୋହନ ନାୟକ ଜିଲ୍ଲା ଟପ୍ପର ହୋଇଛନ୍ତି। ପ୍ରକାଶ ପାଇଥିବା ସିବିଏସ୍‌ଇ ଦଶମ ପରୀକ୍ଷାରେ ଏସ.ବି.ଡ଼ି. ଇଂଟର ନ୍ୟାସନାଲ୍‌ର ସ୍କୁଲର ଛାତ୍ରଛାତ୍ରୀମାନେ ଆଶାତୀତ ସଫଳତା ଅର୍ଜନ କରିଛନ୍ତି। ତନ୍ମମଧ୍ୟରୁ ଅଂଶୁମାନ ମୋହନ ନାୟକ ସର୍ବାଧିକ ୯୯.୪ % ରଖି ବିଦ୍ୟାଳୟ ତଥା ଜିଲ୍ଲାର ପ୍ରଥମ ସ୍ଥାନ ଅଳଙ୍କୃତ କରିବା ସହିତ ସମଗ୍ର ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି। ଅଂଶୁମାନ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଦୀର୍ଘ ୧୦ବର୍ଷ ଧରି ଏସ.ବି.ଡ଼ି. ସ୍କୁଲରେ ଅଧ୍ୟୟନ କରୁଥିଲେ। ତାଙ୍କ ବାପାଙ୍କ ନାମ ଚିନ୍ମୟ କୁମାର ନାୟକ ଓ ମାତାଙ୍କ ନାମ ଅସୀମା ନାୟକ। ସେ ତାଙ୍କ ପିତାମାତାଙ୍କର ଏକମାତ୍ର ସନ୍ତାନ। ବାପା ଚିନ୍ମୟ ନାୟକ ଓଡ଼ିଶା ହାଇକୋର୍ଟର ଲିଗାଲ ଅଫିସରଭାବେ କାର୍ଯ୍ୟରତ ଥିଲାବେଳେ ମାତା ଅସୀମା ନାୟକ ରାଜସ୍ୱ ସହାୟକଭାବେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଗ୍ରାମ କୁଶଗଡ଼ିଆ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି। ଏହି ସଫଳତାକୁ ନେଇ ଆୟୋଜିତ ଉତ୍ସବରେ ଜିଲ୍ଲାପାଳ ଦିଲିପ ରାଉତରାଏ ଯୋଗ ଦେଇ ଅଂଶୁମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କର ପିତାମାତା, ବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ପ୍ରତିଷ୍ଠାତା ଆନନ୍ଦାନନ୍ଦ ଦୀକ୍ଷିତ୍‌, ଚେୟାୟମ୍ୟାନ ଦେବାଶିଷ ଦୀକ୍ଷିତ୍ ଏବଂ ମ୍ୟାଡ଼ାମ ଆଶାବରୀ କର, ପରିଚାଳନା ନିର୍ଦ୍ଦେଶକ ବିଦ୍ୟାଧର ଅଗସ୍ତି ଓ ମ୍ୟାଡ଼ାମ ବନ୍ଦିତା ଦୀକ୍ଷିତ୍‌, ମାର୍ଗଦର୍ଶକ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ଓ ଦେବେନ୍ଦ୍ର ଶତ୍‌ପଥି, ଶିକ୍ଷାବିତ୍ ବିପିନ୍ ବିହାରୀ କର, ସମସ୍ତ ଶିକ୍ଷକ, ଶକ୍ଷୟିତ୍ରୀ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ଖୁସିବ୍ୟକ୍ତ କରିବାସହ ତାଙ୍କର ଆଗାମୀ ଭବିଷ୍ୟତର ଉତରେତର ଉନ୍ନତି କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.