Home ଜିଲ୍ଲା ପରିକ୍ରମା “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା”ରେ ଭଦ୍ରକରେ ଆସନ୍ତା ୨୧ ରେ ୨୫ ଯୋଡା ବର-କନ୍ୟାଙ୍କ ବିବାହ

“ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା”ରେ ଭଦ୍ରକରେ ଆସନ୍ତା ୨୧ ରେ ୨୫ ଯୋଡା ବର-କନ୍ୟାଙ୍କ ବିବାହ

13

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରତ୍ୟେକ ପରିବାର ପାଇଁ ଝିଅର ବିବାହ ଜୀବନର ଏକ ସ୍ମରଣୀୟ ଓ ଭାବପ୍ରବଣ ମୁହୂର୍ତ। ଆର୍ôଥକ ଭାବେ ଅନଗ୍ରସର ପରିବାରମାନଙ୍କ ପାଇଁ ଏହି ଖୁସିକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇଛନ୍ତି। ଆସନ୍ତା ୨୧.୦୪.୨୦୨୬ ତାରିଖରେ ଭଦ୍ରକ ସହିଦ ସ୍ମୃତି ଭବନ ଟାଉନ ହଲ୍ ଠାରେ ୨୫ ଯୋଡ଼ା ବର–କନ୍ୟାଙ୍କର ବୈଦିକ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟକ୍ରମ ଜିଲ୍ଲାପାଳ, ଭଦ୍ରକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେବ। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ କନ୍ୟାଙ୍କୁ ସର୍ବମୋଟ ୬୦,୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ସେଥିମଧ୍ୟରୁ ୪୫,୦୦୦ ଟଙ୍କା କନ୍ୟାଙ୍କ ନିଜସ୍ୱ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଜମା ହେବାର ବ୍ୟବସ୍ଥା ରହିଛି ଏବଂ ଅବଶିଷ୍ଟ ୧୫,୦୦୦ ଟଙ୍କା ନିୟୋଜିତ କାର୍ଯ୍ୟକାରୀ ସଂସ୍ଥାଙ୍କୁ ବିବାହ ସମ୍ବନ୍ଧୀୟ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ପ୍ରଦାନ କରାଯାଏ। ସରକାରଙ୍କ ଏହି ଅଭିନବ ଓ ଜନମୁଖୀ ପଦକ୍ଷେପ ନବଦମ୍ପତିମାନଙ୍କୁ ଏକ ସୁନ୍ଦର, ସୁରକ୍ଷିତ ଓ ସୁଖମୟ ନୂତନ ଜୀବନର ଆରମ୍ଭ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.