Home ଜିଲ୍ଲା ପରିକ୍ରମା ଧାମନଗର : ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୯ତମ ତିରୋଧାନ ଦିବସ ପାଳିତ, ପ୍ରତିମୂର୍ତିରେ ମଲ୍ୟାର୍ପଣ ସହ...

ଧାମନଗର : ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୯ତମ ତିରୋଧାନ ଦିବସ ପାଳିତ, ପ୍ରତିମୂର୍ତିରେ ମଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ

9

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଜାତିର ଗର୍ବ ଓ ଗୌରବ, ଆଧୁନିକ ଓଡିଶାର ନିର୍ମାତା,ଶ୍ରେଷ୍ଠ ପାଇଲଟ,ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିବା ଓଡ଼ିଆଙ୍କ ସ୍ୱାଭିମାନର ପ୍ରତୀକ ତଥା ୩ଟି ରାଷ୍ଟ୍ର ଯାହାଙ୍କ ଗାଥା ଗାଏ,ବିଦେଶ ମାଟିରେ ଯାହାଙ୍କୁ ଭୂମିପୁତ୍ର ସମ୍ମାନ ମିଳିଛି ଏବଂ ଓଡ଼ିଶା ଓ ଓଡ଼ିଆଙ୍କ ବିକାଶ ପାଇଁ ଯିଏ ସର୍ବଦା ନିଜକୁ ସମର୍ପିତ କରିଥିଲେ। ସେହି ମହାନ୍ ଜନନାୟକ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ମହାଆଡମ୍ବରେ ପାଳନ କରାଯାଇଛି। ଏହି ଅବସରରେ ଧାମନଗର ନଗର ବିଜେଡି ତରଫରୁ ସଭାପତି ବିଜୟ କେତନ ସାହୁଙ୍କ ତତ୍ୱାବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସହରାଂଚଳରେ ସ୍ଥାପିତ ବିଜୁବାବୁଙ୍କ ପ୍ରତିମୂର୍ତିରେ ମଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ପରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ରୋଗୀ ମାନଙ୍କୁ ଫଳ ବଂଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା ଯୋଗ ଦେଇ ଏକ ପଥପ୍ରାନ୍ତ ସଭାରେ ବିଜୁ ବାବୁଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ,ଏଥିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ,ବ୍ଲକ ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ,ଏନ ଏ ସି ଉପାଧ୍ୟକ୍ଷ ଓସିମ ଏଜଦାନି କାଦରୀ,ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ,ସମିତି ସଭ୍ୟ ସୂର୍ଯ୍ୟକାନ୍ତ ନାୟକ,ଜ୍ଞାନରଞ୍ଜନ ମହାକୁଡ଼,କାଉନସିଲ ରହିଛି ରହିମା ଖାତୁନ,ନଜମା ଖାତୁନ,ଜୟନୁଲ ହକ,ବିଜେଡି ନେତା ଲମ୍ବୋଦର ଜେନା,ସେକ ଜାଫର ଅଲ୍ଲୀ,ରବିନ୍ଦ୍ର କୁମାର ଯେନା,ମୀର ମୁରତୁଜା,କୈଳାସ ସ୍ୱାଇଁ,ଭଗବାନ ତ୍ରିପାଠୀ,ରମେଶ ଚନ୍ଦ୍ର ଯେନା,ବିଷ୍ଣୁ ଯେନା,ଧନୁର୍ଦ୍ଧର ମଳିକଙ୍କ ସମେତ ବହୁ ଦଳୀୟ କର୍ମକର୍ତା ଉପସ୍ଥିତ ରହି ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସେହିପରି ଧାମନଗର ବ୍ଲକ ବିଜୁ ଜନତା ଦଳ ତରଫରୁ ଧୁଷୁରୀ ବଜାର ଠାରେ ମଧ୍ୟ ବିଜୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଗାନ୍ଧୀଘାଟଠାରେ ତିଳତର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଧାମନଗର ପଂଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ,ଜିଲ୍ଲା ପରିଷଦ ପ୍ରଦୀପ କୁମାର ମଲ୍ଲିକ,ସାରଦା ପ୍ରସନ୍ନ ସାହୁ,ସମିତି ସଭ୍ୟ ଭାରତ ବିଜୟ ଦଳାଇ,ସରପଂଚ ଅଜୟ କୁମାର ମଲ୍ଲିକ, ଶୀତାକାନ୍ତ ମିଶ୍ର,ବିଜେଡି ନେତା ଉମେଶ ଚନ୍ଦ୍ର ମହାନ୍ତି,ସଂନ୍ଦୀପ ସ୍ୱାଇଁ,ରାଜେନ୍ଦ୍ର ପଲାଇ,ବିଜୟ କୁମାର ମିଶ୍ର,ବ୍ରଜେନ୍ଦ୍ର ମହାନ୍ତି,ସ୍ଥାନୀୟ ଅଂଚଳର ବହୁ ବିଜୁ ପ୍ରେମୀ ଯୁବ ଛାତ୍ର ପ୍ରମୁଖ ଯୋଗ ଦେଇ ପ୍ରତିମୂର୍ତିରେ ମଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସ୍ୱର୍ଗତ ବିଜୁବାବୁ ଅମର ରହେ ସ୍ଲୋଗାନରେ ପ୍ରକମ୍ପିତ ହେଲା ଧାମନଗର ସ୍ମୃତିଚାରଣ କରିଥିଲେ। ସେହିପରି ଅପରାହ୍ନରେ ଧାମନଗର ବିଜୁ ଜନତା ଦଳ ପକ୍ଷରୁ ଧୂଷୁରୀ ପୂଜ୍ୟ ପୂଜା ଭବନରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅତିଥି ମାନେ ଯୋଗଦେଇ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଧାମନଗର ବ୍ଲକ ବିଜେଡି ସଭାପତି ପ୍ରତାପ ସାମଲଙ୍କ ସଭାପତିତ୍ୱରେ “ବିଜୁ ବାବୁଙ୍କ ଦେଶପ୍ରେମ ଏବଂ ଓଡ଼ିଶା ବିକାଶରେ ଅବଦାନ” ଆଲୋଚନା ଚକ୍ରରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଡ଼ ବ୍ୟୋମକେଶ ରାୟ, ଧାମନଗର ନିର୍ବାଚନ ମଣ୍ଡଳୀ ନେତା ଡାକ୍ତର ସଞ୍ଜୟ ଦାସ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଟୁନିବାଳା ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ , ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଧାମନଗର ଏନଏସି ଅଧ୍ୟକ୍ଷା ନିବେଦିତା ଜେନା ,ପୂର୍ବତନ ସଭାପତି ଉମେଶ ମହାନ୍ତି, ଆଇନଜୀବୀ ଅମରେନ୍ଦ୍ର ମହାନ୍ତି, ଧୁଷୁରୀ ସେବା ସମବାୟ ସମିତି ସଭାପତି ସନ୍ଦୀପ ସ୍ୱାଇଁ ଏବଂ ବହୁ ଲୋକପ୍ରତିନିଧିଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ ତଥା ଶତାଧିକ କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.