Home ଜିଲ୍ଲା ପରିକ୍ରମା ପୂର୍ବ ଶତ୍ରୁତାରୁ ଗୃହଦାହ ଘଟଣା,୬ମାସ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ପୂର୍ବ ଶତ୍ରୁତାରୁ ଗୃହଦାହ ଘଟଣା,୬ମାସ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

7

ଭଦ୍ରକ, ୧୫ା୪ ( (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଫତେପୁର ପଂଚାୟତ ଅଧୀନ ବିଭୂତିପୁର ଗ୍ରାମର ପୂର୍ବ ଶତ୍ରୁତାରୁ ସେହି ଗ୍ରାମର ୨ଜଣ ଯୁବକ ଗୃହଦାହ କରିଥିବା ଅଭିଯୋଗ ହୋଇଥିଲା।ମାତ୍ର ମୁଖ୍ୟଅଭିଯୁକ୍ତ ସୁନୀଲ ରାଉତ ଫେରାର ଥିଲା। ଇତି ମଧ୍ୟରେ ୬ମାସ ବିତିଯାଇଥିଲେ ମଧ୍ୟ ପୋଲିସ ତାକୁ ଧରିବାକୁ ସକ୍ଷମ ହୋଇନଥିଲା।ନୂତନ ଆଇଆଇସି ଲୋପାମୁଦ୍ରା ନାୟକ ଯୋଗଦେବାପରେ ମୁଖ୍ୟଅଭିଯୁକ୍ତ ସୁନୀଲକୁ ମଙ୍ଗଳବାର ଗୋଳାପୋଖରୀ ଛକରୁ ଗିରଫକରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ ,ବିଭୂତିପୁର ଗ୍ରାମର ରଞ୍ଜନ ରାଉତ ଏବଂ ତାଙ୍କ ଭାଇ ଗୌରାଙ୍ଗ ରାଉତଙ୍କ ପରିବାର ସହ ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କର ଜମିଜମାକୁ ନେଇ ଶତ୍ରୁତା ଥିଲା । ନଭେମ୍ବର ୨୧ତାରିଖ ୨୦୨୫ ମସିହାରେ ସରପଂଚ ଓ ଗ୍ରାମବାସୀଙ୍କ ମାଧ୍ୟମରେ ଏହାର ସମାଧାନ ପାଇଁ ନିଷ୍ପତି ହୋଇଥିଲା । ମାତ୍ର ଅପରପକ୍ଷ ଏହାକୁ ନମାନି ବିଭିନ୍ନ ପ୍ରକାର ଧମକ ଦେବା ସହ ଗାଳିଗୁଲଜ କରିଥିଲେ । ସେହିଦିନ ବିଳମ୍ୱିତ ରାତିରେ ଅପରପକ୍ଷ ଯୁବକଜଣକ ରଞ୍ଜନଙ୍କ ଚାଳଛପର ଉପରେ ଚଢ଼ି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।ଫଳରେ ରଂଜନ ଓ ତାଙ୍କ ଭାଇଙ୍କର ୩ବଖରାଘର ପୋଡି ପାଉଁଶ ହୋଇଯାଇଛି। ଘରେ ଶୋଇଥିବା ରଞ୍ଜନ ଏବଂ ତାଙ୍କ ଭାଇ ଓ ପରିବାରବର୍ଗ ଘର ବାହାରକୁ ଆସି ଘଟଣା ସମ୍ପର୍କରେ ଜାଣିବା ସହ ନିଆଁ ଲଗାଇଥିବା ଯୁବକଙ୍କୁ କାବୁ କରିଥିଲେ । ମାତ୍ର ସେହି ଯୁବକ ରଞ୍ଜନଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା।ଘର ଭିତରେ ଥିବା ସମସ୍ତ ଆସବାବ ପତ୍ର ସହ ଟଙ୍କା ଓ ଅଳଙ୍କାର ଜଳି ଯାଇଥିଲା । ତେବେ ବାସ ହରାଇଥିବା ୨ଭାଇ ଓ ତାଙ୍କ ପରିବାରର ସଦସ୍ୟମାନେ ଏନେଇ ଅଭିଯୋଗ କରିବାସହ ଥାନାରେ ଆଶ୍ରୟ ନେଇଥିଲେ । ଏସମ୍ପର୍କରେ ପୋଲିସ ୩୮୫/୨୫ ମକଦ୍ଦମା ରୁଜୁକରି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତତ୍କାଳୀନ ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ପ୍ରତିଶ୍ରୁତି ଦେବା ପରେ ସେମାନେ ଗାଁକୁ ଫେରିଥିଲେ ।ପରେ ଅଭିଯୁକ୍ତ ନିମାଇଁ ରାଉତ କୋର୍ଟରେ ଆତ୍ମସମର୍ପଣକରି ଜାମିନିରେ ଆସିଥିବାବେଳେ ସୁନୀଲ ଫେରାରଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.