Home ଜିଲ୍ଲା ପରିକ୍ରମା କୋରୁଆ ପଟଣା ସାହିରେ ୩୭ ବର୍ଷର ପାରମ୍ପରିକ କୀର୍ତନ ଉତ୍ସବ

କୋରୁଆ ପଟଣା ସାହିରେ ୩୭ ବର୍ଷର ପାରମ୍ପରିକ କୀର୍ତନ ଉତ୍ସବ

2

ଭଦ୍ରକ, ୧୫ା୪ ( (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ ଗୋବିନ୍ଦପୁର ପଂଚାୟତର କୋରୁଆ ପଟଣା ସାହିରେ ଗତ ୩୭ ବର୍ଷ ଧରି ପାରମ୍ପରିକ ଭାବେ କୀର୍ତନ ଉତ୍ସବ ଅନୁଷ୍ଠିତ ହୋଇଆସୁଛି। ଏହା ପଣା ସଂକ୍ରାନ୍ତି ମଧ୍ୟରାତ୍ରୀରେ ଆରମ୍ଭ ହୋଇ ଦୁଇଦିନ ଚାଲେ।ଏହି ବର୍ଷ ମଧ୍ୟ ବହୁ ଆଡମ୍ବର ଓ ଭକ୍ତିମୟ ପରିବେଶରେ ଉତ୍ସବ ପାଳିତ ହୋଇଛି। ଉତ୍ସବରେ ଦୂର-ଦୁରାନ୍ତରୁ ପାଂଚଟି କୀର୍ତନ ଦଳ ଯୋଗଦେଇ ଭଜନ, ନାମସଂକୀର୍ତନ ଓ ଭକ୍ତି ସଙ୍ଗୀତ ପରିବେଶନ କରିଥିଲେ। ସମଗ୍ର ସାହି ଭକ୍ତିରସରେ ମୁଗ୍ଧ ହୋଇଯାଇଥିବା ବେଳେ କୀର୍ତନ ଦେଖିବା ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ଏହି ମହୋତ୍ସବକୁ ସଫଳ କରିବାରେ କମିଟି ସଦସ୍ୟ ଜିତେନ୍ଦ୍ର ବେହେରା, ଅନିଲ ବେହେରା, କାଳନ୍ଦୀ ବେହେରା(କୁନା)ବାପି ନାୟକ,ଭକ୍ତ ବନ୍ଧୁ ନାଥ,ଗଧୁଲି ଗାୟା,ସୁଶାନ୍ତ ମହାକୁଡ,ଗଣେଶ ବେହେରା, ଦିନେଶ ବେହେରା ଧନେଶ୍ୱର ବେହେରା ଓ ରବୀନ୍ଦ୍ର ନାଥ, ରୀଙ୍କୁ ନାଥ, ଅଜିତ୍ ବେହେରା, ସୁଶିଲ ବେହେରା ପ୍ରମୁଖ ସକ୍ରିୟ ଭୂମିକା ନିଭାଇଥିଲେ। ଉପଦେଷ୍ଟା ମଣ୍ଡଳୀରେ ଦିବାକର ବେହେରା,ପୁରୁଷୋତମ ବେହେରା, ସୁରିଆ ବେହେରାଙ୍କ ଅର୍ଜୁନ ବେହେରା,ମଧୁସୂଦନ ନାଥ ନିମାଇଁ ନାଥ ଶ୍ରୀଧର ନାଥ, ଶିବ ବେହେରା ସହ ସାମ୍ବାଦିକ କାଳନ୍ଦୀ ବେହେରା ପ୍ରମୁଖ ଉପସ୍ଥିତ ରହି ଉତ୍ସବକୁ ଅଧିକ ଗରିମାମୟ କରିଥିଲେ।ଏହି ପାରମ୍ପରିକ କୀର୍ତନ ଉତ୍ସବ ଅଂଚଳରେ ଧାର୍ମିକ ଏକତା,ସାମ୍ପ୍ରଦାୟିକ ସମ୍ମିଳନ ଓ ସଂସ୍କୃତିକ ଐତିହ୍ୟକୁ ଆହୁରି ସୁଦୃଢ କରିଥିବା ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.