Home ଜିଲ୍ଲା ପରିକ୍ରମା ଶୁଭମ ପକ୍ଷରୁ ଡ଼ ବି ଆର ଆମ୍ବେଦକରଙ୍କ ଜୟନ୍ତୀ, ଆମ୍ବେଦକରଙ୍କ ବିଚାର ଧାରା ସମାଜରେ ପ୍ରତିଫଳନ...

ଶୁଭମ ପକ୍ଷରୁ ଡ଼ ବି ଆର ଆମ୍ବେଦକରଙ୍କ ଜୟନ୍ତୀ, ଆମ୍ବେଦକରଙ୍କ ବିଚାର ଧାରା ସମାଜରେ ପ୍ରତିଫଳନ ହେଉ

6

ଭଦ୍ରକ, ୧୫ା୪ ( (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ସାହେବ ଭୀମ ରାଓ ଆମ୍ବେଦକର ବହୁ ଘାତ ପ୍ରତିଘାତ ଦେଈ ଗତି କରି ଜୀବନ ରେ ଲକ୍ଷ ପଥରେ ପହଂଚି ପାରିଥିଲେ। ତେଣୁ ସେ ସମାଜ ରେ ଦଳିତ ଗରିବ ଏବଂ ଅବହେଳିତ ଙ୍କ କଥା ଓ ବ୍ୟଥା କୁ ନିଜେ ହୃଦୟଙ୍ଗମ କରି ଥିବାରୁ ସେମାନଙ୍କୁ କିପରି ନ୍ୟାୟ ଦିଆଯିବ ଏବଂ ସେମାନଙ୍କ ଉତାନ କିପରି ହେବ ସେଥିପାଇଁ ସେ ସମ୍ବିଧାନ ରେ ବିଭିନ୍ନ ଅନୁଛେଦ ରେ ସମାନଙ୍କ ସୁରକ୍ଷା କଥା ଉଲ୍ଲେଖ କରିଛନ୍ତି। ବିଶେଷ କରି ଦଳିତ, ଗରିବ ଏବଂ ଅବହେଳିତ ଙ୍କୁ ସାମାଜିୟ ନ୍ୟାୟ ଓ ସାମାଜିକ ସୁରକ୍ଷା କିପରି ମିଳିବ ସେଥିପାଇଁ ସେ ଜୀବନ ରେ ଶେଷ ପର୍ଯ୍ୟନ୍ତ ଅହରହ ଉଦ୍ୟମ ଜାରି ରଖିଥିଲେ। ତେଣୁ ତାଙ୍କର ସେହି ବିଚାର ଧାରା ସମାଜ ରେ ପ୍ରତିଫଳନ ହେଲେ ଅନେକ ଗରିବ ଦରିଦ୍ର ଅସହାୟ ଲୋକେ ସମାଜ ର ମୂଖ୍ୟ ସ୍ରୋତରେ ସାମିଲ ହୋଇ ପାରନ୍ତେ ବୋଲି ତିହିଡି ବ୍ଲକ ବୋଡ଼କ ଠାରେ ଭାରତ ସରକାର ଙ୍କ ମାଇଁ ଭାରତ ସଂଗଠନ ସହଯୋଗ ରେ ଶୁଭମ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଆୟୋଜିତ ଡ଼ ବି ଆର ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ସମାରୋହ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ କହିଛନ୍ତି । ଏଥି ଉପଲକ୍ଷେ ପ୍ରଧାନଶିକ୍ଷକ ବୈକୁଣ୍ଠ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଜୟନ୍ତୀ ସମାରୋହ ମହା ଆଡମ୍ବର ସହିତ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ତିହିଡି ବ୍ଲକ ର ପୂର୍ବତନ ବ୍ଲକ ଅଧକ୍ଷା ତଥା ଜିଲ୍ଲା ପରିଷଦ ସଭ୍ୟା ବିଦ୍ୟୁତ ଲତା ନାୟକ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଆଇନଜୀବି ବନମାଳୀ ଜେନା , ସମ୍ମାନିତ ଅତିଥି ଭାବେ ପିଏମ ଶ୍ରୀ କ୍ଷେତ୍ରବାସୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭୀମ ଚରଣ ପରିଡା, ଶିକ୍ଷାବିତ ସୁବାସ ଚନ୍ଦ୍ର ଦାସ, ସମ୍ମାନିତ ବକ୍ତା ଭାବେ ଜିଲ୍ଲା ଦଳିତ ମହାସଂଘ ସଭାପତି ରାଜେନ୍ଦ୍ର ଜେନା, ସମିତି ସଭ୍ୟ ଜୟ ପ୍ରକାଶ ମଲ୍ଲିକ, ସରପଂଚ ପ୍ରତିନିଧି ବିଷ୍ଣୁ ମୋହନ ଜେନା, ବିଜେପି ଅନୁସୂଚିତ ଜାତି ମୋର୍ଚା ର ଯୁବ ସଭାପତି ଅଭୟ ମଲ୍ଲିକ, ସମାଜସେବୀ କ୍ଷୀରସିନ୍ଧୁ ବାରିକ, ଯୁବ ନେତା ତଥା ଆଇନଜୀବୀ କଳ୍ପତରୁ ପରିଡା ଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଈ ବାବା ସାହେବ ଙ୍କ ବହୁ ମୁଖୀ ଆଦର୍ଶ, ତାଙ୍କ ବ୍ୟକ୍ତିତ୍ୱ ଏବଂ ଦେଶ ପାଇଁ କରିଥିବା ସ୍ମରଣୀୟ କାର୍ଯ୍ୟ ଏବଂ ତାଙ୍କ ସଂଗ୍ରାମମୟ ଯିବିନି ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଆମ୍ବେଦକର ଙ୍କ ଉପରେ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଇ କୁଇଜି ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ଗୋଲକ ବିହାରୀ ପରିଡା ଓ ଆନନ୍ଦ ଚନ୍ଦ୍ର ପରିଡା ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା। ସଭା ପ୍ରାରମ୍ଭରେ ଅତିଥି ମାନଙ୍କ ପରିଚୟ ସଂଗଠନ ର ସମ୍ପାଦକ ନରେନ୍ଦ୍ର କୁମାର ସାମଲ ପ୍ରଦାନ କରିଥିଲା ବେଳେ ସଂଗଠନ ର କାର୍ଯ୍ୟକ୍ରମ ସଂଯୋଜକ ଆନନ୍ଦ ଚନ୍ଦ୍ର ପଳାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ସଂଗଠନ ର ସଭାପତି ହୃଷିକେଶ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀ ଓ ଯୁବକ ମାନଙ୍କୁ ନେଇ ଏକ ପଦଯାତ୍ରା ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା। ଏହି ଜୟନ୍ତୀ ସମାରୋହ ରେ ବୋଡ଼କ ପଂଚାୟତ ବିଭିନ୍ନ ଅଂଚଳ ରୁ କୃଷକ ଦଳିତ ଓ ସଚେତନ ନାଗରିକ ମାନେ ଯୋଗ ଦେଈ ବାବା ସାହେବ ଙ୍କ ଫଟୋ ଚିତ୍ରା ପୁଷ୍ପ ମାଲ୍ୟ ଦେଈ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷକ ଦୟାନିଧି ନାୟକ, ସଂଗଠନ ର ବରିଷ୍ଟ ସଦସ୍ୟ ଚକ୍ରଧର ଜେନା, ଦୀନବନ୍ଧୁ ପତି, ଦୁର୍ଗା ଚରଣ ଜେନା, ଲଷ୍ମୀଧର ରାଉଳ, ବାବାଜୀ ଚରଣ ଭଞ୍ଜ, ସୁନୀଲ କୁମାର ଭୋଇ, ପ୍ରାର୍ଥସାରଥୀ ସାମଲ, ଲିପୁନ ପତି, ରାଜା ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.