Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀରେ ଜଳଛତ୍ର ଶୁଭାରମ୍ଭ

ଭଣ୍ଡାରିପୋଖରୀରେ ଜଳଛତ୍ର ଶୁଭାରମ୍ଭ

6

ଭଦ୍ରକ, ୧୫ା୪ ( (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତୀବ୍ର ଗ୍ରୀଷ୍ମ ପ୍ରବାହକୁ ଆଖିଆଗରେ ରଖି ସବୁ ବର୍ଷ ଭଳି ଚଳିତ ବର୍ଷ ଭଣ୍ଡାରିପୋଖରୀ ପଂଚାୟତ ସମିତି ପକ୍ଷରୁ ଆଜି ଜଳଛତ୍ର ଶୁଭାରମ୍ଭ ହୋଇଛି। ଅମଲା ସହାୟକ ଉଦୟନାଥ ବେଜଙ୍କ ସହାୟତାରେ ଆୟୋଜିତ ଜଳଛତ୍ର ଶିବିରକୁ ପଂଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ ଉଦଘାଟନ କରିଥିଲେ। ପ୍ରାରମ୍ଭରେ ବିଡ଼ିଓ ଦେବଦତ ଦାସ ଉପସ୍ଥିତ ରହି ବ୍ଲକକୁ ଆସୁଥିବା ଜନସାଧାରଣ ମାନଙ୍କୁ ପୋଦିନା ମିଶ୍ରିତ ଘୋଳଦହି ବଂଟନ କରିଥିଲେ। ଏହାଛଡା ଗ୍ରୀଷ୍ମ ପ୍ରବାହ ସତର୍କତା ଅବଲମ୍ବନ କରିବାକୁ ବିଡ଼ିଓ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ। ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନର ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ପଂଚାୟତର ପ୍ରତିନିଧି ମାନେ ଯୋଗଦେଇଥିଲେ। ଅନୁରୂପ ଭାବେ ବିଭିନ୍ନ ପଂଚାୟତ ପକ୍ଷରୁ ମଧ୍ୟ ଗାଁ ଛକ ମାନଙ୍କରେ ଜଳଛତ୍ର ଖୋଲା ଯାଇଛି। ଆଗାମୀ ଦୁଇମାସ ଯାଏଁ ଏହି ଜଳଦାନ କେନ୍ଦ୍ର କାର୍ଯ୍ୟ କରିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.