Home ଜିଲ୍ଲା ପରିକ୍ରମା ଓଡ଼ିଆ ଅସ୍ମିତାର ସୁରକ୍ଷା ଯୁବପିଢ଼ିଙ୍କ ଦାୟୀତ୍ୱ, ଗବସାହି ଠାରେ ବିଷୁବ ମିଳନ

ଓଡ଼ିଆ ଅସ୍ମିତାର ସୁରକ୍ଷା ଯୁବପିଢ଼ିଙ୍କ ଦାୟୀତ୍ୱ, ଗବସାହି ଠାରେ ବିଷୁବ ମିଳନ

5

ଭଦ୍ରକ, ୧୫ା୪ ( (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି। ଓଡ଼ିଆ ନବବର୍ଷ ମଧ୍ୟ। କଳା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆମ ଓଡ଼ିିଆ ଜାତି ଗର୍ବିତ। ଏହି ଆଧାରରେ ଭଦ୍ରକ ପୌରାଚଂଳ ଅଧୀନ ଗବସାହି ବିଷୁବ ପରିଷଦ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଦୀର୍ଘ ୨୬ ବର୍ଷ ଧରି ବିଷୁବ ମିଳନ ନାମରେ ଯେଉଁ ପ୍ରୟାସ ଜାରୀ ରଖିଛି ତାହା ବେଶ ପ୍ରଶଂସାଯୋଗ୍ୟ। ଏହି ଅବସରରେ ପ୍ରତ୍ୟେକଟି ଓଡ଼ିଆ ନିଜର ସ୍ୱାଭିମାନ ବଜାୟ ରଖିବା ପାଇଁ ନିଜର ଅସ୍ମିତାକୁ ସକାରାତ୍ମକ ରୂପଦେଇ ପରମ୍ପରାକୁ ପାଳନ କରିବା ଉଚିତ ବୋଲି ଗବସାହି ସ୍ଥିତ ଦୁର୍ଗା ମଣ୍ଡପ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଷୁବ ମିଳନ ଉତ୍ସବରେ ଯୋଗଦେଇ ବହୁ ବିଶିଷ୍ଟ ଅତିଥି ମତବ୍ୟକ୍ତ କରିଛନ୍ତି। ବରିଷ୍ଠ ସମାଜସେବୀ ଗୋପାଳକୃଷ୍ଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ରୋଟାରିଆନ ବିଜୟ କୁମାର ସାହୁ ମଣ୍ଡପରେ ଅଧିଷ୍ଠିତ ମା’ ଦୁର୍ଗାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଉଦ୍‌ଘାଟନ କରିଥିଲେ। ଦେବେଶ ମଲ୍ଲିକ ଓ ଶିକ୍ଷକ ସୁଧୀର ଦାସଙ୍କ ଆବାହନୀ ସଂଗୀତ ପରେ ଆଇନଜୀବୀ ମନୋରଂଜନ ଦାସ ଅତିଥି ପରିଚୟ, ବରିଷ୍ଠ ଆଇନଜୀବୀ ରାଧା ଦାସ ସ୍ୱାଗତ ଭାଷଣ ଦେଇଥିଲେ। ପରିଷଦର ସଂପାଦକ ମୁକ୍ତିକାନ୍ତ ମଲ୍ଲିକ ସଂପାଦକୀୟ ବିବରଣୀ ପାଠ କରିଥିଲେ। ‘ଆମ ଓଡ଼ିଶା, ଆମ ଅସ୍ମିତା’ ଶୀର୍ଷକ ଆଲୋଚନାଚକ୍ର ଓ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ନିହାର ରଂଜନ କର, ମୁଖ୍ୟବକ୍ତା ଭାବେ ଉଷାରାଣୀ ଜେନା, ସମ୍ମାନିତ ବକ୍ତା ଭାବେ ଶିକ୍ଷାବିତ୍ ମନୋରମା ଆଚାର୍ଯ୍ୟ ଯୋଗଦେଇ ଓଡ଼ିଆ ଅସ୍ମିତାର ସୁରକ୍ଷା ସମସ୍ତ ଓଡ଼ିଆଙ୍କର ସାମୁହିକ କର୍ତବ୍ୟ ବୋଲି କହିଥିଲେ। ପରେ ଏକ କବିତା ପାଠଚକ୍ର କବି ମାନସ ପଣ୍ଡା ଓ ସରୋଜିନୀ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୫୦ରୁ ଊର୍ଦ୍ଧ୍ୱ କବି ଓ କବୟତ୍ରୀ ଅଂଶଗ୍ରହଣ କରି ଓଡ଼ିଆ ଅସ୍ମିତାକୁ ରୁଦ୍ଧିମନ୍ତ କରିବା ଦିଗରେ ସ୍ୱରଚିତ କବିତା ପାଠ କରିଥିଲେ। ସେମାନଙ୍କ ମଧ୍ୟରେ ଅବନି ପ୍ରଧାନ, ଅନତି ପାଣିଗ୍ରାହୀ, ମନୋରମା ରାୟ, ମମତା ସାହୁ, ପ୍ରଣତୀ ମଲ୍ଲିକ, ବିଜୟ ବହଳୀ, ମନୋରଂଜନ ଦାସ, ସାବିତ୍ରୀ ସେଠୀ, ରତିକାନ୍ତ ବେହେରା, ଅକ୍ଷୟ ନାୟକଙ୍କ ସମେତ ବହୁ କବି ସେମାନଙ୍କ କବିତା ଆବୃତି କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଦୀପକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.