Home ଜିଲ୍ଲା ପରିକ୍ରମା ଜନ୍ତୁଆଳି-ଗାରଡପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ଭୁଲିଗଲେ ବିଭାଗୀୟ ଅଧିକାରୀ, ରାସ୍ତା ଅଧା କାମ ଛାଡି ଠିକାଦାର...

ଜନ୍ତୁଆଳି-ଗାରଡପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ଭୁଲିଗଲେ ବିଭାଗୀୟ ଅଧିକାରୀ, ରାସ୍ତା ଅଧା କାମ ଛାଡି ଠିକାଦାର ଛୁ, ବିଭାଗ ନୀରବଦ୍ରଷ୍ଟା

5

ଭଦ୍ରକ, ୧୫ା୪ ( (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସଂପୂର୍ଣ କୋମାରେ । ଏହି ବିଭାଗ ବିରୁଦ୍ଧରେ ଯେତେ ଅଭିଯୋଗ ଆସିଲେ ମଧ୍ୟ କେବଳ ବିଭାଗୀୟ ଅଧିକାରୀ ନୁହନ୍ତି ଜିଲ୍ଲା ପ୍ରଶାସନ ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ଏହି ବିଭାଗରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ୨ଟି ବ୍ଲକ ଦାୟିତ୍ୱରେ ଥିବା ବେଳେ ତାଙ୍କୁ ସାତଖୁଣ ମାଫ ଫଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯାହା ବି କାମ ହେଉଛି ତାହା ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତରେ। ଏହି ରାସ୍ତା ବାଂଶଡା ପଂଚାୟତ ଠାରୁ ଆରମ୍ଭ ହୋଇ ନୂଆଗାଁ ଏବଂ ତୋଟାପଡା ପଂଚାୟତ ହୋଇ ଗଦି ପଂଚୁଟିକ୍ରିର ପିଡ୍ୱୁଡି ରାସ୍ତା ସହ ମିଶଛି। ଏହି ରାସ୍ତାର ଦୈଘ୍ୟ ୫.୫କି.ମି ଏହି ରାସ୍ତା ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ଅଧିନରେ ଥିବା ବେଳେ ଦୀର୍ଘ ୭ବର୍ଷ ହେବ ଏହି ରାସ୍ତା ମରାମତି ଅଭାବରୁ ସଂପୂର୍ଣ ନଷ୍ଟ ହୋଇ ଯାଇଛି । ଆଜି ଭଳି ଦିନରେ ଏହି ରାସ୍ତା ଦେଇ ଯାତାୟତ ମଧ୍ୟ କଷ୍ଟସାଧ୍ୟ ହୋଇ ପଡିଛି। ଏହି ରାସ୍ତା ଉପରେ ବାଂଶଡା ପଂଚାୟତ, ନୂଆ ଗାଁ ପଂଚାୟତ ଏବଂ ତୋଟାପଡା ପଂଚାୟତ ବାସୀ ସଂପୂର୍ଣ ନିର୍ଭର କରିଥାନ୍ତି ମାତ୍ର ଯାତାୟତ ଅନୁପୋଯୋଗୀ ହେବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ଜାନୁଆରୀ ମାସରେ ନୁଆ ଗାଁ ପଂଚାୟତ ଜନ୍ତୁଆଳୀ ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଠିକାଦାର ଏହି ରାସ୍ତା କାର୍ଯ୍ୟ ଆରମ୍ଭ କରିବା ପାଇଁ ରାସ୍ତା କୁ ଖୋଳି ପକାଇଲେ। ସାଧାରଣ ଜନତା ଅଭିଯୋଗ କରିବା ପରେ ପୁନଶ୍ଚ ସଂପୃକ୍ତ ଠିକାଦାର ଏହାକୁ ମେଟାଲ ପକାଇ ଫେରାର ହୋଇଗଲେ। ଦୀର୍ଘ ୪ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସଂପୃକ୍ତ ଠିକାଦାର ଛୁ ମାରିଛି। ଏହି ବିଷୟରେ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ସେ – ମୋ ବିରୁଦ୍ଧରେ କଣ କରିବ ଯାଅ ସେ ରାସ୍ତା କାର୍ଯ୍ୟ ହେବ ନାହିଁ ,ବୋଲି ଧମକ ଦେଉଛନ୍ତି । ତୁରନ୍ତ ଏହି ରାସ୍ତା କାର୍ଯ୍ୟ କରିବାକୁ ଅଂଚଳବାସୀ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ନିଜର ଦାବୀ ରଖିଛନ୍ତି ଏଥିସହ ସଂପୃକ୍ତ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ମଧ୍ୟ ନିଜର ଦାବୀ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.