ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡା ମହାବିଦ୍ୟାଳୟରେ ଓଡିଆପକ୍ଷ-୨୦୨୬ ଅବସରରେ ଆସ ବହିଟିଏ କିଣିବା ଦିବସ ପାଳିତ ହୋଇଯାଇଛି । ଉକ୍ତ ଦିବସକୁ ଆନୁଷ୍ଠାନିକ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟପିକା ଓ ସମସ୍ତ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବର୍ତମାନର ଇଟଂରନେଟ୍ ଯୁଗରେ ପୁସ୍ତକର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା । ଆମେ ଓଡିଆ ଭାରି ବଢିଆ, ଏହାର ଗୌରବତାକୁ ନେଇ ମହାବିଦ୍ୟାଳୟର ଓଡିଆ ସମ୍ମାନ ତୃତୀୟ ବର୍ଷର ଛାତ୍ରୀ ରାଜଶ୍ରୀ ପ୍ରଧାନ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ । ଶୁଶ୍ରୀ ରାଜଶ୍ରୀଙ୍କୁ ସମସ୍ତ ଅଧ୍ୟାପକ,ଅଧ୍ୟପିକା ଓ ସହପାଠୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ ।








