Home ଜିଲ୍ଲା ପରିକ୍ରମା ଏସ୍‌ଏଫ୍‌ଆଇ ଓ ଡିୱାଇଏଫ୍‌ଆଇ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଆଲୋଚନା ସଭା

ଏସ୍‌ଏଫ୍‌ଆଇ ଓ ଡିୱାଇଏଫ୍‌ଆଇ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଆଲୋଚନା ସଭା

6

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ଛାତ୍ର ଫେଡେରେସନ(ଏସ୍‌ଏଫ୍‌ଆଇ) ଓ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ(ଡିୱାଇଏଫ୍‌ଆଇ) ପକ୍ଷରୁ ସମ୍ବିଧାନ ପ୍ରଣେତା, ଭାରତରତ୍ନ ଡଃ ବାବା ସାହେବ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ବାର୍ଷିକ ସମାରୋହ ଅବସରରେ “ଭାରତୀୟ ସମାଜ ବ୍ୟବସ୍ଥାର ମୂଳଭିତି ଓ ସମ୍ବିଧାନ” ସଂପର୍କରେ ଏକ ଆଲୋଚନାଚକ୍ର ଡିୱାଇଏଫ୍‌ଆଇର ଜିଲ୍ଲା ଆବାହକ ଯୁବ ଆଇନଜୀବୀ ବିକାଶ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ସଭାରେ ଏସ୍‌ଏଫ୍‌ଆଇ ର ପୂର୍ବତନ ରାଜ୍ୟ ସଂପାଦକ ତଥା ଅଲଇଣ୍ଡିଆ ଲୟର୍ସ ୟୁନିୟନର ରାଜ୍ୟ ସଂପାଦକ ଦୀପକ ମହାପାତ୍ର ଯୋଗଦେଇ ଭାରତର ମୂଳଭିତି ଅର୍ଥନୈତିକ ଓ ରାଜନୈତିକ ସାର୍ବଭୌମତ୍ୱ, ଧର୍ମନିରପେକ୍ଷ ଗଣତନ୍ତ୍ର, ସାମାଜିକ ନ୍ୟାୟ ଓ ସାଧାରଣ ଲୋକଙ୍କ ମୌଳିକ ଅଧିକାର କିପରି ବିପର୍ଯ୍ୟସ୍ତ ତାହା ଆଲୋଚନା କରିଥିଲେ । ଅନ୍ୟତମ ଆଲୋଚକ ଭାବେ ବିଶିଷ୍ଟ ସ୍ତମ୍ଭକାର ସନ୍ତୋଷ ଦାସ ଯୋଗଦେଇ ସମ୍ବିଧାନ ଓ ଗଣତନ୍ତ୍ରର ୪ ଟି ସ୍ତମ୍ଭ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ଗଣମାଧ୍ୟମ କିପରି ବିପଦରେ ଅଛି ତାହା ଦର୍ଶାଇଥିଲେ । ଅନ୍ୟତମ ଆଲୋଚକ ଭାବେ ଏସ୍‌ଏଫ୍‌ଆଇ ର ପୂର୍ବତନ ରାଜ୍ୟ ସଭାପତି ନରେନ୍ଦ୍ର ଦାସ ଯୋଗଦେଇ ଦଳିତ, ସଂଖ୍ୟାଲଘୁ, ଆଦିବାସୀ ଓ ସାଧାରଣ ଜନତାଙ୍କ ମୁକ୍ତି ଦିଗରେ ଡଃ ବାବା ସାହେବ ଆମ୍ବେଦକର କିପରି କାର୍ଯ୍ୟ କରିଥିଲେ, ତାହା ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିୱାଇଏଫ୍‌ଆଇ ର ପୂର୍ବତନ ରାଜ୍ୟ ସଭାପତି ପ୍ରଫୁଲ୍ଲ ପାଢୀ,ଭଦ୍ରକ ଓକିଲ ସଂଘର ପୂର୍ବତନ ସଭାପତି ବିଷ୍ଣୁ ମୋହନ ମହାପାତ୍ର, ଭଦ୍ରକ ଓକିଲ ସଂଘର ପୂର୍ବତନ ସଂପାଦକ ଶଶିଭୂଷଣ ପଣ୍ଡା,ଭଦ୍ରକ ଓକିଲ ସଂଘର ପୂର୍ବତନ ଉପସଭାପତି ଅଶୋକ କୁମାର ନାୟକ,ଭଦ୍ରକ ଓକିଲ ସଂଘର କାର୍ଯ୍ୟକାରିଣୀ ସଭ୍ୟ ବିଚିତ୍ରାନନ୍ଦ ଯେନା, ବରିଷ୍ଠ ଆଇନଜୀବୀ ଗିରିଧାରୀ ନାଥ,ବରିଷ୍ଠ ଆଇନଜୀବୀ ରାଧାନାଥ ଦାସ,ଆଇନଜୀବୀ ପ୍ରଦୀପ ଯେନା, ଆଇନଜୀବୀ ବିଜୟ ରାଉତ,ଯୁବନେତା ସେକ୍ ସନାଉଲ୍ଲା, ବିପ୍ଲବ ଯେନା, ଜିଲାନୀ ଖାନ୍‌, ଉଜ୍ୱଳ ଯେନା, ଅଞ୍ଜନ ଦାସ, ମିଲନ ଦାସ, ଛାତ୍ର ନେତା ଜାହିଦ ଖାନ୍‌,ଛାତ୍ର ନେତା ସେକ୍ କାଶିଫ୍ କ୍ୱାଦ୍ରି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ସମାରୋହରେ ଶତାଧିକ ଯୁବ-ଛାତ୍ର ଯୋଗଦେଇ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମ୍ବେଦକରଙ୍କ ପଥରେ ପଥିକ ହେବାକୁ ଆହ୍ୱାନ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.