Home ଜିଲ୍ଲା ପରିକ୍ରମା ‘ପ୍ରେସ୍‌’ ଲେଖାଥିବା ଗୋ ମାଂସ ବୋଝେଇ କାର ଜବତ, ଛଦ୍ମବେଶୀ ସାମ୍ବାଦିକ ଅଟକ

‘ପ୍ରେସ୍‌’ ଲେଖାଥିବା ଗୋ ମାଂସ ବୋଝେଇ କାର ଜବତ, ଛଦ୍ମବେଶୀ ସାମ୍ବାଦିକ ଅଟକ

14

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଛଦ୍ମବେଶୀ ସାମ୍ବାଦିକ ବୋଲାଉଥିବା ଜଣେ ଯୁବକକୁ ପ୍ରେସ୍ ଲେଖାଯାଇଥିବା ଗୋ ମାଂସ ବୋଝେଇ କାର୍‌କୁ ଆଜି ଭଦ୍ରକ ବାଇପାସ୍ ରୋଡ ତିନି ନମ୍ବର ପୋଲ ନିକଟରୁ ଜବତ କରିଛି ପୁଲିସ୍‌। ଆଜି ସକାଳୁ ଏକ କାର ଯୋଗେ ଗୋ ମାଂସ ଚାଲାଣ ଖବର ପାଇଥିଲେ ଭଦ୍ରକ ଗ୍ରାମାଂଚଳ ପୋଲିସ। ଏହି ଗାଡ଼ିଟି ଧାମନଗର ଆଡୁ ଭଦ୍ରକ ଆସୁଥିଲା। ଏହି ଗୋ ମାଂସ ବେପାର ରେ ଲିପ୍ତ ଥିଲା ଜଣେ ଛଦ୍ମବେଶୀ ସାମ୍ବାଦିକ। ଗାଡ଼ିରେ ପ୍ରେସ ଲେଖି କରନ୍ତି ଗୋ ଚାଲାଣ। ଭଦ୍ରକ ଗ୍ରାମାଂଚଳ ପୋଲିସ ଗୋ ରକ୍ଷକଙ୍କ ଠାରୁ ଖବର ପାଇବା ପରେ ନଳାଙ୍ଗ ଠାରୁ ପିଛା କରି ଭଦ୍ରକ ବାଇପାସ ରୋଡ ତିନି ନମ୍ବର ପୋଲ ନିକଟରୁ ଧରିଥିଲା। ୪ ବସ୍ତା ଗୋ ମାଂସ ଜବତ ସହ ଜଣେ ଯୁବକକୁ ଅଟକ ରଖିଛି ପୁଲିସ୍‌। ଯୁବକ ଜଣକ ହେଉଛନ୍ତି ଧାମନଗର ଅଂଚଳର ସେକ ଗୁଲାମ ବୋଲି ଜଣା ପଡିଛି। ତେବେ ଏହି ଚାଲାଣ ପଛରେ କାହାର ହାତ ପୋଲିସ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.