Home ଜିଲ୍ଲା ପରିକ୍ରମା ଧାମନଗର ମୁଖ୍ୟ ଡ଼ାକଘରରେ ଅବ୍ୟବସ୍ଥା ନେଇ ଉପଭୋକ୍ତାଙ୍କ ଅସନ୍ତୋଷ

ଧାମନଗର ମୁଖ୍ୟ ଡ଼ାକଘରରେ ଅବ୍ୟବସ୍ଥା ନେଇ ଉପଭୋକ୍ତାଙ୍କ ଅସନ୍ତୋଷ

9

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳର ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କ ଭରସାଯୋଗ୍ୟ ଧାମନଗର ମୂଖ୍ୟ ଡାକଘର ଏବେ ସଂପୂର୍ଣ୍ଣ ଅଚଳ ହୋଇପଡ଼ିଛି। କିଛିଦିନ ହେବ ପୋଷ୍ଟ ଅଫିସ୍ ଏକ ପ୍ରକାର ଅଚଳାବସ୍ଥା ରହିଥିବାର ଦେଖିବାକୁ ମିଳିଛି ଫଳରେ ସାଧାରଣ ଲୋକ ଏବଂ ବରିଷ୍ଠ ନାଗରିକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶନି, ସୋମ ଓ ମଙ୍ଗଳବାର ଦିନ ଦୁଇଜଣ ଅଧିକାରୀ ଛୁଟିରେ ରହିଥିବାରୁ କେବଳ ସବ୍‌-ପୋଷ୍ଟ ମାଷ୍ଟର ଏକୁଟିଆ ଉପସ୍ଥିତ ରହୁଛନ୍ତି, ଯାହାଫଳରେ ଗ୍ରାହକଙ୍କୁ ସେବା ଯୋଗାଇବା ସମ୍ଭବ ହେଉନାହିଁ। ଏଠାରେ ଏଡି ଓ ପୋଷ୍ଟକାର୍ଡ ମଧ୍ୟ ମିଳୁନାହିଁ। ଦୈନିକ ଶହ ଶହ ଜମାକାରୀ, ଉଠାଣକାରୀ, ରେଜେଷ୍ଟ୍ରି ଓ ସ୍ପିଡ୍ ପୋଷ୍ଟ କାର୍ଯ୍ୟ ପାଇଁ ଆସୁଥିବା ଲୋକେ ନିରାଶ ହୋଇ ଫେରୁଛନ୍ତି। ଦୂରଦୂରାନ୍ତରୁ ପ୍ରଖର ଖରାରେ ଚାଲି ଚାଲି ଆସୁଥିବା ବରିଷ୍ଠ ନାଗରିକମାନେ ଦ୍ୱିତୀୟ ମହଲାରେ ଥିବା ଏହି ଅଫିସକୁ ଆସି କାମ ନହେବା ଦେଖି ଦୀର୍ଘ ନିଶ୍ୱାସ ଛାଡ଼ି ଫେରୁଛନ୍ତି। ଏହି ପୁରାତନ ଡାକଘରର ଏଭଳି ଅଚଳାବସ୍ଥା ପଛର ସାଧାରଣ ଲୋକ ମାନେ ଅତିଷ୍ଟ୍ ହୋଇ ପଡ଼ିଲେଣି । କର୍ମଚାରୀଙ୍କ ଉପରେ ସବ୍‌-ପୋଷ୍ଟ ମାଷ୍ଟରଙ୍କ ନିୟନ୍ତ୍ରଣର ଅଭାବ ନା ଅନ୍ୟ କୌଣସି ବିଭାଗୀୟ ଅବହେଳା। ଉଚ୍ଚ ପଦସ୍ଥ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଅଂଚଳବାସୀ ଦାବି କରୁଛନ୍ତି।ସୂଚନା ଥାଉକି ଏହି ମୁଖ୍ୟ ଡ଼ାକ ଘର ଟି ଦୁଇତାଲା ଉପରେ କରା ଯାଇ ଥିବାରୁବି ଅନେକ ବୃଦ୍ଧ,ବରିଷ୍ଟ ନାଗରିକ,ଭିନ୍ନକ୍ଷମ ମାନେ ସିଡି ଚଡି ଜିବା ସମ୍ଭବ ହୋଇ ପାରୁନି, ପୁର୍ବ ରୁ ଥାନା ପାଖରେ ଏହି ଡ଼ାକ ଘର ଚାଲି ଥିବାବେଳେ ଅନେକ ଲୋକ ସହଜରେ ସେବା ପାଉଥିଲେ। ହେଲେ ବିଭାଗ ନୂତନ କୋଠା ଘରରେ ଧାମନଗର ବାଳିକା ହାଇସ୍କୁଲ ପାଖକୁ ସ୍ଥାନାନ୍ତର ହୋଇଛି। ହେଲେ ସାଧାରଣ ଲୋକମାନେ ହଇରାଣ ହେଉଛନ୍ତି ଏ ଦିଗରେ ତୁରନ୍ତ ଉଚ୍ଚ ଅଧିକାରି ବିହିତ ପଦକ୍ଷେପ ନେବାକୁ ଧାମନଗର ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବେହେରାଦାବି କରିଛନ୍ତି ଏହାର ତୁରନ୍ତ ପଦକ୍ଷେପ ନିଆ ନ ଗଲେ ପରବର୍ତୀ ସମୟରେ ସାଧାରଣ ଲୋକ ମାନେ ରାଜରାସ୍ତା ଯିବେ ବୋଲି ଶ୍ରୀ ବେହେରା ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.