Home ଜିଲ୍ଲା ପରିକ୍ରମା ପ୍ରେମମୟ ପୃଥିବୀରେ ପ୍ରେମ ହିଁ ଜୀବନର କେନ୍ଦ୍ର, ପ୍ରେମ ପୃଥିବୀର ବାର୍ଷିକୋତ୍ସବ ଓ ବନ୍ଧୁମିଳନ ଅଚ୍ୟୁତାନନ୍ଦ...

ପ୍ରେମମୟ ପୃଥିବୀରେ ପ୍ରେମ ହିଁ ଜୀବନର କେନ୍ଦ୍ର, ପ୍ରେମ ପୃଥିବୀର ବାର୍ଷିକୋତ୍ସବ ଓ ବନ୍ଧୁମିଳନ ଅଚ୍ୟୁତାନନ୍ଦ ପତିଙ୍କୁ ପ୍ରେମମୟ ପରମ ପୁରୁଷ ସମ୍ମାନ

10

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଲ ପାଇବା ଉପରେ ଯୌବନର ଅଧିକାର ଏକଚାଟିଆ ନୁହେଁ। ପ୍ରେମ ବୟସ-ନିରପେକ୍ଷ। ଜଣେ ବୁଢା ହୋଇଗଲେ ତା ମନରୁ ଭଲପାଇବା ଦୂରେଇ ଯାଏ ନାହିଁ । ବରଂ ମନରୁ ଭଲ ପାଇବା ଦୂରେଇ ଗଲେ ସେ ବୁଢା ହୋଇଥାଏ। ଏ ପୃଥିବୀ ପ୍ରେମମୟ। ପ୍ରେମ ହିଁ ଆମ ଜୀବନର ତର୍କ ନୁହଁ । ପ୍ରେମ ହିଁ ପ୍ରାର୍ଥନାର ପ୍ରଥମ ଶବ୍ଦ ବୋଲି ଆରଡ଼ି ଛକ ସ୍ଥିତ ପ୍ରେମ ନଗର ପରିସରରେ ପେମ ପୃଥିବୀର ବାର୍ଷିକ ସାରସ୍ୱତ ବନ୍ଧୁ ମିଳନ ଓ ପ୍ରେମ ପଖାଳ ମହୋତ୍ସବରେ ମତ ପ୍ରକାଶ ପାଇଛି। କଥାକାର ପବିତ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଡ ଫନୀ ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ଡ – କବିତା ବାରିକ, ବିକାଶ ଚନ୍ଦ୍ର ଦାସ, ଯାମିନି କାନ୍ତ ଦାସ, କବି ନିରାକାର ଦାସ ଯୋଗଦେଇ ଥିଲେ। ପ୍ରେମ ପୃଥିବୀର ସମ୍ପାଦକ କୈଳାସ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ କବି କିଶୋର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରଖ୍ୟାତ ଗାଳ୍ପିକ ଅଚ୍ୟୁତାନନ୍ଦ ପତିଙ୍କୁ ପ୍ରେମମୟ ପରମ ପୁରୁଷ, ବିଶିଷ୍ଟ କବି ତ ଫନୀ ମହାନ୍ତିଙ୍କୁ ପ୍ରେମ ପୁରୁଷ, ଗାଳ୍ପିକ କବିତା ବାରିକଙ୍କୁ ପ୍ରେମ ପ୍ରକୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡ ପ୍ରଭାସ ଆଚାର୍ଯ୍ୟ ଓ ପ୍ରଶିଖା ଆଚାର୍ଯ୍ୟଙ୍କୁ ସୁଖୀ ଦମ୍ପତି ସମ୍ମାନ ଅର୍ପଣ କରାଯାଇଥିଲା। କିଶୋର ମିଶ୍ର ଓ ପ୍ରଫୁଲ୍ଲ ଚକ୍ରଙ୍କୁ ପ୍ରେମ ପୃଥିବୀ କବିତା,ସମ୍ମାନ ଓ ଡ ଶିବପ୍ରିୟା ମିଶ୍ରଙ୍କୁ ପ୍ରେମ ପୃଥିବୀ ଗଳ୍ପ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶୁଭଶ୍ରୀ ମହାରଣା ଓ ଦେବଦତ ମିଶ୍ରଙ୍କୁ ଯୁବ ପ୍ରତିଭା କବିତା ସମ୍ମାନ ପାଇଥିଲେ । ଚୈତାଳ ଖିଲାର ସଭାର ଶେଷ ସ୍ପର୍ଶ ଦେଇଥିଲେ। ପ୍ରାରମ୍ଭ ଓ ଶେଷରେ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଅଶୋକ ପୁହାଣ ପୌରୋହିତ୍ୟ କରିଥିବା ବେଳେ ସଂଯୁକ୍ତା ବଳ ସଂଯୋଜନା କରିଥିଲେ। ଅନ୍ନପୂର୍ଣ୍ଣା ପଣ୍ଡା, ଅମିତାଭ ପଣ୍ଡା, ଅଭିନାଶ ପଣ୍ଡା, ଶରତ କୁମାର ନାୟକ, ପ୍ରିୟଙ୍କା ପଣ୍ଡା, ଅନୁରାଧା ପଣ୍ଡା, ଗୌରାଙ୍ଗ ବାରିକ, ବିପ୍ଳବ ହୋତା, ଉଷାରାଣୀ ଜେନା, ଗୁରୁ ପ୍ରସାଦ ପଣ୍ଡା, ସୁଶୀଲ ପଣ୍ଡା, କବି ପତିତପାବନ ପାଣି ଓ ଗୟାଧର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.