Home ଜିଲ୍ଲା ପରିକ୍ରମା ଧାମନଗରରେ ବିଭିନ୍ନ ରାସ୍ତା ଏବେ ମରଣଯନ୍ତା ସାଜିଛି, ବିଭାଗୀୟ ଅଧିକାରୀଙ୍କ ଅବହେଳା

ଧାମନଗରରେ ବିଭିନ୍ନ ରାସ୍ତା ଏବେ ମରଣଯନ୍ତା ସାଜିଛି, ବିଭାଗୀୟ ଅଧିକାରୀଙ୍କ ଅବହେଳା

6

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ବିଭିନ୍ନ ଅଂଚଳରେ ଯୋଗାଯୋଗ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଆଇସିୟୁ ରେ। ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ ବିଭାଗ ର ଚରମ ଅବହେଳା ଯୋଗୁଁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ରେ ସମ୍ମୁଖୀନ ହେଉଛନ୍ତି। ଧାମନଗର ରୁ ଫଳପୂର , କଲ୍ୟାଣୀ, ଦୋବଲ, କୋଠାର ଏବଂ ଖଡ଼ିମାହାରା , ନଦୀଗାଁ ପରି ମୁଖ୍ୟ ରାସ୍ତା ଗୁଡ଼ିକ ବିପର୍ଯ୍ୟସ୍ତ ହୋଇ ପଡିଛି। ବିଭାଗୀୟ ଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, କେତେକ ସ୍ଥାନରେ ରାସ୍ତା କାମ ଚାଲୁଥିଲେ ମଧ୍ୟ ସେଠାରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ। କାମର ବ୍ୟୟ ଅଟକଳ କେତେ, କେଉଁ ଠିକାଦାର ଏହା କରୁଛନ୍ତି ଏବଂ କେଉଁ ମାନଦଣ୍ଡରେ କାର୍ଯ୍ୟ ହେଉଛି, ତାହା ରହସ୍ୟ ଘେରରେ। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସାଧାରଣ ଜନତାଙ୍କ ଟିକସ ଟଙ୍କା ପାଣିରେ ପଡୁଥିବା ଅଭିଯୋଗ ହେଉଛି।ଧାମନଗର – ଦୋବଲ ରାସ୍ତା ମଝିରେ ସୃଷ୍ଟି ହୋଇଥିବା ଫାଟ ଗୁଡ଼ିକ ଏବେ ରକ୍ତମୁଖା ସାଜିଛନ୍ତି। ବିଶେଷ କରି ରାତି ସମୟରେ ବାଇକ୍ ଚଳାଇବା ବେଳେ ଅଜାଣତରେ ଚକ ଉକ୍ତ ଫାଟରେ ପସି ଯାଉଛି, ଯାହା ଫଳରେ ଗାଡ଼ି ଚାଳକ ମାନେ ଗୁରୁତର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏଭଳି ଅଭାବନୀୟ ଘଟଣା ପ୍ରତିଦିନ ଘଟୁଥିଲେ ମଧ୍ୟ ବିଭାଗୀୟ କର୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ, ଅନେକ ସ୍ଥାନରେ ମରାମତି ନାମରେ କେବଳ ପ୍ରଲେପ ଦିଆଯାଉଛି। ଫଳରେ କିଛି ଦିନ ନଯାଉଣୁ ରାସ୍ତା ପୁଣି ଫାଟି ଆଁ କରୁଛି। ରାସ୍ତାର ଏଭଳି କରୁଣ ଅବସ୍ଥା ଯୋଗୁଁ ରୋଗୀଙ୍କୁ ନେବା ଆଣିବା କରିବା କିମ୍ବା ଛାତ୍ରଛାତ୍ରୀମାନେ ଯାତାୟାତ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଅନେକ ସ୍ଥାନ ରେ ମଧ୍ୟ ଅଧା କାମ ଛାଡି ଠିକାଦାର କାମ ନିମ୍ନମାନର କରି ଟଙ୍କା ଉଠାଇ ନେଉଛନ୍ତି ଫଳରେ ସାଧାରଣ ଲୋକ ମାନେ ହଇରାଣ ହେଉଛନ୍ତି। ଏ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.