Home ଜିଲ୍ଲା ପରିକ୍ରମା ବହୁ ପୁରାତନ ରାଧାକୃଷ୍ଣ ମେଳନ ପଡିଆରେ ଅସାମାଜିକ କାର୍ଯ୍ୟ ନେଇ ଉତେଜନା, ଅସାମାଜିକ ଯୁବକ ଗିରଫ...

ବହୁ ପୁରାତନ ରାଧାକୃଷ୍ଣ ମେଳନ ପଡିଆରେ ଅସାମାଜିକ କାର୍ଯ୍ୟ ନେଇ ଉତେଜନା, ଅସାମାଜିକ ଯୁବକ ଗିରଫ ଦାବିରେ ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ, ଜିଲାପାଳଙ୍କୁ ଦାବିପତ୍ର

7

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ପୌରପାଳିକା ଅଧୀନସ୍ଥ ୨୪ନଂ ୱାର୍ଡରେ ଥିବା ବହୁ ପୁରାତନ ଶ୍ରୀ ଶ୍ରୀ ରାଧାକୃଷ୍ଣ ମେଳନ ପଡିଆ ପୂଜା ମଣ୍ଡପରେ ଏକ ସଂଖ୍ୟାଲଘୁ ଗୋଷ୍ଠୀ ଜୋତା ପିନ୍ଧି ମଦ ମାଂସ ଖାଇବାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଘୋର ବିରୋଧ କରାଯାଇଛି। ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଉତେଜନା ପ୍ରକାଶ ପାଇଥିଲା। ଏବଂ ଏହି ଘଟଣାର ଏକ ସ୍ଥାୟୀ ସମାଧାନ ସହ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ ଦାବିନେଇ ବିଶିଷ୍ଟ ସମାଜସେବୀ ମାନସ ମହାନ୍ତିଙ୍କ ନେତୃତ୍ୱରେ ଦୁଃଶାସନ ବେହେରା, ହୃଷିକେଶ ବେହେରା, ସତ୍ୟରଞ୍ଜନ ନାଥ, ପ୍ରଶାନ୍ତ ନାଥ, ଦୀପକ ବେହେରା, ସବୁଜ କୁମାର ବେହେରା, ସ୍ମୃତି ନାଥ, ଆଶୀର୍ବାଦ ବେହେରା, ଆକାଶ ନାଥ, ସତ୍ୟରଞ୍ଜନ ବେହେରା, ବାପି ସାମଲ ପ୍ରମୁଖ ବହୁ ସ୍ଥାନୀୟ ଯୁବକ ଭଦ୍ରକ ଚାନ୍ଦବାଲି ରାସ୍ତାର ନାଥସାହି ନିକଟରେ ରାସ୍ତା ଅବରୋଧ କରିଥିଲେ। ଫଳରେ ଉଭୟ ଦିଗରୁ ଦୀର୍ଘସମୟ ଧରି ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। ପରବର୍ତୀ ସମୟରେ ଜିଲା ପୁଲିସ୍ ପ୍ରଶାସନର ହସ୍ତକ୍ଷେପ ପରେ ଏହି ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଏହି ଗଣ୍ଡଗୋଳରେ ବହୁ ଯୁବକ ଆହତ ହୋଇଛନ୍ତି। ତେବେ ଏହି ଘଟଣାରେ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ ହୋଇଛି। ବିଶେଷକରି ବହୁ ପୁରାତନ ଏହି ମେଳନ ପଡିଆ ଯାହାକି ପ୍ରତିବର୍ଷ ଦୋଳ ସମୟରେ ଶତାଧିକ ମେଢ ଆସି ୩ ଦିନ ଧରି ପବିତ୍ର ଉତ୍ସବ ଅନୁଷ୍ଠିତ ହୁଏ, ଏଥିରେ ଥିବା ପୂଜା ମଣ୍ଡପର ସ୍ଥାୟୀ ସୁରକ୍ଷା, ଜୋତା ପିନ୍ଧି କ୍ରିକେଟ୍ ନଖେଳିବା, ମଦ ମାଂସ ଖାଇବା ସହ ରାତିରେ ଅସାମାଜିକ ଯୁବକ ମାନଙ୍କ ଦ୍ୱାରା ଡ୍ରଗସ୍ ସେବନ ବନ୍ଦ କରିବା ନେଇ ଦାବି ହୋଇଛି। ଏବଂ ଏହି ମେଳନ ପଡିଆ ଚତୁପ୍ୱାର୍ଶରେ ଜିଲା ପ୍ରଶାସନ ପକ୍ଷରୁ ପାଚେରୀ ନିର୍ମାଣ, ଏହାର ନିକଟବର୍ତୀ ସରକାରୀ ଜମିର ଜବରଦଖଲ ମୁକ୍ତ କରିବା, ଏଠାରେ ଡ୍ରଗ୍ସ କାରବାର ହେଉଥିବା ଗୃହକୁ ଉଚ୍ଛେଦ, ପୂଜା ମଣ୍ଡପର ପଛପାଶ୍ୱର୍ରେ ବେଆଇନ୍ ବସ୍ତି ଉଚ୍ଛେଦ କରିବା, ମେଳନ ପଡିଆ ମଧ୍ୟରେ ଅସ୍ଥାୟୀ ରାସ୍ତାକୁ ବନ୍ଦ କରିବା, କଂଟିବାସୁଳୀ ମନ୍ଦିର ଚତୁଃପାଶ୍ୱର୍ ଭୂମିକୁ ନେଇ ହେଉଥିବା ସମସ୍ୟାର ସମାଧାନ ସହ ଆଜିର ଘଟଣାରେ ଆକ୍ରମଣ କରିଥିବା ନିର୍ଦ୍ଦିଷ୍ଟ ଗୋଷ୍ଠୀର ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ନେଇ ଏହି ଦାବିପତ୍ରରେ ଦର୍ଶାଯାଇଛି। ଯଦି ଆଗାମୀ ସପ୍ତାହ ମଧ୍ୟରେ ଏହି ଘଟଣାର ସମାଧାନ ନହୁଏ, ତେବେ ସ୍ଥାନୀୟ ଅଂଚଳବାସୀ ଆମରଣ ଅନଶନ ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.