ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜରେ ଅନେକ ମଣିଷ ଅଛନ୍ତି ସେମାନଙ୍କର ମୃତ୍ୟୁପରେ ଲୋକ ଭୁଲିଯାନ୍ତି। ମାତ୍ର ଯେଉଁ ମାନଙ୍କର ସମାଜ ପ୍ରତି ଅବଦାନ ଥାଏ ସେମାନଙ୍କୁ ସମସ୍ତେ ଝୁରୁଥାନ୍ତି। ସେ ମଣିଷ ଅମର ହୋଇଯାଏ।ସେହିପରି ଭାବେ ତିହିଡି ଗ୍ରାମର ପୂର୍ବତନ ସରପଂଚ ଦିବାକର ନାୟକଙ୍କ ସୁକର୍ମର ଦୀପ୍ତ ଆଲୋକ ଦିବାକରଙ୍କୁ ଅସ୍ତହେବାକୁ ଦେବନାହିଁ ବୋଲି ଶ୍ରଦ୍ଧାଞ୍ଜଳୀ ସଭାରେ ବକ୍ତାମାନେ କହିଛନ୍ତି। ଭାଟପଡ଼ା ପଂଚାୟତର ପୂର୍ବତନ ସରପଂଚ ତଥା ତିହିଡି଼ ମେଳଣ କମିଟିର ପ୍ରତିଷ୍ଠାତା ସ୍ୱର୍ଗତ ଦିବାକର ନାୟକଙ୍କ ଦ୍ୱାଦଶାହ ଉପଲକ୍ଷେ ଶନିବାର ତିହିଡି ଗ୍ରାମ ସ୍ଥିତତାଙ୍କ ବାସଭବନରେ ତିହିଡି ମେଳଣ କମିଟିର ଉପସଭାପତି ପାର୍ଥ ସାରଥୀ ନାୟକଙ୍କ ପୌରହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଉଥିଲା।ଏଥିରେ ବିଧାୟକ ଅଶୋକ କୁମାର ଦାସ,ପୂର୍ବତନ ମନ୍ତ୍ରୀ ନେତ୍ରାନନ୍ଦ ମଲିକ, ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ସାଂସଦ ପ୍ରତିନିଧି ସୀତାକାନ୍ତ ନାୟକ,ବିଧାୟକ ପ୍ରତିନିଧି ସରୋଜ କୁମାର ଦାସ,ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତ ଲତା ନାୟକ, ସମାଜସେବୀ ସତ୍ୟାନନ୍ଦ ରାଉତ,ସରପଂଚ ଶୁଭ୍ର ନାରାୟଣ ସେଠୀ, ସୁପ୍ରଭା ପାଣି,କୈଳାଶ ପରିଡା,ଆଇନଜୀବୀ ଚିନ୍ତା ମଣି ଦାସ,ନକୁଳ ବାରିକ,ସମାଜସେବୀ ଦୁର୍ଗାଦତ ରାଉତରାୟ,ମେଳଣ କମିଟି ସମ୍ପାଦକ ସଚିକାନ୍ତ ନାୟକ,ସହ ସମ୍ପାଦକ ରମାକାନ୍ତ ନାଥ,କୋଷାଧ୍ୟକ୍ଷ ପ୍ରଭାତ ରାଉଳ,ଡ.ଲଷ୍ମୀଧର ତ୍ରିପାଠୀ, ଶିକ୍ଷାବିତ ସୋମନାଥ ପାଢ଼ୀ, ଚନ୍ଦ୍ରକାନ୍ତ ମହାନ୍ତି, ନିତ୍ୟାନନ୍ଦ ନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ଜିଲାପରିଷଦ ସଭ୍ୟ ଅମୁଲ୍ୟ କୁମାର ମାଝୀ, ଆଶିଷ ମଲିକ, ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରବୀର ନାୟକ, ପୂର୍ବତନ ସରପଞ୍ଚ ଗଜେନ୍ଦ୍ର ପରିଡ଼ା, କୀର୍ତନ ରାଉତ, ଅମର ଦାସ, ଗଣେଶ ପ୍ରସାଦ ନାୟକ, ରବିନ୍ଦ୍ର ଦାସ, ନିତ୍ୟାନନ୍ଦ ବେହେରା, ସମିତି ସମ୍ପାଦକ ଶଙ୍କର୍ଷଣ ଜେନା, ଗଣେଷ ନାୟକ, ଦିଲ୍ଳୀପ ବିଶ୍ୱାଳ,ଦିବ୍ୟସିଂହ ବଳ, ବସନ୍ତ ଦାସ,କୈଳାଶ ବେହେରା ,ନିରଞ୍ଜନ ବାରିକ,ଅଜୟ ଦାସ,ଶଶୀକାନ୍ତ ପାଢ଼ୀ ପ୍ରମୁଖ ବହୁ ଦିବାକର ପ୍ରେମୀ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ତ୍ୟାଗ , ସମାଜସେବା ଓ ଉତ୍ସର୍ଗୀକୃତ ଜୀବନ ଉପରେ ଆଲୋକପାତ କରିଥିଲେ । ପଣ୍ଡିତ ମଦନ ମୋହନ କର ବେଦପାଠ ଓ ପୁତ୍ର ବାପୁଜୀ ନାୟକ କୃତଜ୍ଞତା ଜ୍ଞାପନ କରିଥିଲେ । ଗ୍ରାମର ବିଷ୍ଣୁଚନ୍ଦ୍ର ଦାସ, ଅଭୟ ନାୟକ, କଳ୍ପନା ନାୟକ, ବାସନ୍ତୀ ନାୟକ, ଜାନକୀ ନାୟକ, ବିଶ୍ୱଜିତ ନାୟକ, ଅଭିଜତ ନାୟକ ,ରତିକାନ୍ତ ମିଶ୍ର,ଟିକିନା ଜେନା,ମନୋରଞ୍ଜନ ବେହେରା,ବାଇଧର ହାତୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Home ଜିଲ୍ଲା ପରିକ୍ରମା ପୂର୍ବତନ ସରପଂଚ ଦିବାକର ନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ, ଜୀବନର ଦୀପ୍ତଆଲୋକର ସୁକର୍ମ ଦିବାକରଙ୍କୁ ଅସ୍ତହେବାକୁ ଦେବନାହିଁ







