Home ଜିଲ୍ଲା ପରିକ୍ରମା ଅନନ୍ତକେଶରୀ ଉ:ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ

ଅନନ୍ତକେଶରୀ ଉ:ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ

3

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ଜୟନଗର ସ୍ଥିତ ଅନନ୍ତକେଶରୀ ଉ:ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଏବଂ ନୃତ୍ୟ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଶନିବାର ଅପରାହ୍ନ ୪ଘଟିକା ସମୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ଖୁଂଟିଆଙ୍କ ତତ୍ୱାବଧାନରେ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜୋଳନ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସତ୍ୟସୁନ୍ଦର ପରିଡା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଧାମନଗର,ମୁଖ୍ୟ ବକ୍ତା ଭାବେ ରାମଚନ୍ଦ୍ର ସାହୁ ପୂର୍ବତନ ସିଆରସିସି,ସମ୍ମାନୀତ ଅତିଥି ଭାବେ ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାସ ଚନ୍ଦ୍ର ମହାପାତ୍ର,ଶ୍ରୀଚରଣ ମଲ୍ଲିକ ପୂର୍ବତନ ମଣ୍ଡଳ ଶିକ୍ଷାଧିକାରୀ,ସୁରେନ୍ଦ୍ର କୁମାର ସେଠୀ ସଭାପତି ନିଖିଳ ଉତ୍ସଳ ଶିକ୍ଷକ ଫେଡ଼େରେସନ ଧାମନଗର ବ୍ଲକ,ପୂର୍ବତନ ସିଆରସିସି ପ୍ରତିଭା ମହାନ୍ତି,ପୂର୍ବତନ ପ୍ରଧାନ ଶିକ୍ଷକ ଘନଶ୍ୟାମ ଥାଟେଇ,ଅନିତା ବେହେରା,ଉପେନ୍ଦ୍ର କୁମାର ବିଶ୍ୱାଳ,ବିଜେପି ନେତା ପ୍ରଶାନ୍ତ ପରିଡା, କୃଷ୍ଣ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ଓ ଛାତ୍ରଛାତ୍ରୀ ଙ୍କ ପାଠପଢାର ଉନ୍ନତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ତରଫରୁ ବିଭିନ୍ନ ବର୍ଗରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ସହିତ ସମ୍ମାନିତ କରାଯାଇଥିଲା। ଶିକ୍ଷକ ମନ୍ମଥ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ସିଂହ ଉଦ୍ଦେଶ୍ୟ ଜ୍ଞାପନ ଓ ସମ୍ପାଦକୀୟ ପାଠନ କରିଥିଲେ। ପୂର୍ବତନ ସିଆରସିସି ଶିକ୍ଷକ ହବିବୁର କରିମ,ଅବସରପ୍ରାପ୍ତ ଶିକ୍ଷକ ଜତିନ,ସହକାରୀ ଶିକ୍ଷକ ପରମାନନ୍ଦ ବେହେରା,ଦୀପକ ନାୟକଙ୍କ ସମେତ ଶିକ୍ଷକ,ଶିକ୍ଷୟିତ୍ରୀ କମିଟିର କର୍ମକର୍ତା,ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଶିକ୍ଷକ ଅର୍ଜୁନ ଚରଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.