Home ଜିଲ୍ଲା ପରିକ୍ରମା ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ଉପଲକ୍ଷେ ବିଶାଳ କଳସ ଶୋଭାଯାତ୍ରା

ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ଉପଲକ୍ଷେ ବିଶାଳ କଳସ ଶୋଭାଯାତ୍ରା

3

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ମାଟିର ଐତିହ୍ୟ ପରମ୍ପରା ଓ ସାଂସ୍କୃତିକ ପରିଚୟ ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ଉପଲକ୍ଷେ ବିଶାଳ କଳସ ଶୋଭାଯାତ୍ରା ସହ ମହାଯଜ୍ଞ ଆରମ୍ଭ ହୋଇଥିବା ବେଳେ ଉତ୍ସବ ମୁଖର ଧାମନଗର ସହର। ଶନିବାର ସକାଳ ୭ଘଟିକା ସମୟରେ ୧୦୮ କଳସ ସଂକଳ୍ପଧାରୀ ମହିଳା ପୂଜାର୍ଚ୍ଚନା ପରେ ସ୍ଥାନୀୟ ଜୟନଗର ସ୍ଥିତ ପୁଷ୍କରିଣୀରୁ ଜଳ ଗ୍ରହଣ କରିବା ପରେ ଏକ ବିରାଟ ଶୋଭାଯାତ୍ରା ବାହାରି ଜୟନଗର(କୋର୍ଟ ଛକ)ସାନ ବଜାର,ବଡ଼ ବଜାର,ମେଡ଼ିକାଲ ବଜାର ପରିକ୍ରମା କରି ମେଳଣ ପଡ଼ିଆରେ ପହଂଚି ଯଜ୍ଞ ମଣ୍ଡପରେ ପହଂଚି ଥିଲେ। ସେଠାରେ ଦିନ ୧୦ ଘଟିକା ସମୟରେ ସାଧୁସନ୍ଥ ଓ ଗୋମାତା ପୂଜନ ୧୧ ଘଟିକାରେ ସୂର୍ଯ୍ୟ ପୂଜା ଓ ଯଜ୍ଞ ଆରମ୍ଭ ହୋଇଥିଲା। ଅପରାହ୍ନ ୫ ଘଟିକା ଅଙ୍ଗରଙ୍ଗ ଡ୍ୟାନ୍ସ ଗୃପ ଦ୍ୱାରା ଓଡିଶୀ ନୃତ୍ୟ କଳାଜୀବୀ ଡ୍ୟାନ୍ସ ଗୃପ ଦ୍ୱାରା ସମ୍ବଲପୁରୀ ନୃତ୍ୟ ସମୟ- ସନ୍ଧ୍ୟା ୭ ଘଟିକା ପ୍ରବଚକ ପଣ୍ଡିତ ବିରେନ୍ଦ୍ର ପଣ୍ଡା ଓ ପଣ୍ଡିତ ସଂଗ୍ରାମ ଆଶ୍ଚଯ୍ୟଙ୍କ ଦ୍ୱାରା ପ୍ରବଚନ ଅନୁଷ୍ଠିତ ହୋଇଥିଲା। ଧାମନଗର ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଆୟୋଜିତ ଏହି ଭବ୍ୟ କଳସ ଶୋଭାଯାତ୍ରାରେ ଶତାଧିକ ମହିଳା ସାମିଲ ହୋଇଥିଲେ। ଧାମନଗର ବିଧାୟକ ତଥା ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାସ ଚନ୍ଦ୍ର ମହାପାତ୍ର,ସାଂସଦ ନଗର ପ୍ରତିନିଧି ସରୋଜ ମହାପାତ୍ର,ଅରବିନ୍ଦ ପତି,ମନୋଜ ମଲ୍ଲିକ,ରଞ୍ଜିତ ମହାନ୍ତି,ରଞ୍ଜିତା ସ୍ୱାଇଁ,ଉମାମଣି ସାହୁ,ପୁଷ୍ପାଞ୍ଜଳି ବେହେରା,ପ୍ରଶାନ୍ତ ପରିଡା,ବିଜୟ କୁମାର ରାମ,ସୁରେନ୍ଦ୍ର କୁମାର ସେଠୀ, ନାରାୟଣ ଚନ୍ଦ୍ର ରାଉତ,ଦୁର୍ଗାପ୍ରସାଦ ମହାପାତ୍ର,କୃଷ୍ଣ ଚନ୍ଦ୍ର ଜେନାଙ୍କ ସମେତ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଏବଂ ନେତୃ ମଣ୍ଡଳୀ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।ଥାନା ଅଧିକାରୀ ସୁବ୍ରଜିତ ଦାଶଙ୍କ ତତ୍ୱାବଧାନରେ ପୋଲିସ ଫୋର୍ସ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.