Home ଜିଲ୍ଲା ପରିକ୍ରମା ବିଲଣାରେ ୯୩ ବର୍ଷର ମା’ ବାସନ୍ତୀ ଦୁର୍ଗାପୂଜାଝଲସୁଛି ବାସନ୍ତୀନଗର ପୂଜା ମଣ୍ଡପ

ବିଲଣାରେ ୯୩ ବର୍ଷର ମା’ ବାସନ୍ତୀ ଦୁର୍ଗାପୂଜାଝଲସୁଛି ବାସନ୍ତୀନଗର ପୂଜା ମଣ୍ଡପ

2

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବିଲଣା ପଞ୍ଚାୟତ ଅଧିନ ବିଲଣା ବାସନ୍ତୀ ନାଗରରେ ୯୩ ବର୍ଷଧରି ମା’ ବାସନ୍ତୀ ଦୁର୍ଗା ପୂଜା ପାଳିତ ହୋଇଅସୁଅଛି। ଚଳିତ ବର୍ଷ ମା’ ବାସନ୍ତୀ ଦୁର୍ଗାପୂଜା ପାଇଁ ବିଲଣା ପଞ୍ଚାୟତ ଉତ୍ସବ ମୁଖର ହୋଇଛି। ଆକର୍ଷଣୀୟ ତୋରଣ, ଆଲୋକମାଳାରେ ବାସନ୍ତୀ ନଗର ପୂଜା ମଣ୍ଡପ ଝଲସୁଛି । ମାଙ୍କ ମୃଣ୍ମୟ ମୂର୍ତ୍ତିକୁ ଦର୍ଶନ କରି ଆଶିଷ ଲଭିବାକୁ ଗୁରୁବାର ଅଷ୍ଟମୀ ସନ୍ଧ୍ୟାରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମା’ଙ୍କ ଦର୍ଶନପରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ।ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରିସାରିବା ପରେ ସେମାନଙ୍କୁ ପାଚିଲା କଦଳୀ ବଣ୍ଟନ କରାଯିବାର ନିଆରା ପରମ୍ପରା ରହିଛି।ପୂଜାରେ ଅପେରା ଓ ସ୍ୱସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ମା’ଙ୍କୁ ଦର୍ଶନ କରିବାପାଇଁ ସ୍ଥାନୀୟ ଆଖ ପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି।ଶୁକ୍ରବାର ନବମୀ ପୂଜା ଅନୁଷ୍ଠିତ ହେଉଛି। ପୂଜକ ଭାବେ ଦୟାନିଧି ପଣ୍ଡା,ଦାମୋଦର ପତି,ସତ୍ୟ ପ୍ରକାଶ ପଣ୍ଡା,କର୍ତ୍ତା ଭାବେ ପୂର୍ବତନ ବିଧାୟକ ବିଜୟ କୁମାର ନାୟକ, ରତ୍ନାକର ଦାସ, ନାରାୟଣ ଚନ୍ଦ୍ର ନାୟକ, ଲଷ୍ମୀକାନ୍ତ ନାୟକ, ମୁକ୍ତିକାନ୍ତ ନାୟକ, ଅଜୟ କୁମାର ନାୟକ ଅକ୍ଷୟ କୁମାର ନାୟକ, ବୃନ୍ଦାବନ ନାୟକ, ସୁଶ୍ରୀ ବିଦ୍ୟୁତଲତା ନାୟକ ପ୍ରମୁଖ ପୂଜା କାର୍ଯ୍ୟ ତୁଲାଉଛନ୍ତି। ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଲଣା ପଞ୍ଚାୟତବାସୀ ପୂଜାକାର୍ଯ୍ୟରେ ସହଯୋଗ କରୁଛନ୍ତି । ଦୀର୍ଘ ୯୩ ବର୍ଷ ତଳେ ସ୍ୱର୍ଗତ ପରୀକ୍ଷିତ ଦାସ,କୃଷ୍ଣ ଚନ୍ଦ୍ର ପାଣ୍ଡବ,ହରମୋହନ ନାୟକ, ଦୀନବନ୍ଧୁ ନାୟକ,ଦୁର୍ଗା ଚରଣ ପରିଡା,ସଙ୍ଖାଳି ମହାକୁଡ଼,କାର୍ତ୍ତିକ ପୁହାଣ,ଶମ୍ଭୁ ଦାସ,ପିତାମ୍ବର ପତି, ବଳରାମ ପତି,ମଣିଭଦ୍ର ପଣ୍ଡା,ମୁକ୍ତେଶ୍ୱର ପଣ୍ଡା ମା’ ବାସନ୍ତୀ ଦୁର୍ଗାପୂଜା ଆରମ୍ଭ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.