Home ଜିଲ୍ଲା ପରିକ୍ରମା ପୁଣି ଅଦିନିଆ ଝଡ଼ ବର୍ଷାରେ ଭିଜିଲା ମଣ୍ଡିରେ ପଡିରହିଥିବା ହଜାର ହଜାର ଧାନବସ୍ତା, ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତା...

ପୁଣି ଅଦିନିଆ ଝଡ଼ ବର୍ଷାରେ ଭିଜିଲା ମଣ୍ଡିରେ ପଡିରହିଥିବା ହଜାର ହଜାର ଧାନବସ୍ତା, ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତା ପାର୍ଶ୍ୱରେ ପଡ଼ି ରହିଛି ଧାନ ବସ୍ତା, ଶୁଣୁନି ସରକାର, ନିଘା ଦେଉନି ପ୍ରଶାସନ

7

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକଜିଲା ଚାନ୍ଦବାଲି ବ୍ଲକରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ନାଁ ବୁଝୁଛି ପ୍ରଶାସନ ନା ବୁଝୁଛନ୍ତି ସରକାର। ଚାନ୍ଦବାଲି ବ୍ଲକର ଆରଡି , ନାନ୍ଦପୁର ସୁନ୍ଦରପୁର, ଓଳଗ ପଂଚୟତରେ ଥିବା ୨ଟି ସମବାୟ ସୋସାଇଟିରୁ ଧାନ ଉଠୁ ନଥିବାରୁ ଧାରକରଜ କରି ଶହଶହ ଚାଷୀ ଅମଳ ହୋଇଥିବା ହଜାରହଜାର ବସ୍ତା ଧାନ ମଣ୍ଡି ଓ ରାସ୍ତାରେ ପଡ଼ି ରହିଥିବାରୁ ଗତକାଲି ଠାରୁ ପୁଣି ଲାଗି ରହିଛି ଝଡବର୍ଷା। ବର୍ଷାରେ ବାରମ୍ବାର ଭିଜୁଥିବାରୁ ଧାନ ଗଜା ହେବାକୁ ବସିଲାଣି। ଚାଷୀଙ୍କ ପାଖରେ ଆବଶ୍ୟକତା ଅନୁଯାୟୀ ସୁରକ୍ଷିତ ଜାଗା ନଥିବା ବେଳେ ଧାନ ବିକ୍ରି ପାଇଁ ଆଣିଥିବା ସମବାୟ ସମିତିରେ ଭିତିଭୂମୀ ଅଭାବ ଯୋଗୁଁ ଧାନ ବସ୍ତା ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟରାସ୍ତା ପାର୍ଶ୍ୱରେ ପଡ଼ି ରହିଛି। ଫଳରେ ପ୍ରତିଦିନ ଯାଆଆସ କରୁଥିବା ଛୋଟବଡ ଗାଡି ଯାତାୟତରେ ଅସୁବିଧା ଦେଖାଦେଉଛି। ଏପରି ସମସ୍ୟା ଦିନେ କି ଦୁଇଦିନ ନୁହେଁ ଦେଢମାସେରୁ ଉର୍ଦ୍ଧ ହେବ ଏପରି ଧାନ ବସ୍ତା ପଡି ରହିଥିବାରୁ ଶହଶହ ଚାଷୀ ରାତି ଉଜାଗର ରହି ବର୍ଷାରେ ଭିଜି ନିଜ ଅମଳ ଧାନକୁ ଜଗି ରହୁଛନ୍ତି। ଏପରି ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରଶାସନ ନଜର ଦେବା ତ ଦୂରର କଥା ଚାଷୀଙ୍କ ଅଭିଯୋଗ ଶୁଣିବାକୁ କାହାରି ପାଖରେ ସମୟ ନାହିଁ। ଅନ୍ୟପଟେ ସମବାୟ ସମିତିର ସମ୍ପାଦକଙ୍କୁ ପଚାରିବାରୁ ଅବଧି ସରି ଆସୁଥିବାରୁ ପଞ୍ଜିକରଣ ଚାଷୀଙ୍କ ସହ କଣ ପଞ୍ଜିକୃତ ଚାଷୀ ଧାନ ଆସୁଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.