Home ଜିଲ୍ଲା ପରିକ୍ରମା ରୁଦ୍ରାଭିଷେକ ପୂଜାରେ ଫୁଟିଲା ଗୁଳି, ଏସପିଓ ଆହତ, ପୁଲିସର ତଦନ୍ତ ଜାରି

ରୁଦ୍ରାଭିଷେକ ପୂଜାରେ ଫୁଟିଲା ଗୁଳି, ଏସପିଓ ଆହତ, ପୁଲିସର ତଦନ୍ତ ଜାରି

0

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବାସୁଦେବପୁର ଚୁଡାମଣି ଆଡିଆ ଗାଁରେ ଅଘଟଣ। ମନ୍ଦିରରେ ରୁଦ୍ରାଭିଷେକ ପୂଜାରେ ଫୁଟିଛି ଗୁଳି। ପ୍ରସାଦ ସେବନ ବେଳେ ଗୁଳି ମାଡ଼ରେ ଆହତ ହୋଇଛନ୍ତି ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ଏସପିଓ। ଏସ୍ପିଓଙ୍କ ନାମ ମାନସ କୁମାର ସେଠୀ। ତାଙ୍କ ଡାହାଣ ହାତରେ ଗୁଳି ବାଜି ବାହାରି ଯାଇଛି।ପୁଲିସ ମାନସକୁ ନେଇ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା କରାଇଛି। ତେବେ ଗୁଳି ଫୁଟିବାକୁ ନେଇ ନାନା କଥା ଶୁଣାଯାଉଛି। ପୂଜାରେ ଉପସ୍ଥିତ ଥିବା ଜଣେ ପୁଲିସ ବାବୁଙ୍କ ଗାଡ଼ିରେ ଥିବା ବନ୍ଧୁକକୁ ପୂଜା କର୍ତାଙ୍କ ପୁଅ ଦେଖୁଦେଖୁ ଫୁଟାଇ ଦେଇଥିବା କୁହାଯାଉଛି। ଅନ୍ୟପଟେ ପୂଜା କର୍ତାଙ୍କ ପୁଅ ଖେଳନା ବନ୍ଧୁକ ଫୁଟାଇ ଦେଇଥିବା ଥାନା ଅଧିକାରୀ ବନାନୀ ସାହୁ କହିଛନ୍ତି। ଜେଟିରେ ଶିବ ମନ୍ଦିର ସେହି ଗାଁର ମୁକ୍ତି ମଲିକଙ୍କ ପୁଅର ରୁଦ୍ରାଭିଷେକ ପୂଜା ହେଉଥିଲା। ପୂଜାକୁ କେନ୍ଦ୍ରାପଡା ଅଂଚଳର ଜଣେ ପୁଲିସ ବାବୁ ପରିବାର ସହ ଆସିଥିଲେ। ପୂଜାପାଇଁ ପ୍ରସାଦ ସେବନ ଚାଲିଥିଲା। ଜେଟିର ସୁରକ୍ଷା ଦାଇତ୍ୱରେ ଥିବା ମାନସ ନିମନ୍ତ୍ରଣ ପାଇ ପ୍ରସାଦ ଖାଉଥିଲା। ଏହି ସମୟରେ ଗୁଳିଟିଏ ତାଙ୍କ ଡାହାଣ ହାତରେ ବାଜି ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ସ୍ଥାନୀୟ ଯୁବକଙ୍କ ସହ ପୁଲିସ ମାନସଙ୍କୁ ତୁରନ୍ତ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ କରି ଫେରିଛି। ତେବେ ଖେଳନା ବନ୍ଧୁକରୁ ଗୁଳି ଫୁଟିଥିବା ଥାନା ଅଧିକାରୀ ବନାନୀ ବେହେରା କହିଛନ୍ତି। ଅଧିକ ତଦନ୍ତ ଜରିରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.