Home ଜିଲ୍ଲା ପରିକ୍ରମା ଦାମୋଦର ସଂସ୍କୁତ ମହାବିଦ୍ୟାଳୟରେ ‘ଇନୋଭେସନ ଏଣ୍ଡ ଷ୍ଟାର୍ଟ ଅପ ପ୍ରୋଗ୍ରାମ’

ଦାମୋଦର ସଂସ୍କୁତ ମହାବିଦ୍ୟାଳୟରେ ‘ଇନୋଭେସନ ଏଣ୍ଡ ଷ୍ଟାର୍ଟ ଅପ ପ୍ରୋଗ୍ରାମ’

5

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜ଼ାର ସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ‘ ଇନୋଭେସନ ଏଣ୍ଡ ଷ୍ଟାର୍ଟ ଅପ ପ୍ରୋଗ୍ରାମ’ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ ଅଧ୍ୟାପକ ଶୁକଦେବ ପଣ୍ଡା, ପ୍ରଭାତୀ ନାୟକ ଓ ମଞ୍ଜୁଲତା ମହାପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ଠାରେ ଥିବା ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ କରିବା ସଙ୍ଗେ ସଙ୍ଗେ ନିଜେ ନିଜକୁ ଆତ୍ମନିର୍ଭରଶୀଳ କରିପାରିବା ଏହାର ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ ହେବା ସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ସ୍ୱର୍ଣ ଲତା ପାକଳ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.