Home ଜିଲ୍ଲା ପରିକ୍ରମା ଉତ୍କଳ କେଶରୀ ମହୋତ୍ସବର ଷଷ୍ଠ ସନ୍ଧ୍ୟା, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ଜଲିୟୁଡ୍ ଅଭିନେତ୍ରୀ ସ୍ନେହାଶ୍ରୀଙ୍କ କମାଲ୍

ଉତ୍କଳ କେଶରୀ ମହୋତ୍ସବର ଷଷ୍ଠ ସନ୍ଧ୍ୟା, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ଜଲିୟୁଡ୍ ଅଭିନେତ୍ରୀ ସ୍ନେହାଶ୍ରୀଙ୍କ କମାଲ୍

8

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡ.ହରେକୃଷ୍ଣ ମହତାବ ନବ ଉତ୍କଳର ନିର୍ମାତା ଥିଲେ । ତାଙ୍କର ଦୂରଦ୍ରଷ୍ଟା ଓ ସ୍ୱପ୍ନଦର୍ଶୀ ପାଇଁ ସେ ଓଡିଶାର ଜନ ମାନସରେ ପରିଚିତ ମଣିଷ ଥିଲେ । ସେ ବହୁ ଗୁଣର ଅଧିକାରୀ ଥିବା ବେଳେ ପାରାଦୀପ ବନ୍ଦର,ହୀରାକୁଦ ନଦୀ ବନ୍ଧ, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହଦଗଡର ସାଳନ୍ଦୀ ନଦୀ ଉପରେ ବନ୍ଧ ନିର୍ମାଣର କରି ସଂପୃକ୍ତ ଅଚଂଳର ଚାଷ ଜମିକୁ ପାଣି ଯୋଗାଇବା ପରି ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ତାଙ୍କ ଅବଦାନରେ କଟକର କଳାବିକାଶ କେନ୍ଦ୍ର, ଆକାଶବାଣୀ କଟକ, ଭୁବନେଶ୍ୱରର ସଙ୍ଗୀତ ମହାବିଦ୍ୟାଳୟ, ସଂସ୍କୃତି ମଣ୍ଡପ ଆଦି ଓଡିଶାର ଅସ୍ମିତାକୁ ସୂଚାଉଛି । ୧୯୫୯ ମସିହାରେ ରାଜ୍ୟ ସଂଗ୍ରାହାଳୟର ଭିତି ପ୍ରସ୍ତର ସ୍ଥାପନ କରି ନଥାନ୍ତେ ତାହେଲେ ଓଡିଶାର ସଂସ୍କୃତି, ଅସ୍ମିତା,ପରମ୍ପରା ଆଜି ନଥାନ୍ତା ବୋଲି ବିଶିଷ୍ଟ ଲେଖିକା, ଗବେଷିକା ତଥା ରାଜ୍ୟ ସଂଗ୍ରାହାଳୟର ଅଧିକ୍ଷକ ଡ.ଭାଗ୍ୟଲିପି ମଲ୍ଲ ତ୍ରୟୋଦଶତମ ଉତ୍କଳ କେଶରୀ ଆଗରପଡା ମହୋତ୍ସବର ଷଷ୍ଠ ଦିବସର ସାଂସ୍କୃତିକ ମଂଚରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ମହୋତ୍ସବ କମିଟିର ସମ୍ପାଦକ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ମଚଂ ସଂଚାଳନରେ ସଭାକୁ ବରିଷ୍ଠ ଆଇନିଜିବୀ ମନୋଜ ରାୟ ସଭାପତିତ୍ୱ କରିଥିଲେ । ିବିଶିଷ୍ଟ ଅତିଥି ଭାବେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ମହତାବଙ୍କ ଜନ୍ମ ମାଟିରେ ପାଦ ଥାପିବା ପରମ ସୌଭାଗ୍ୟ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ଦିଲ୍ଲୀପ ଦାସ ପ୍ରତ୍ୟେକ ବର୍ଷ ଏଠାକୁ ଆସି ଦୁଇ ପଦ କଥା ରଖିବାର ସୌଭାଗ୍ୟକୁ ନେଇ କମିଟିକୁ ସାଧୁବାଦ ଜଣାଇଥିଲେ । ସମ୍ମାନିତ ଅତିଥି ସମାଜସେବୀ ରବିନ୍ଦ୍ର ରାୟ, ଯାତ୍ରା ରାଜନନ୍ଦିନୀ ପ୍ରଯୋଜକ ଇଂ. ସ୍ମୃତି ରଞ୍ଜନ ପଲାଇ, କମିଟି ଉପ-ସଭାପତି ଅବିନାଶ ପଣ୍ଡା, ସଭାରେ ମୁଖ୍ୟ ଆକର୍ଷଣ ଜଲିୟୁଡ୍ ନାୟିକା ମିସ୍ ସ୍ନେହାଶ୍ରୀ ପ୍ରମୁଖ ଯୋଗଦେଇ ମହତାବଙ୍କ ପାଇଁ ମାଟିର ବାସ୍ନା ସ୍ୱତନ୍ତ୍ର କହି ଦୀର୍ଘ ୧୩ ବର୍ଷ ଧରି ତାଙ୍କ ନାମରେ ମହୋତ୍ସବ ପାଳନ ଅନେକ ସ୍ମୃତି ଅନୁଭୂତି ସାଉଁଟିଛି ବୋଲି କହିଥିଲେ । କମିଟି ଉପଦେଷ୍ଟା କୈଳାସ ଚନ୍ଦ୍ର ଧଳ,ଗୋଲକ ପୃଷ୍ଟି,ରତ୍ନାକର ନାୟକ,ସୁବୋଧ କୁମାର ସାହୁ, ସହ-ସମ୍ପାଦକ ଗଦାଧର ବେହେରା,ନମିତା ବେହେରାଙ୍କ ତତ୍ୱାବଧାନରେ ନୃତ୍ୟଗୁରୁ ପୁଷ୍ପମିତ୍ରା ବେହେରା, କଣ୍ଠଶିଳ୍ପୀ ଶଶିକଳା ମିଶ୍ର, ବିଶମ୍ବର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସାଇନୃତ୍ୟ କଳା ଏକାଡେମିର ଛାତ୍ରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଜଲିୟୁଡ୍ ନାୟିକା ସ୍ନେହାଶ୍ରୀଙ୍କ ଯାତ୍ରା ସଂଳାପ ଓ ନୃତ୍ୟ ସାଙ୍ଗକୁ ବିଶିଷ୍ଟ କଣ୍ଠଶିଳ୍ପୀ ଜୟଶ୍ରୀ ଧଳଙ୍କ ‘ପାଉଁଁଜି ମୋ ହଜିଗଲା ଗାଧୁଆ ତୁଠରେ’ ଓ ଓଡିଆ ଅସ୍ମିତା ଗୀତରେ ଦର୍ଶକ ଭରପୁର ମଜ୍ଜା ଉଠାଇଥିଲେ । କାର୍ଯ୍ୟକ୍ରମକୁ ମାମୁନି ସିଂହ, ନିହାର ରଞ୍ଜନ ସାହୁ, ଚିତ ରଞ୍ଜନ ଦାସ,ସୁଦର୍ଶନ ସିଂହ,ଦୀପକ ପୁରୀ, ପ୍ରତିମା ସାହୁ,କରନ କୁମାର ଜେନା, ନିତ୍ୟାନନ୍ଦ ସିଂହ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ସାଇନୃତ୍ୟ ପକ୍ଷରୁ ସ୍ମୃତି ରେଖା ସେଠୀ, ଅଭିଲିପ୍ସା ଦାସ, ରେସେଲିନା ପଣ୍ଡା, ଆଲିସା ମହାନ୍ତି, ମନିଷା ସାହୁ, ଦ୍ୟୁତିରୂପା ବେହେରା, ନିକିତା ଚାନ୍ଦ, ଆଦ୍ୟାଶା ନାୟକ, ମାହେଶ୍ୱରୀ ମହାନ୍ତି, ମନିଷା ସାହୁ, ରାଜ ନନ୍ଦିନୀ ଚାନ୍ଦ, ଅରୁଦ୍ଧୀ ନାୟକ, ମିସ୍ ସୋନକ୍ସି, ବିଦ୍ୟୁସ୍ମିତା ସେଠୀ, ଆଦ୍ୟାଶା ରାଣି ବେହେରା, ଶ୍ରୀଷ୍ଟି ମିଶ୍ର, ଅଭିଲିପ୍ସା ମହାନ୍ତି, ଦେବଶ୍ରୀ ନାୟକ,ଶୁଶ୍ରୀ ଅନୁଷ୍କା ଦାସଙ୍କ ଦ୍ୱାରା ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.