Home ଜିଲ୍ଲା ପରିକ୍ରମା ସିପିଆଇ ନେତା ସନାତନ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ

ସିପିଆଇ ନେତା ସନାତନ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ

4

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ଦୋ?ଲତପୁର ଗ୍ରାମର ସିପିଆଇ ନେତା ସନାତନ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ସ୍ୱର୍ଗତ ଦାସଙ୍କ ଏକାଦସାହ ଅବସରରେ ସ୍ଥାନୀୟ ବାସନ୍ତୀ ପଡିଆରେ ସିପିଆଇ ତିହିଡି ଜୋନ ସମ୍ପାଦକ ନାରାୟଣ ତ୍ରିପାଠୀଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ସିପିଆଇ ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱର୍ଗତ ଦାସ ନିଷ୍ଠାର ସହିତ ଦଳର କାମକରି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଥିଲେବୋଲି କହିଥିଲେ। ସମ୍ମାନିତ ଅତିଥିଭାବେ ଜିଲ୍ଲା ସମ୍ପାଦକ ଶୁଭେନ୍ଦୁ ମହାନ୍ତି,ସହ ସମ୍ପାଦକ ରମେଶ ଜେନା ଓ ବିମ୍ବାଧର ବାରିକ,ଚାନ୍ଦବାଲି ଜୋନ ସମ୍ପାଦକ ଭାଗିରଥି ରାଉତ,ବାସୁଦେବପୁର ଜୋନ ସମ୍ପାଦକ ହରିହର ବେହେରା ,ଗୌରହରି ମିଶ୍ର,ଅନନ୍ତ ମହାନ୍ତି,ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ନେତା ରବିନ୍ଦ୍ର ବାରିକ,କୃତିବାସ ଜେନା,ସିପିଆଇଏମ ବ୍ଲକ ସମ୍ପାଦକ ବିଷ୍ଣୁ ଦାଶ, ନେତା ମଳୟ ଭୋଇ,ବିଜେଡି ନେତା ହରିଶ୍ଚନ୍ଦ୍ର ବାରିକ,ଶିକ୍ଷାବିତ ମୋହନ ବଳ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।ସ୍ୱର୍ଗତ ଦାସଙ୍କ କନିଷ୍ଠ ପୁତ୍ର ଶ୍ରୀକାନ୍ତ ଦାସ,ନାତୁଣୀ ମୀରା ଦାସ,ପ୍ରଜ୍ଞା ଦାସ,ନେତା ମୋହନ ଦାସ,ବିକ୍ରମ ଦାସ,ଶରତ ପାଣ୍ଡବ,ଭଜଗୋବିନ୍ଦ ନାୟକ, ବଳରାମ ବାରିକ,ଯୁଧିଷ୍ଠିର ପାଣିଗ୍ରାହୀ,ସୁରେନ୍ଦ୍ର ନାୟକ,ଚିନ୍ତାମଣି ସାହୁ,ଉପେନ୍ଦ୍ର ବେହେରା,ହୃଦାନନ୍ଦ ସାହୁ,ନିରଞ୍ଜନ ମହାନ୍ତି,ଧନେଶ୍ୱର ଜେନା, ବାମଦେବ ଓଝା,ଗଙ୍ଗାଧର ବେହେରା,ଶଙ୍କର୍ଷଣ ସେଠି,ସୁରେନ୍ଦ୍ର ରାଉତ,ଚୈତନ୍ୟ ବାରିକ,ଭରତ ବାରିକ,ସୁଶାନ୍ତ ମାଝୀ,ସୁରେନ୍ଦ୍ର ବେହେରା,ସୁରେନ୍ଦ୍ର ସେଠୀ, ଅନନ୍ତ ପାଣି,ସୁଶାନ୍ତ ସାହୁ ପ୍ରମୁଖ ନେତା ଓ ପରିବାରବର୍ଗ ଶ୍ରଦ୍ଧାଞ୍ଜଳୀ ଜଣାଇବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.