Home ଜିଲ୍ଲା ପରିକ୍ରମା ଆନ୍ତଃଜିଲ୍ଲା ମ୍ୟୁଚୁଆଲ ଟ୍ରାନ୍ସଫର ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଏନପିଏସ ଶିକ୍ଷକ ସଂଘ

ଆନ୍ତଃଜିଲ୍ଲା ମ୍ୟୁଚୁଆଲ ଟ୍ରାନ୍ସଫର ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଏନପିଏସ ଶିକ୍ଷକ ସଂଘ

0

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମା ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପତ୍ର ସଂଖ୍ୟା ୧୩୪୬୮/ଏସଏଣ୍ଡ ଏମଇ, ତାରିଖ ୧୪/୦୫/୨୦୨୫ ଅନୁସାରେ, ରାଜ୍ୟର ସେକେଣ୍ଡାରୀ ବିଦ୍ୟାଳୟମାନଙ୍କର ପ୍ରଧାନ ଶିକ୍ଷକ ଓ ସହାୟକ ଶିକ୍ଷକମାନଙ୍କ ବଦଳି ସମ୍ବନ୍ଧୀୟ ନୂତନ ନିର୍ଦ୍ଦେଶନାମା ରେ କିଛି ସଂଶୋଧନ ସହିତ ପ୍ରକାଶିତ ହୋଇଛି, ଯାହା ଶିକ୍ଷକମାନଙ୍କ ଉପକାର ପାଇଁ ଉଦ୍ଦିଷ୍ଟ। ଉକ୍ତ ନିର୍ଦ୍ଦେଶନାମାର ପ ଏଂଟ ୨(ଖ) ଅନୁଯାୟୀ, ଜିଲ୍ଲାରୁ ଜିଲ୍ଲାକୁ ଏକାଧିକ ଥର ବଦଳି ଉପରେ ପ୍ରତିବନ୍ଧକ ରହିଛି। କିନ୍ତୁ ପଏ ଂଟ ୩(ବ) ରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ, ଏହି ପ୍ରତିବନ୍ଧକ ଟିଜି ଶିକ୍ଷକ ଓ ସିନିୟର ସେକେଣ୍ଡାରୀ ପ୍ରଧାନ ଶିକ୍ଷକମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ଏବଂ କେବଳ ଜିଲ୍ଲା କ୍ୟାଡର ଶିକ୍ଷକମାନଙ୍କ ପାଇଁ ପ୍ରଯୁଜ୍ୟ। ପୂର୍ବ ବର୍ଷ ରେ ଏହା ଦୃଷ୍ଟିଗୋଚରକୁ ଆସିଛି ଯେ, କଟକ, ଗଞ୍ଜାମ ଇତ୍ୟାଦି ଜିଲ୍ଲାରେ କିଛି ଶିକ୍ଷକମାନେ ଦ୍ୱିତୀୟ କିମ୍ବା ତୃତୀୟ ଥର ପାଇଁ ଆନ୍ତଃଜିଲ୍ଲା ପରସ୍ପର ବଦଳି (ମ୍ୟୁଚୁଆଲ୍ ଟ୍ରାନ୍ସଫ)ର୍ ଗ୍ରହଣ କରିଥିଲେ। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା-୨୪୯୬୦ ତାରିଖ-୨୯.୦୮.୨୦୨୪ ଅନୁଯାୟୀ, ୨୦୨୪ ବର୍ଷ ଏକାଧିକ ଥର ଆନ୍ତଃଜିଲ୍ଲା ପରସ୍ପର ବଦଳି ଗ୍ରହଣ କରିଥିବା ମାମଲାରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। କିନ୍ତୁ ଦୁଃଖର ବିଷୟ ଯେ ୨୦୨୫ ବର୍ଷ ଗଣଶିକ୍ଷା ବିଭାଗ ଦ୍ୱାରା ଖୋଲା ଯାଇଥିବା ଅନଲାଇନ ଟ୍ରାନ୍ସଫର ରେ ଉକ୍ତ ନିୟମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ବୋଲି ପୁରୀ,ଗଞ୍ଜାମ, କଟକ,ବାଲେଶ୍ୱର, ସୁନ୍ଦରଗଡ଼, ଗଜପତି, ନୟାଗଡ, ସମ୍ବଲପୁର, ସୋନପୁର, ବଲାଙ୍ଗୀର, କନ୍ଧମାଳ, ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଦ୍ୱିତୀୟଥର ଆନ୍ତଃଜିଲ୍ଲା ମ୍ୟୁଚୁଆଲ ବଦଳିକୁ ଆବେଦନ କୁ ରଦ୍ଧ କରିଦେଇଥିଲେ। ରାଜ୍ୟର ଅନ୍ୟ ସମସ୍ତ ରାଜ୍ୟ କ୍ୟାଡର କର୍ମଚାରୀ ମାନଙ୍କ ର ସମଗ୍ର ଚାକିରୀ କାଳ ଭିତରେ ଏକାଧିକ ଥର ଆନ୍ତଃଜିଲ୍ଲା ମ୍ୟୁଚୁଆଲ ବଦଳିହେଉଥିବା ବେଳେ ଗଣଶିକ୍ଷା ବିଭାଗ ଅଧୀନ ରେ ଥିବା ମାଧ୍ୟମିକ ଟି. ଜି. ଟି (ପି.ସି.ଏମ,ସି.ବି.ଜେଡ୍‌, ଆର୍ଟ୍ସ ) ଶିକ୍ଷକ ମାନେ ରାଜ୍ୟ କ୍ୟାଡର କର୍ମଚାରୀ ହୋଇଥିଲେ ବି ସେମାନଙ୍କର ବଦଳି ଆନ୍ତଃଜିଲ୍ଲା ମ୍ୟୁଚୁଆଲ ବଦଳି କ୍ଷେତ୍ରରେ ସମଗ୍ର ଚାକିରୀକାଳ ଭିତରେ ଗୋଟେ ଥର କରାଯାଉଛି , ଯାହା ଫଳରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବହୁତ ମାନସିକ ଅଶାନ୍ତି ଭିତରେ ରହୁଥିବାର ପରିଲିକ୍ଷିତ ହେଉଛି, ଟି.ଜି.ଟି ଶିକ୍ଷକ ଙ୍କ ପାଇଁ ଗାଇଡଲାଇନ ରେ ଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ ବଦଳି ଆବେଦନ କୁ ରଦ୍ଧ କରିବାର କାରଣ କଣ ହୋଇପାରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମ୍ୟୁଚୁଆଲ ବଦଳି ରେ ସ୍କୁଲ ଏବଂ ଜିଲ୍ଲା ସ୍ତରରେ କୌଣସି ଅଭାବ କିମ୍ବା ଅତିରିକ୍ତତା ପଦବୀ ସୃଷ୍ଟି ହେବ ନାହିଁ। ଏବଂ ଅନେକ ଶିକ୍ଷକଙ୍କୁ ଗତ ବର୍ଷ ମ୍ୟୁଚୁଆଲ ବଦଳିରେ ବିଭିନ୍ନ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଛି କିନ୍ତୁ ସେମାନେ ସେମାନଙ୍କର ବୃଦ୍ଧ ଏବଂ ଅସୁସ୍ଥ ପିତାମାତାଙ୍କ ଯତ୍ନ ନେବା ପାଇଁ ନିଜ ଜିଲ୍ଲାକୁ ପହଂଚିି ପାରି ନାହାଁନ୍ତି। ତେଣୁ ହଜାର ହଜାର ଶିକ୍ଷକଙ୍କ ପାଇଁ ନିଜ ଜିଲ୍ଲାକୁ ପହଂଚିବା ଅତ୍ୟନ୍ତ ଅନିବାର୍ଯ୍ୟ ହୋଇପଡିଛି। ଏଣୁ ଟି. ଜି. ଟି ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ବୃହତର ସ୍ୱାର୍ଥକୁ କୁ ଦୃଷ୍ଟି ରେ ରଖି ମାଧ୍ୟମିକ ଶିକ୍ଷକଙ୍କ ପାଇଁ ୨୦୨୬-୨୭ ବର୍ଷ ଟ୍ରାନ୍ସଫର ଗାଇଡ଼ଲାଇନ ରେ ଟି. ଜି. ଟି ଶିକ୍ଷକଙ୍କ ପାଇଁ ଦ୍ୱିତୀୟଥର ଆନ୍ତଃଜିଲ୍ଲା ମ୍ୟୁଚୁଆଲ ବଦଳି ପ୍ରଯୁଜ୍ୟ ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ କରିବାକୁ ଓଡ଼ିଶା ସରକାରୀ ହାଇସ୍କୁଲ ଏନ୍‌ପିଏସ୍ ଶିକ୍ଷକ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ ଦାବି କରିଛନ୍ତି। ଏଥିପାଇଁ ସଭାପତି ଶ୍ରୀ ପ୍ରଧାନ, ମୁଖ୍ୟମନ୍ତ୍ରୀ,ଗଣଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦେଶକ ଙ୍କୁ ସ୍କାରକପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.