Home ଜିଲ୍ଲା ପରିକ୍ରମା ଶ୍ରୀରାମ ବିଜୟା ଦଶମୀ ପାଳନ ନିମନ୍ତେ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ

ଶ୍ରୀରାମ ବିଜୟା ଦଶମୀ ପାଳନ ନିମନ୍ତେ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ

6

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ମାଟିର ଐତିହ୍ୟ, ପରମ୍ପରା ଓ ସାଂସ୍କୃତିକ ପରିଚୟ ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ-୨୦୨୬ ଭବ୍ୟ ଓ ଦିବ୍ୟ ରୂପରେ ଚଳିତ ମାସ ୨୭/୨୮/୨୯/ ୩୦/୩୧ ପାଂଚ ଦିନ ଧରି ଶାନ୍ତି ଶୃଙ୍ଖଳା ରକ୍ଷା ସହିତ ପାଳନ ହେବ ସେନେଇ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋମବାର ଅପରାହ୍ନ ୪ଟା ସମୟରେ ଧାମନଗର ପଂଚାୟତ ସମିତି ସଭାଗୃହ ପରିସରରେ ଧାମନଗର ଶାନ୍ତି କମିଟି ଆବାହକ ତଥା ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭଦ୍ରକ ଅତିରିକ୍ତ ଏସ ପି ଆଂଶୁମାନ ଦ୍ୱିବେଦୀ, ଧାମନଗର ଏସଡିପିଓ ଅନିରୁଦ୍ଧ ମୁଦୁଲି, ଭଦ୍ରକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଟୁନିବାଳା ବିଶ୍ୱାଳ,ଧାମନଗର ପଂଚାୟତ ସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ,ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,ସାଂସଦଙ୍କ ବ୍ଲକ ଏବଂ ନଗର ପ୍ରତିନିଧି ମନୋଜ କୁମାର ମଲ୍ଲିକ,ସରୋଜ ମହାପାତ୍ର,ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ,ଶାନ୍ତି କମିଟିର ବରିଷ୍ଠ ସଦସ୍ୟ ବାସୁଦେବ ତ୍ରିପାଠୀ,ଏମଡି ଇସ୍ରାଇଲ ହବିବି, ଏମଡି ଫଜଲେ ବାରି,ମହେଶ୍ୱର ସ୍ୱାଇଁ,ବିରେନ୍ଦ୍ର କୁମାର ଜେନା,ଲମ୍ବୋଦର ଜେନା,କୃଷ୍ଣ ଚନ୍ଦ୍ର ଜେନା,ସେକ ଜାଫର ଅଲ୍ଲୀ ହବିବି,ଏମଡି ମଞ୍ଜୁରୁଲ ହକ,ପ୍ରତାପ ସାମଲ,ଗୋଲାମ ଜିଲାନି ହବିବି,ରାମଚନ୍ଦ୍ର ଜେନା,ଜ୍ଞାନରଞ୍ଜନ ମହାକୁଡ଼,ସେକ ରୋସ୍ତମ,ସେକ ଆସଲମ,ବିଦ୍ୟୁତ ବିଭାଗ,ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀରାମ ବିଜୟା ଦଶମୀ ଶାନ୍ତି ଶୃଙ୍ଖଳା ରକ୍ଷା କରି କିପରି ପାଳନ ହେବ ସେଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ନିମନ୍ତେ ବ୍ୟାପକ ଆଲୋଚନା କରାଯାଇଥିଲା। ଟ୍ରାଫିକ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବା ସହିତ ସିସିଟିଭି,ଡ୍ରୋନ ଏବଂ ଡି ଜେ ରେ ଭାଇଭେଟର ଲାଗିବନି,ମଦ ଦୋକାନ ସରକାରୀ ନିୟମ ଓ ସମୟ ଅନୁଯାୟୀ ଖୋଲାଯିବା,ସୋସିଆଲ ମିଡିଆରେ ଆପତିଜନକ ପୋଷ୍ଟକୁ ବାରଣ କରାଯାଇଛି।ଅସାମାଜିକ ଯୁବକଙ୍କ ଉପରେ ନଜର ରଖିବା ପାଇଁ ବାଇନାକୁଲର ବ୍ୟବସ୍ଥା କରିବା ସମ୍ପର୍କରେ ଅତିରିକ୍ତ ଏସପି ସୂଚନା ଦେଇଥିଲେ। ଶେଷରେ ଧାମନଗର ଥାନାର ନୂତନ ଅଧିକାରୀ ସୁଭ୍ରଜିତ ଦାଶ ସମସ୍ତଙ୍କର ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.