Home ଜିଲ୍ଲା ପରିକ୍ରମା ରାଜ୍ୟ ଷଷ୍ଠ ଅର୍ଥ ଆୟୋଗ କମିଶନ ଅଧ୍ୟକ୍ଷଙ୍କ ଚାନ୍ଦବାଲି ଗସ୍ତ, ପୂର୍ବ କାମକୁ କଲେ ପ୍ରଶଂସା

ରାଜ୍ୟ ଷଷ୍ଠ ଅର୍ଥ ଆୟୋଗ କମିଶନ ଅଧ୍ୟକ୍ଷଙ୍କ ଚାନ୍ଦବାଲି ଗସ୍ତ, ପୂର୍ବ କାମକୁ କଲେ ପ୍ରଶଂସା

11

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଷଷ୍ଠ ଅର୍ଥ ଆୟୋଗ କମିଶନ ଅଧ୍ୟକ୍ଷ ଅରୁଣ କୁମାର ପଣ୍ଡା ଆଜି ଭଦ୍ରକ ଜିଲ୍ଲା ଗସ୍ତ ସମୟରେ ଆରଡ଼ି ପହଂଚି ଆଖଣ୍ଡଳମଣିଙ୍କ ଦର୍ଶନ କରିଥିଲେ। ପରେ ସେ ଚାନ୍ଦବାଲି ଏନଏସି ରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ବୁଲିଦେଖି କାର୍ଯ୍ୟର ଗତି ଓ ଗୁଣଗତ ମାନ ବିଷୟରେ ସମୀକ୍ଷା କରିଥିଲେ। ଏହି ସମୟରେ ଅର୍ଥ କମିଶନ ର ଟିମ୍ ଏନଏସିର ବିରାଟ ଟାଉନହଲ ଓ ସ୍ମାର୍ଟ ପାର୍କ ଦର୍ଶନ କରି ପାର୍କର ସୁନ୍ଦର ପରିବେଶ ଓ ଗୁଣବତାପୂର୍ଣ୍ଣ କାର୍ଯ୍ୟକୁ ବହୁ ପ୍ରଶଂସା କରିଥିଲେ। ପୂର୍ବରୁ କୃତ କାର୍ଯ୍ୟ, ବର୍ତମାନ ଚାଳୁ ପ୍ରକଳ୍ପ ଏବଂ ଆଗାମୀ ଉନ୍ନୟନ ଯୋଜନା ନିମନ୍ତେ ସମ୍ଭାବନା ବିଷୟରେ ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଅଧାବାଟିଆ ରହିଥିବା କାମ କିପରି ଶୀଘ୍ର ସମାପ୍ତ ହେବା ପାରିବ, ସେଥି ପାଇଁ ମଧ୍ୟ ଦିଶାନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ପିଡି ଶୁଭେନ୍ଦୁ ସାମଲ, ବିଡିଓ ସଂଜୀବ ମହାପାତ୍ର, ଏନଏସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଆଭାସ ରଞ୍ଜନ ପାଣିଗ୍ରାହୀ ସହିତ ପ୍ରଭାତ ସାହୁ, ଅମୀୟ କୁମାର ପଳେଇ, ସ୍ମୃତିରଞ୍ଜନ ତରାଇ ଓ ବ୍ଲକ ଏବଂ ଏନଏସିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.