Home ଜିଲ୍ଲା ପରିକ୍ରମା ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ବାର୍ଷିକ ମୁଖପତ୍ର ଲୋକାର୍ପଣ

ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ବାର୍ଷିକ ମୁଖପତ୍ର ଲୋକାର୍ପଣ

4

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ବାର୍ଷିକ ମୁଖପତ୍ର ‘ନୀଳକନ୍ଦର’ ଓ ‘ଅନୁଭୂତିରେ ଶ୍ରୀ ଜଗନ୍ନାଥ‘ ଶିର୍ଷକ ଦୁଇଟି ପତ୍ରିକା ଅପର୍ତିବିନ୍ଧା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଭଦ୍ରକର ଲୋକପ୍ରିୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ଦ୍ୱାରା ଲୋକାର୍ପଣ କରାଯାଇଅଛି। ଏହି ଲୋକାର୍ପଣ ସମାରୋହରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ପରମ ସନ୍ଥ ମୁକୁନ୍ଦଜୀ ମହାରାଜ ଓ ଶରତ ଚନ୍ଦ୍ର ମହାନ୍ତି, ବିଶ୍ୱମୌତ୍ରୀ ନାୟକ, ନାରାୟଣ ଚନ୍ଦ୍ର ପ୍ରଧାନ, ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ, ସହ ଆବାହକ ବାବୁଲାଲ ଦାସ, ମୁଖ୍ୟ ପରିଚାଳକ ଭାଗୀରଥି ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ସଂକୀର୍ତନ ପରିବେଷଣ କରାଯାଇଥିଲା। ଏହା ପୂର୍ବରୁ ବିଧାୟକ ମହାପାତ୍ରଙ୍କ ଦ୍ୱାରା ନେତ ଉଡ଼ାଣ ଉତ୍ସବ ଅବସରରେ ମନ୍ଦିର ଶୀର୍ଷରେ ହୁଳହୁଳି ଓ ହରିବୋଲ ଧ୍ୱନୀରେ ଧ୍ୱଜା ରୋପଣ କରାଯାଇଥିଲା। ଏହି ସମାରୋହରେ ସନେଇ ଶିଅଳ, ରାଜେନ୍ଦ୍ର ପ୍ରସାଦ ଅଗସ୍ତି, କାଶିନାଥ ପଣ୍ଡା, ଲକ୍ଷ୍ମୀଧର ଖଟୁଆ, ଦୁଃଶାସନ ମହାନ୍ତି, ପଦ୍ମଲୋଚନ ମହାପାତ୍ର, ସୁବାସ ଚନ୍ଦ୍ର ବଳ, ଦେବଦତ ସାହୁ, ଲଳିତ ମୋହନ ମିଶ୍ର ପ୍ରମୁଖ ବହୁ ସଭ୍ୟସଭ୍ୟା ଓ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.