Home ଜିଲ୍ଲା ପରିକ୍ରମା ମାନବିକତା ଦେଖାଇ ଯୁବକ ଏସପିଙ୍କୁ ଫେରାଇଲେ ଟଙ୍କା

ମାନବିକତା ଦେଖାଇ ଯୁବକ ଏସପିଙ୍କୁ ଫେରାଇଲେ ଟଙ୍କା

28

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାସ୍ତାରୁ ପାଇଲେ ପୁଳା ପୁଳା ଟଙ୍କା, ଲୋଭ ନରଖି ପ୍ରଥମେ ଟଙ୍କା ଫେରାଇବା ପାଇଁ ପ୍ରଥମେ ସାମାଜିକ ଗଣ ମାଧ୍ୟମର ସାହାଯ୍ୟ ନେଲେ। ଶେଷରେ ପାଇଥିବା ଟଙ୍କାକୁ ଏସପିଙ୍କୁ ଦେଇ ଉତ୍ତମ ମଣିଷର ପରିଚୟ ଦେଲେ ଯୁବକ। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପରମେଶ୍ୱରପୁର ଗାଁର ଯୁବକ ଅକ୍ଷୟ ସେଠୀ ଗତ ଜାନୁୟାରୀ ୨ ତାରିଖ ଦିନ ନିଜ ପୁଅକୁ ଭଦ୍ରକ ରେଳ ଷ୍ଟେସନକୁ ଛାଡିବାକୁ ଆସିଥିବା ବେଳେ ରାସ୍ତାରେ ୨୦ ହଜାର ଦୁଇଶହ ଟଙ୍କା ପାଇଥିଲେ। ପରେ ଅକ୍ଷୟ ସ୍ଥାନୀୟ ଅଟୋ ମାଲିକଙ୍କୁ ଟଙ୍କା ପାଇଥିବା କଥା କହିବା ପରେ ନିଜ ନମ୍ବର ଦେଇ ଆସିଥିଲେ ଅଟୋ ମାଲିକଙ୍କୁ। ଯଦି ହଜିଥିବା ଲୋକ ଆସେ ଯୋଗାଯୋଗ କରିବାକୁ କହିଥିଲେ।ଏପରିକି ନିଜ ବନ୍ଧୁଙ୍କ ସାହାଯ୍ୟରେ ସାମାଜିକ ଗଣମାଧ୍ୟମରେ ସାହାଯ୍ୟ ନେଲେ। ପରେ କିଛି ଅପରିଚିତ ଫୋନ କଲ ଆସିବା ପରେ ତାଙ୍କୁ ସଂନ୍ଦେହ ହେଇଥିଲା। ଶେଷରେ ଆଜି ଭଦ୍ରକ ଏସପି ମନୋଜ ରାଉତଙ୍କୁ ଅକ୍ଷୟ ପାଇଥିବା ସମସ୍ତ ଟଙ୍କା ଦେଇ ଉତ୍ତମ ମଣିଷର ଦେଖାଇଛନ୍ତି। ଆଜିର ସମାଜରେ ଅକ୍ଷୟଙ୍କ ଏଭଳି କାର୍ଯ୍ୟକୁ ଏସପି ପ୍ରଶଂସା କରି ଏବେବି ମଣିଷ ପାଖରୁ ମାନବିକତା ହଜି ଯାଇ ନାହିଁ ବୋଲି କହିଛନ୍ତି ଥିବା ବେଳେ ହଜିଥିବା ବ୍ୟକ୍ତି ନିଜର ଉଚିତ ପ୍ରମାଣ ଦେଖାଇ ଟଙ୍କା ନେଇ ଯିବାକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.