ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ପୂଜ୍ୟ ପୂଜା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ନୂତନ ବର୍ଷ ଉପଲକ୍ଷେ ଏକ ଭବ୍ୟ ବନ୍ଧୁ ମିଳନ ଓ କବିତା ଆସର ସ୍ଥାନୀୟ ଦୋବଲ ବୈଦିକ ସତସଙ୍ଗ ସମିତି ପରିସରରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଓ ସଂସ୍କୃତିର ଏହି ମହା ମିଳନରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଓ କବିମାନେ ଯୋଗ ଦେଇଥିଲେ। ପରିଷଦର ଉପ-ସଭାପତି ଶ୍ରୀ ହୃଦାନନ୍ଦ କର ଙ୍କ ସଭାପତିତ୍ୱ ରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଅଞ୍ଚଳରୁ ଆସିଥିବା କବିମାନେ ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ ।ସଭାରେ ସମାଜ ଗଠନରେ କବି ଓ ଲେଖକଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମାଜ ଆଗରେ କବିଙ୍କୁ ନେଇ ଥିବା ଦାୟିତ୍ୱ ଏବଂ ସାହିତ୍ୟ ମାଧ୍ୟମରେ ସାମାଜିକ ପରିବର୍ତ୍ତନ କିପରି ସମ୍ଭବ, ସେ ନେଇ ବକ୍ତାମାନେ ନିଜର ମତ ରଖିଥିଲେ। କବି ଓ କବୟିତ୍ରୀ ସେମାନଙ୍କ ର ସ୍ୱ ରଚିତ କବିତା ଆବୃତ୍ତି କରିଥିଲେ।ପରେ ସାହିତ୍ୟ ସମ୍ପର୍କ ରେ ଆଲୋଚନା ଚକ୍ର ରେ ସରପଂଚ ଅଶୋକ କୁମାର ପଣ୍ଡା, ପ୍ରମୋଦ ନାୟକ, ବଜୟନ୍ତି ସାମଲ, ଭୁପେସ ମିଶ୍ର, ମନୋଜ ଜେନା,ନିରାକାର ଧଳ, ଘନଶ୍ୟାମ ଥାଟେଇ,ସଚ୍ଚିକାନ୍ତ ପଣ୍ଡା,ଦଇତାରୀ ଦାସ,ନକୁଳ ଦେବ ଶାସ୍ତ୍ରୀ, ବାବା ବିଶ୍ୱ ଧର ଦାସ, ବିଶ୍ୱ ନାଥ ବେହେରା,ପ୍ରିୟ ରଂଜନ ସାମଲ, ରାଧା ଶ୍ୟାମ ପଣ୍ଡା, ଅନିଲ କୁମାର ବାରିକ, ରିତା ରାଣୀ ରାଉତ,କୁଳମଣି ବେହେରା,ଜଗନ୍ନାଥ ନାୟକ, ପ୍ରଭାତ ସାମଲ,ଭାଗବତ ତ୍ରିପାଠୀ,ସିଦ୍ଧେଶ୍ୱର ସାମଲ,କମଳା କାନ୍ତ ଦାସ,ଦେବେନ୍ଦ୍ର ଆନ୍ଦିଆ,ଅଭିମନ୍ୟୁ ମଲିକ,ସୁରେନ୍ଦ୍ର ମହାନ୍ତି,କୃତିବାସ ତ୍ରିପାଠୀ,ପ୍ରଦୀପ ଆନ୍ଦିଆ ,ପ୍ରଶାନ୍ତ ସାହୁ ଓ କୃଷ୍ଣଚନ୍ଦ୍ର ଜେନା ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମର ଶେଷରେ ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ମହାପାତ୍ର ସମସ୍ତ ଅତିଥି, କବି ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।








