ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ପ୍ରତିଷ୍ଠିତ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦୋବଲ ପଞ୍ଚାୟତ ରେ ଏସ୍.ଏ.ଜେ (ଝଇଔ) ହାଇସ୍କୁଲ ବା ସୌକତ ଅଲ୍ଲି ଜଲ୍ଲାଲୁଦ୍ଦିନ ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇଛି। ଆସନ୍ତା ୭ ଜାନୁଆରୀ ୨୦୨୬ ରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଖୋର୍ଦ୍ଧା ଜିଲ୍ଲାର ବାଣପୁରଠାରେ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଜିଲ୍ଲାରେ ଆଭାସୀ (ଭର୍ଚୁଆଲ୍) ମାଧ୍ୟମରେ ସିଧାସଳଖ ପ୍ରସାରିତ ହେବ। ଏସ୍ଏଜେ ହାଇସ୍କୁଲରେ ବର୍ତ୍ତମାନ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ଯାଏଁ ୩୨୨ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ବିଦ୍ୟାଳୟର ନିଜସ୍ୱ ୩.୦୩ ଏକର ଜମି ସହ ପାଖରେ ଥିବା ୧୯ ଏକର ସରକାରୀ ରାଜସ୍ୱ ଜମିକୁ ମିଶାଇ ମୋଟ ୨୨.୦୩ ଏକର ଜମି ଉପଲବ୍ଧ ରହିଛି। ଏଠାରେ ଉନ୍ନତମାନର ଶ୍ରେଣୀ ଗୃହ, ଆଧୁନିକ ଲାଇବ୍ରେରୀ, ଲାବୋରେଟୋରୀ, ଖେଳପଡ଼ିଆ, ହଷ୍ଟେଲ ଏବଂ ଶିକ୍ଷକମାନଙ୍କ ପାଇଁ କ୍ୱାର୍ଟର୍ସ ନିର୍ମାଣ କରାଯିବାର ଯୋଜନା ରହିଛି। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏଠାରେ ଶିକ୍ଷାଦାନ କରାଯିବ। ତୃତୀୟ ଶ୍ରେଣୀ ସୁଦ୍ଧା ପିଲାମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ ଶିକ୍ଷାରେ ଆଧୁନିକ ଟେକ୍ନୋଲୋଜି ବ୍ୟବହାର ହେବ। କେବଳ ପାଠ୍ୟପୁସ୍ତକ ନୁହେଁ, ବରଂ ପିଲାମାନଙ୍କର ସାମାଜିକ, ସାଂସ୍କୃତିକ ଏବଂ ବ୍ୟକ୍ତିତ୍ୱର ବିକାଶ ପାଇଁ ଉଚ୍ଚ ପ୍ରଶିକ୍ଷିତ ଶିକ୍ଷକମାନେ କାର୍ଯ୍ୟ କରିବେ। ‘ନିପୁଣ ଓଡ଼ିଶା’ ଲକ୍ଷ୍ୟ ହାସଲ କରିବା ଏବଂ ପ୍ରାଥମିକ ସ୍ତରରୁ ପିଲାଙ୍କୁ ବୃତ୍ତିଗତ ଦକ୍ଷତା ପ୍ରଦାନ କରିବା ଏହି ଯୋଜନାର ମୁଖ୍ୟ ଆଭିମୁଖ୍ୟ।ଏସ୍.ଏ.ଜେ ହାଇସ୍କୁଲ ଏହି ଯୋଜନାରେ ସାମିଲ ହୋଇଥିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅପାର ଖୁସି ଦେଖାଦେଇଛି। ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ବିଦ୍ୟାଳୟ ଓଡ଼ିଶାର ଶିକ୍ଷା ମାନଚିତ୍ରରେ ଏକ ନୂତନ ପରିଚୟ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ ପାଇଛି। ଉକ୍ତ ବିଦ୍ୟାଳୟ ର ଉନ୍ନତି ପାଇଁ ସ୍ଥାନୀୟ ସରପଂଚ ଅଶୋକ କୁମାର ପଣ୍ଡା,ସମିତି ସଭ୍ୟ ରୁନି ଲତା ସାହୁ ଓ ପରିଚାଳନା କମିଟି ର ସଭାପତି ତପନ କୁମାର ଦାସ, ପ୍ରଧାନ ଶିକ୍ଷକ ବିଭୂତି ମିଶ୍ର ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କୁ ଦାବି କରିଥିଲେ।ମନ୍ତ୍ରୀ ଙ୍କ ଉଦ୍ୟମ ଫଳରେ ଉକ୍ତ ବିଦ୍ୟାଳୟ ନବଜୀବନ ପାଇ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉଚ୍ଚ ଶିକ୍ଷାମନ୍ତ୍ରୀସୂର୍ଯ୍ୟବଂଶୀ ସୁରଜ ଙ୍କୁ କୃତଙ୍ଗ୍ୟତା ଜଣାଇଛନ୍ତି। ିଥିଲେ।ମନ୍ତ୍ରୀ ଙ୍କ ଉଦ୍ୟମ ଫଳରେ ଉକ୍ତ ବିଦ୍ୟାଳୟ ନବଜୀବନ ପାଇ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉଚ୍ଚ ଶିକ୍ଷାମନ୍ତ୍ରୀସୂର୍ଯ୍ୟବଂଶୀ ସୁରଜ ଙ୍କୁ କୃତଙ୍ଗ୍ୟତା ଜଣାଇଛନ୍ତି।








