ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ୧୦୦ କ୍ଲଷ୍ଟରରେ ପ୍ରାୟ ୨୨୩ ସ୍କୁଲରେ ଭିଲେଜ ରିସୋର୍ସ ପର୍ସନ(ଭିଆରପି )ତଥା କ୍ଲଷ୍ଟର ସୋସିଆଲ ଅଡିଟର ( ସିଏସଏ)ମାନେ ସାମାଜିକ ସମୀକ୍ଷା କରିବେ ବୋଲି ଜଣାପଡିଛି।ଏହି ସାମାଜିକ ସମୀକ୍ଷା ପାଇଁ ଜିଲ୍ଲା ସାମାଜିକ ସମୀକ୍ଷକ (ଡିଏସଏ) ସତ୍ୟଜିତ ପୃଷ୍ଟି ବିଭିନ୍ନ ବ୍ଲକକୁ ଯାଇ ସିଏସଏ ମାନଙ୍କୁ ତାଲିମ ଦେଉଛନ୍ତି।ଜାନୁୟାରୀ ୫ ତାରିଖଠାରୁ ସାମାଜିକ ସମୀକ୍ଷା କାର୍ଯ୍ୟ ଆରମ୍ଭ ହେବବୋଲି ଜଣାଯାଇଛି। ଏନେଇ ସରକାରଙ୍କ ପିଆର ଓ ଡ଼ିଡବ୍ଲ୍ୟୁ ବିଭାଗ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟକୁ ବିଦ୍ଧିବଦ୍ଧ ଭାବେ ଚିଠି କରାଯାଇଛି। ଏହି ଅନୁଯାୟୀ ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଦକ୍ଷେପ ନେବାକୁ ଜଣେଇବା ସଙ୍ଗେସଙ୍ଗେ ବିଡ଼ିଓ ଓ ଓସାଟକୁ ଅବଗତ କରାଇଛନ୍ତି। ସମାଜିକ ସମୀକ୍ଷା ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଓ ବିଏସଏ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ ମାନେ ଭିଆରପି ମାନଙ୍କୁ ସାମାଜିକ ସମୀକ୍ଷାରେ ସହଯୋଗ କରିବାକୁ ଚିଠି ମାଧ୍ୟମରେ ପରାମର୍ଶ ଦେଇଥିବା ଜଣାପଡିଛି। ତେବେ ସ୍କୁଲରେ ପ୍ରତି ଶିକ୍ଷକମାନଙ୍କ ପାଇଁ ଅତିକମରେ ଗୋଟିଏ ଶ୍ରେଣୀଗୃହ, ପ୍ରତିବନ୍ଧକ ମୁକ୍ତ ପ୍ରବେଶ,ବିଦ୍ୟୁତ ବ୍ୟବସ୍ଥା,ସୀମା କାନ୍ଥ କିମ୍ବା ସବୁଜ ବାଡ଼ରେ କୋଠାକୁ ସୁରକ୍ଷିତ ରଖିବାର ବ୍ୟବସ୍ଥା,ବାଳକ ଶୌଚାଳୟ,ବାଳିକା ଶୌଚାଳୟ, ସ୍କୁଲ କାର୍ଯ୍ୟାଳୟ,ପ୍ରଧାନ ଶିକ୍ଷକଙ୍କ କୋଠରୀ,ପର୍ଯ୍ୟାପ୍ତ ପରିମାଣର ପାନୀୟଜଳ ବ୍ୟବସ୍ଥା,,ଭିନ୍ନକ୍ଷମଙ୍କ ପାଇଁ ଶୌଚାଳୟ,ପ୍ରତ୍ୟେକ ସ୍କୁଲରେ ଏକ ପାଠାଗାର ,ଯେଉଁଥିରେ କାହାଣୀ ପୁସ୍ତକ,ଖବର କାଗଜ ସହିତ ଖେଳ ପଡିଆ ଓ ଖେଳ ଉପକରଣ ରହିବା ଜରୁରୀ ।ପ୍ରତି ସ୍କୁଲରେ ଉପରୋକ୍ତ ସମସ୍ତ ବ୍ୟବସ୍ଥା ଅଛିକି ନାହିଁ ସିଏସଏ ମାନେ ସାମାଜିକ ସମୀକ୍ଷା ବେଳେ ତନଖି କରିବା ବାଞ୍ଛନୀୟ।ତେବେ ସାମାଜିକ ସମୀକ୍ଷା ଶେଷଦିନରେ ସ୍କୁଲସଭାରେ ସ୍କୁଲ ପରିଚାଳନା କମିଟି ସଦସ୍ୟ,ଅଭିଭାବକ,ଛାତ୍ର ଛାତ୍ରୀ,ଲୋକ ପ୍ରତିନିଧି ଓ ଗୋଷ୍ଠୀ ସଦସ୍ୟମାନଙ୍କୁ ସିଏସ ଏ ମାନେ ସାମାଜିକ ସମୀକ୍ଷାର ତଥ୍ୟ ପ୍ରଦାନ କରିବେ ଯାହାକି ପରବର୍ତ୍ତି ସମୟରେ ସ୍କୁଲର ବିକାଶ ମୂଳକ ଯୋଜନାରେ ସହାୟକ ହୋଇପାରିବ ବୋଲି ସରକାରଙ୍କ ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ତିହିଡି ବ୍ଲକରେ ସିଏସଏ ମାନଙ୍କୁ ଡ଼ିଏସଏ ଶ୍ରୀ ପୃଷ୍ଟି ତାଲିମ ଦେଇଥିଲେ।ଏହି ତାଲିମ ବେଳେ ଏବିଡ଼ିଓ ମୀନକେତନ ବାରିକ ଓ ବିଏସଏ ଇତିଶ୍ରୀ ଦାସ ଉପସ୍ଥିତି ଥିଲେ।ବ୍ଲକରେ ୩୨ଟି ସ୍କୁଲରେ ସାମାଜିକ ସମୀକ୍ଷା ହେବ ବୋଲି ଜଣାଯାଇଛି।ଶନିବାର ଭଦ୍ରକ ବ୍ଲକରେ ଡିଏସଏ ଶ୍ରୀ ପୃଷ୍ଟି ପ୍ରଧାନ ଶିକ୍ଷକ ଓ ସିଆରସିସି ମାନଙ୍କ ସହିତ ସମଗ୍ର ଶିକ୍ଷା ସାମାଜିକ ସମୀକ୍ଷା ଉପରେ ଆଲୋଚନା କରିଥିଲେ।ସେହିପରି ରବିବାର ବନ୍ତ ବ୍ଲକରେ ମଧ୍ଯ ପ୍ରଧାନ ଶିକ୍ଷକ ଓ ସିଆରସିସିଙ୍କୁନେଇ ଏକ ବୈଠକ କରିଥିବା ଜଣାପଡ଼ିଛି ।
Home ଜିଲ୍ଲା ପରିକ୍ରମା ଜିଲ୍ଲାରେ ସମଗ୍ର ଶିକ୍ଷା ସାମାଜିକ ସମୀକ୍ଷାରେ ୧୦୦ କ୍ଲଷ୍ଟରରେ ସିଏସଏ କରିବେ ସାମାଜିକ ସମୀକ୍ଷା








