ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଭୂମି ତ୍ୟାଗ,ତିତିକ୍ଷା, ସଂଗ୍ରାମ ଓ ବଳିଦାନର ଭୂମି ଭାବେ ଯେପରି ଦେଶର ସ୍ୱାଧୀନତା ସଂଗ୍ରାମ ପୃଷ୍ଠାରେ ସୁବର୍ଣ୍ଣ ସ୍ୱାକ୍ଷର ଆଙ୍କିଛି ସେପରି ସଂସ୍କୃତି, ଓ କଳା କ୍ଷେତ୍ରରେ ସମଗ୍ର ଉତ୍କଳର ସ୍ୱତନ୍ତ୍ର ସ୍ଥାନ ଭାବେ ଆଦୃତ ହୋଇଛି।କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟ କବି ବାଞ୍ଛାନିଧି ମହାନ୍ତି ଭଳି ଅମର କବି ଜାତୀୟବାଦୀ ସଂଗୀତର ସାରସ୍ୱତ ଝଙ୍କାର ତୋଳି ସ୍ୱାଧୀନତା ସଂଗ୍ରାମକୁ ତେଜିୟାନ କରିଥିବା ବେଳେ ବିପ୍ରକବି ବଂଶୀ ବଲ୍ଲଭ ଗୋସ୍ୱାମୀ,ଲୋକକବି ଜଗନ୍ନାଥ ପାଣି, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, କେଶବକବି କୃଷ୍ଣପ୍ରସାଦ ବେହେରା, ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର, ନାଟ୍ୟକାର ଉମାକାନ୍ତ ବେହେରା ପ୍ରମୁଖ ବହୁ ସାରସ୍ୱତ ସାଧକ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ରୁଦ୍ଧିମନ୍ତ କରିଛନ୍ତି ବୋଲି ସଂଜୀବ କିଆ ପ୍ରାୟୋଜିତ ଭଦ୍ରକ ସାଂସ୍କୃତିକ ମହୋତ୍ସବ ଆନୁକୁଲ୍ୟରେ ଭଦ୍ରକ ସହର ଗାନ୍ଧୀ ପଡ଼ିଆଠାରେ ଭଦ୍ରକ ସାଂସ୍କୃତିକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ‘ଭଦ୍ରକର ସଂସ୍କୃତି, କଳା ଓ ପରମ୍ପରା’ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଭଦ୍ରକ ସାଂସ୍କୃତିକ ମହୋତ୍ସବର ସଭାପତି ରବିନାରାୟଣ ଖିଲାର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭଦ୍ରକର ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନାଟ୍ୟଶ୍ରୀ ନିର୍ମଳ ରାଉତ ମୁଖ୍ୟବକ୍ତା, ସମ୍ମାନୀତ ଅତିଥି ଭାବେ କାର୍ଯ୍ୟକାରୀ ସଭାପତି ସୁପ୍ରଭା ପାଣି,କଣ୍ଠ ଶିଳ୍ପୀ ସେକ ନିଜାମ ଯୋଗଦେଇଥିଲେ।ସମ୍ପାଦକ ଆଶିଷ ଅମିତାଭ ମହାପାତ୍ର ମଞ୍ଚ ଆମନ୍ତ୍ରଣ, ରାମନାରାୟଣ ମହାନ୍ତି ଙ୍କ ଦ୍ୱାରା ପ୍ରାରମ୍ବିକ ସଂଗୀତ ଗାନ କରିଥିଲେ। ଉପସଭାପତି ମନୋରମା ରାୟ ଅତିଥି ପରିଚୟ ପ୍ରଦାନ, ଉପଦେଷ୍ଟା ଡ଼. ଜାନକୀ ପାଢ଼ୀ ସ୍ୱାଗତ ଭାଷଣ , ସୁଶ୍ରୀ ଅଞ୍ଜନା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କୋଷାଧକ୍ଷ ପ୍ରିୟ ଦର୍ଶନ ବୋଇତି,ଉପଦେଷ୍ଟା ଅତିସ ବେହେରା, ସଂଗଠନ ସମ୍ପାଦକ ଜଗବନ୍ଧୁ ବେହେରା, ଅପୂର୍ବ ରଞ୍ଜନ ବେହେରା, ରାଜେଶ ଦାସ,ଅଜୟ ପଣ୍ଡା,ଆବାହକ ଅବିନାଶ ପଣ୍ଡା, କ୍ଷିତୀଶ ସାମନ୍ତ,ଶିବାନନ୍ଦ ଦାସ, ଶୁଭଦ୍ୱୀପ ମଲ୍ଲିକ, ଓମ କାର, ରମେଶ ଚନ୍ଦ୍ର ପାଗଳ, ରଶ୍ମି ଜଗନ୍ନାଥ ବେହେରା, ସୀତାକାନ୍ତ ବିଶ୍ୱାଳ, ରଶ୍ମି ରଞ୍ଜନ ସାହୁ,କମଳଲୋଚନ ପଣ୍ଡା, ପ୍ରକାଶ ରାଉତ, ତେଜସ୍ୱିନୀ ଦାସ ପ୍ରମୁଖ କର୍ମକର୍ତା ପରିଚାଳନା କରିଥିଲେ ।ବ୍ରଜ ସିଂ ଙ୍କ ନିର୍ଦେଶନା ଓ ନିମାନନ୍ଦ ସାହୁ ଓ ଜୁଲି ଙ୍କ ଅଭିନୟ ରେ ନାଟକ ପେଟେଣ୍ଟ ମେଡ଼ିସିନ ପରିବେଷଣ ହୋଇଥିଲା, ଯାହାକି ଦର୍ଶକ ଙ୍କ ମନକୁ ବେଶ ଛୁଇଥିଲା କ୍ଷପ୍ରବଳ ଦର୍ଶକ ଙ୍କର ଭିଡ଼ ହୋଇଥିଲା।
Home ଜିଲ୍ଲା ପରିକ୍ରମା ସମଗ୍ର ଉତ୍କଳରେ ଭଦ୍ରକର କଳା ସଂସ୍କୃତି ର ସ୍ଥାନ ସ୍ୱତନ୍ତ୍ର ରହିଛି,ଦଶମ ଭଦ୍ରକ ସାଂସ୍କୃତିକ ମହୋତ୍ସବ...








