Home ଜିଲ୍ଲା ପରିକ୍ରମା ଅଖଣ୍ଡ ଓଡ଼ିଶାର ଗାଥା ବହନ କରୁଛି ‘ମୁଁ ଓଡ଼ିଆ ପ୍ରତିଷ୍ଠାନ’,ଏପ୍ରିଲ ପ୍ରଥମ ସପ୍ତାହରେ ପାଳିତ ହେବ...

ଅଖଣ୍ଡ ଓଡ଼ିଶାର ଗାଥା ବହନ କରୁଛି ‘ମୁଁ ଓଡ଼ିଆ ପ୍ରତିଷ୍ଠାନ’,ଏପ୍ରିଲ ପ୍ରଥମ ସପ୍ତାହରେ ପାଳିତ ହେବ ରାଜ୍ୟ ସ୍ତରୀୟ ତ୍ରିଦିବସୀୟ ” ମୁଁ ଓଡ଼ିଆ ମହୋତ୍ସବ’,ମହୋତ୍ସବରେ ଯୋଗଦେବେ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ଗାଳ୍ପିକ, ସ୍ତମ୍ଭକାର, ପ୍ରାବନ୍ଧିକ ଏବଂ ଧର୍ମଗୁରୁ

47

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ ସମୟ ଆସିଛି ଆମ ସମସ୍ତଙ୍କୁ ଅଖଣ୍ଡ ଓଡ଼ିଶାକୁ ଅଖଣ୍ଡ ରଖିବାକୁ ହେବ। ଓଡ଼ିଆ ଭାଷାକୁ ସମୃଦ୍ଧ କରିବାକୁ ହେବ। ପ୍ରାଚୀନ ଓଡ଼ିଆ ଲିପିକୁ ଉଦ୍ଧାର କରିବାକୁ ହେବ। ତାଳପତ୍ର ପୋଥୀକୁ ସୁରକ୍ଷିତ ରଖିବାକୁ ହେବ। ଆମ ଭାଷା – ସାହିତ୍ୟ – ସଂସ୍କୃତି – ପରମ୍ପରା – କଳା – ଭାସ୍କର୍ଯ୍ୟ ଏବଂ ଲୋକ ଭାଷାକୁ ସମଗ୍ର ବିଶ୍ୱ ଦରବାରରେ ପରିଚିତ କରାଇବାକୁ ହେବ। ଆମେ ଆମ ମାଆକୁ ଭଲ ପାଇବାକୁ ହେଲେ ପ୍ରଥମେ ଆମ ଭାଷାକୁ ଭଲ ପାଇବାକୁ ହେବ। ଆମେ ଆମ ମାଆ କୋଳରେ ଜନ୍ମ ନେଇ ଯେଉଁ ଭାଷା ଶିଖିଛନ୍ତି ସେହି ମାତୃଭାଷାକୁ ନେଇ ଆମେ ଗର୍ବର ସହିତ କହିବା” ମୁଁ ଓଡ଼ିଆ “। ଆମ ଭାଷା ସମୃଦ୍ଧି ଅମର ଲକ୍ଷ ହେବା ଉଚିତ୍ ବୋଲି ମୁଁ ଓଡ଼ିଆ ପ୍ରତିଷ୍ଠାନର ପ୍ରତିଷ୍ଠାତା ପଣ୍ଡିତ ଦୈତ୍ୟାରି ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ଭଦ୍ରକ ଜଗନ୍ନାଥପୁର ସ୍ଥିତ ଗୁରୁଜ୍ଞାନ ଏକାଡେମୀ ଠାରେ ମୁଁ ଓଡ଼ିଆ ପ୍ରତିଷ୍ଠାନର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଓ ଆଲୋଚନା ସଭାରେ ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଣ୍ଡିତ ଦୈତ୍ୟାରି ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଁ ଓଡ଼ିଆ ପ୍ରତିଷ୍ଠାନ ସୃଷ୍ଟିର ଆଭିମୁଖ୍ୟ ସମ୍ପର୍କରେ ଜଣାଇବା ସହିତ ଆସନ୍ତା ଏପ୍ରିଲ ମାସରେ ଭଦ୍ରକରେ ମୁଁ ଓଡ଼ିଆ ପ୍ରତିଷ୍ଠାନର ରାଜ୍ୟସ୍ତରୀୟ ତ୍ରିଦିବସୀୟ ମହୋତ୍ସବ ପାଳନ କରାଯିବା ସହିତ ‘କବିତା ମଞ୍ଜରୀ ‘, ‘ ବର୍ଣ୍ଣବିଭା ‘ ଏବଂ ‘ଭାଷା ଜନନୀ ‘ ନାମକ ତିନି ଗୋଟି ଗବେଷଣାଧର୍ମୀ ପୁସ୍ତକ ପ୍ରକାଶ ପାଇବ। ତିନି ଦିନ ଧରି ଓଡ଼ିଆ ଭାଷା ସାହିତ୍ୟ ଉପରେ ଆଲୋଚନା ପୂର୍ବକ ଦିବସବ୍ୟାପୀ କବିତା ପାଠ ଏବଂ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପ୍ରତି ପ୍ରତିଷ୍ଠାନର ପ୍ରତ୍ୟେକ କର୍ମକର୍ତ୍ତା ଗୁରୁତ୍ତ୍ୱ ଦେଇ କାର୍ଯ୍ୟ କରିବା ଉଚିତ୍‌। ବାବା ସିଦ୍ଧେଶ୍ୱର ବ୍ରହ୍ମଚାରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ମୁଁ ଓଡ଼ିଆ ପ୍ରତିଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅରୁଣ କୁମାର ମଲ୍ଲିକ, ପ୍ରମୋଦ ରାୟ, ପଣ୍ଡିତ ସଞ୍ଜୟ ପାଢ଼ୀଶର୍ମା, ବୈକୁଣ୍ଠନାଥ ଓଝା, ନିରଞ୍ଜନ ବାରିକ, ରଶ୍ମିତା ଦାଶ, ପ୍ରଶାନ୍ତ କୁମାର ତ୍ରିପାଠୀ, ସିଦ୍ଧେଶ୍ୱର ସାହୁ, ଦମୟନ୍ତୀ ନାଥ, ଜଗନ୍ନାଥ ନାୟକ, ଅଜୟ କୁମାର ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ପଣ୍ଡିତ ସଞ୍ଜୟ ପାଢ଼ୀଶର୍ମା ବେଦପାଠ କରି ଦୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ ପ୍ରଶାନ୍ତ କୁମାର ତ୍ରିପାଠୀ ପୂର୍ବ ଅଧିବେଶନର ବିବରଣୀ ପାଠ କରୁଥିଲେ। ଅଧ୍ୟାପକ ସିଦ୍ଧେଶ୍ୱର ସାହୁ ସ୍ୱାଗତ ବକ୍ତବ୍ୟ ରଖିଥିଲା ବେଳେ ବିଜ୍ଞାନ ଶିକ୍ଷକ ନିରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.