Home ଜିଲ୍ଲା ପରିକ୍ରମା ପିରାହାଟ ହାଇସ୍କୁଲ ନିକଟରେ ବିଦେଶୀ ମଦ ଦୋକାନ ଖୋଲିବାକୁ ଅଂଚଳ ବାସୀଙ୍କ ବିରୋଧ,ମଦ ଦୋକାନ ସାମ୍ନାରେ...

ପିରାହାଟ ହାଇସ୍କୁଲ ନିକଟରେ ବିଦେଶୀ ମଦ ଦୋକାନ ଖୋଲିବାକୁ ଅଂଚଳ ବାସୀଙ୍କ ବିରୋଧ,ମଦ ଦୋକାନ ସାମ୍ନାରେ ମହିଳା, ଛାତ୍ରଛାତ୍ରୀ ଓ ଅଂଚଳବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

10

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲ ନିକଟରେ ବିଦେଶୀ ମଦ ଦୋକାନ ଖୋଲିବାକୁ ସ୍ଥିର ହୋଇଛି। ଏହି ମଦଦୋକାନ ଖୋଲାଯିବାକୁ ସ୍ଥାନୀୟ ଅଂଚଳବାସୀ ତୀବ୍ର ବିରୋଧ କରି ମଦଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ସ୍ଥାନୀୟ ଅଂଚଳବାସୀ , ମହିଳା,ପୁରାତନ ଛାତ୍ର ଛାତ୍ରୀ,ବର୍ତମାନର ଛାତ୍ରଛାତ୍ରୀ,ସମାଜସେବୀ ଶନିବାର ଅପରାହ୍ନରେ ପୀରହାଟ ବଜାରରୁ ଏକ ଶୋଭାଯାତ୍ରାରେ ବାହାରି ମଦ ଦୋକାନ ସ୍ଥଳରେ ପହଂଚି ମଦ ବିରୋଧୀ ସ୍ଲୋଗାନ ଦେବା ସହ ବନ୍ଦ ଥିବା ଦୋକାନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମଦ ଦୋକାନ ଖୋଲାଗଲେ ଆନ୍ଦୋଳନ ତେଜିବବୋଲି ଅଂଚଳବାସୀ ଚେତାବନୀ ଦେଇଛନ୍ତି । ଏପରିକି ପ୍ରଶାସନ ମଦଦୋକାନ ବନ୍ଦ ନକଲେ ଅଂଚଳବାସୀ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେବୋଲି ମଧ୍ୟ ପ୍ରଶାସନକୁ ସୁଚେଇ ଦେଇଛନ୍ତି। ହାଇସ୍କୁଲ ନିକଟରେ ମଦ ଦୋକାନ ଖୋଲିଲେ କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରଭାବ ପଡ଼ିବ । ସ୍ଥାନୀୟ ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାସହ ଛାତ୍ରୀମାନଙ୍କୁ ବଳାତ୍କାର କରାଯାଇ ହତ୍ୟା କରାଯିବାପରି ଘଟଣା ଘଟିବାର ସମ୍ଭାବନା ରହିଛି। ଏହାଛଡ଼ା ମଦ ଦୋକାନ ପାର୍ଶ୍ୱରେ ଥିବା ଚାଷଜମି ମଧ୍ୟ ନଷ୍ଟ ହେବ ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ କୌଣସିବି ପରିସ୍ଥିତିରେ ମଦ ଦୋକାନ ଖୋଲିବାକୁ ଦିଆଯିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭରେ ଅଜୟ କୁମାର ରାଉତ, ସନାତନ ମିଶ୍ର, ଶଶିକାନ୍ତ ନାୟକ, ମୁକ୍ତିକାନ୍ତ ମହାନ୍ତି, ରାମଚନ୍ଦ୍ର ଦାସ, ସୁକାନ୍ତ ବଳ, ପ୍ରାଣବନ୍ଧୁ ମହାନ୍ତି, ବସନ୍ତ ବାରିକ, ବୈରାଗୀ ଜେନା, ବନ ବିହାରୀ ଜେନା,ଜଗଦୀଶ ବଳ,କୌଶଲ୍ୟା ବେହେରା, ମିନାକ୍ଷୀ ନାୟକ, ପ୍ରୀତିଲତା ମହାନ୍ତି, ମୀନାରାଣୀ ସେନାପତି,ଛାତ୍ରୀ ବିଜୟିନୀ ମହାଳିକ,ବିଷ୍ଣୁପ୍ରିୟା ମହାନ୍ତି,ସୁଭସ୍ମିତା ତ୍ରିପାଠୀ,ସନ୍ଧ୍ୟାରାଣୀ ସାହୁ,ଲିପ୍ସା ରାଣୀ ମହାନ୍ତି,ବର୍ଷାରଣୀ ତ୍ରିପାଠୀ,ରୂପାଲି ସାହୁଙ୍କ ସମେତ ସ୍ଥାନୀୟ ଅଂଚଳର ଶତାଧିକ ମହିଳା, ପୁରାତନ ଛାତ୍ରଛାତ୍ରୀ,ସମାଜସେବୀ ମାନେ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ ଯେ , ସେହି ହାଇସ୍କୁଲ ନିକଟରେ ୨୦୧୯ରେ ବିଦେଶୀ ମଦ ଦୋକାନ ଖୋଲାଯିବାକୁ ଉଦ୍ୟମ କରାଯାଇଥିଲା । ସେତେବେଳେ ସ୍ଥାନୀୟ ଅଂଚଳବାସୀ ଏହାର ତୀବ୍ର ବିରୋଧ କରିଥିଲେ।ଯାହା ଫଳରେ ମଦ ଦୋକାନ ଖୋଲିବା ବନ୍ଦ ରହିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.