Home ଜିଲ୍ଲା ପରିକ୍ରମା ଭଦ୍ରକ ବିଧାନସଭା କ୍ଷେତ୍ରରେ ଭାଙ୍ଗୁଛି ବିଜେଡି ଗଡ,୪ଟି ପଂଚାୟତର ଶତାଧିକ ନିର୍ବାଚିତ ପ୍ରତିନିଧି ଶଙ୍ଖ ଛାଡି...

ଭଦ୍ରକ ବିଧାନସଭା କ୍ଷେତ୍ରରେ ଭାଙ୍ଗୁଛି ବିଜେଡି ଗଡ,୪ଟି ପଂଚାୟତର ଶତାଧିକ ନିର୍ବାଚିତ ପ୍ରତିନିଧି ଶଙ୍ଖ ଛାଡି ପଦ୍ମ ଧରିଲେ

12

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଗଡ କ୍ରମଶଃ ନିଶ୍ଚିହ୍ନ ହେବାକୁ ବସିଛି। ନିକଟରେ ରାଜ୍ୟ ବିଜେଡିର ସଂପାଦକ ପଦରୁ ଇସ୍ତଫା ଦେଇ ୪ଟି ବ୍ଲକ୍‌ର ଅଧ୍ୟକ୍ଷଙ୍କ ସମେତ ଶତାଧିକ ସରପଂଚ, ସମିତିସଭ୍ୟ ଓ କର୍ମୀଙ୍କୁ ବିଜେପିରେ ମିଶାଇଥିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ଇଂ ପ୍ରୟାସକାନ୍ତି ସାମଲ । ଏହା ପରେ ପରେ ପ୍ରତିଦିନ ବିଭିନ୍ନ ପଂଚାୟତର ନିର୍ବାଚିତ ପ୍ରତିନିଧି ମାନେ ପଦ୍ମ ଆଡକୁ ମୁହାଁଉଥିବାର ଲକ୍ଷ୍ୟ କରାଯାଉଛି। ଚରମ୍ପା ସମିତି ସଭ୍ୟଙ୍କ ସମେତ ପ୍ରାୟ ୩ ଶହ କର୍ମୀ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବାବେଳେ ବିଜେପିର ବିଧାନସଭା କାର୍ଯ୍ୟାଳୟରେ ଆଉ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ସାବରଙ୍ଗ, ର ସମିତି ସଭ୍ୟ ସୁକାନ୍ତି ନାୟକ ଙ୍କ ନେତୃତ୍ୱରେ ଶାବରଙ୍ଗ, ପରସିଙ୍ଗା ଓ ସାହାଡ଼ା ପଂଚାୟତ ର ଶତାଧିକ ବିଜେଡି କର୍ମୀ ଦଳ ଛାଡି ବିଜେପି ରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ମଳୟ ଜେନା, ଅଜୟ ନାୟକ ପ୍ରମୁଖ ସେମାନଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ। ଜିଲା ବିଜେପି ସଭାପତି ଭଗବାନ ପଣ୍ଡାଙ୍କ ସଂଯୋଜନାରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ପଂଚାୟତର ନିର୍ବାଚିତ ପ୍ରତିନିଧି ଭାରତୀ ସାହୁ, କୈଳାସ ଚନ୍ଦ୍ର ନାୟକ, ଅନନ୍ତ ଦାସ, ଦୁଃଶାସନ ବେହେରା, ବିଶ୍ୱଭୂଷଣ ନାୟକ, ମମତା ଜେନା ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.