Home ଜିଲ୍ଲା ପରିକ୍ରମା ଭଦ୍ରକ ସହରରେ ଅମାନିଆଙ୍କ ଦୋକାନ ଉପରେ ବୁଲିଲା ବୁଲଡୋଜର

ଭଦ୍ରକ ସହରରେ ଅମାନିଆଙ୍କ ଦୋକାନ ଉପରେ ବୁଲିଲା ବୁଲଡୋଜର

19
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ପୁଣି ଜବରଦଖଲକାରୀଙ୍କ ଦୋକାନଘର ଉପରେ ଚାଲିଲା ବୁଲଡୋଜର। ଏଠାରେ ସୂଚନାଯୋଗ୍ୟ ୨୦୨୪ ମସିହା ଅଗଷ୍ଟ ମାସରୁ ଏହି ସହରରେ ଏକ ଆଖିଦୃଶିଆ ଉଚ୍ଛେଦ ଆରମ୍ଭ ହୋଇ ଶତାଧିକ ବର୍ଷ ଧରି ସରକାରୀ ଜାଗା ମାଡିବସି ବ୍ୟବସାୟ କରିଆସୁଥିବା ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ ଦୋକାନ ଗୃହକୁ ପ୍ରଶାସନ ଭାଙ୍ଗି ମାଟିରେ ମିଶାଇ ଦେଇଛି। ଗତ ଡିସେମ୍ବର ୩୦ ତାରିଖରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମହତାବ ଛକ ଠାରୁ ଶନିମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନେଇ ୧୭ କୋଟି ଟଙ୍କାର ବ୍ୟୟ ଅଟକଳରେ ଶିଳାନ୍ୟାସ କରିଛନ୍ତି। ଏହି ରାସ୍ତା ନିର୍ମାଣକୁ ଆଖି ଆଗରେ ରଖି ଜିଲା ପ୍ରଶାସନ ପକ୍ଷରୁ ଭଦ୍ରକ ତହସିଲାର ସଂଗ୍ରାମ କେଶରୀ ଖୁଂଟିଆ, ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର, ପର୍ଯ୍ୟବେକ୍ଷକ ଜ୍ୟୋତିପ୍ରକାଶ ପଣ୍ଡା, ରାଜସ୍ୱ ନିରୀକ୍ଷକ ଶରତ ମହାନ୍ତିଙ୍କ ସମେତ ପୌର ଓ ବିଦ୍ୟୁତ୍ ବିଭାଗର ଏକ ଟିମ୍ ଦୁଇଟି ବୁଲଡୋଜର ଓ ଟ୍ରାକ୍ଟରକୁ ନେଇ ଦୁଇଦିନ ହେବ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛନ୍ତି। ତେବେ ମହତାବ ଛକ ଠାରୁ ଶନିମନ୍ଦିର ପର୍ଯ୍ୟନ୍ତ ଉପରୋକ୍ତ ରାସ୍ତା ନିର୍ମାଣ ପାଇଁ ପୂର୍ବରୁ ସମସ୍ତ ବେଆଇନ୍ ଦୋକାନ ଘର ଭଙ୍ଗାଯାଇଥିବାବେଳେ ସେମାନେ ପୁନର୍ବାର ଅସ୍ଥାୟୀ ଦୋକାନ ଖୋଲି ପୂର୍ବଭଳି ବ୍ୟବସାୟ ଆରମ୍ଭ କରିଥିଲେ। ଏହି ରାସ୍ତା ସଂପ୍ରସାରଣ ପାଇଁ ଦୋକାନ ଗୁଡିକ ପ୍ରତିବନ୍ଧକ ହୋଇଥିଲା। ଏଥିପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସେମାନେ ଘରଗୁଡିକ ଭାଙ୍ଗିବା ପୂର୍ବରୁ ନିଜେ ଉଠାଇ ନେବାପାଇଁ ସୂଚନା ଦେଇଥିଲେ। କିନ୍ତୁ କେତେକ ଦୋକାନୀ ନିଜ ନିଜର ଦୋକାନ ଗୁଡିକ ନିଜ ଇଚ୍ଛାରେ ଉଠାଇ ନେଇଥିବାବେଳେ କିଛି ଅମାନିଆ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଫଳରେ ପ୍ରଶାସନ ପକ୍ଷରୁ ଦୋକାନ ଗୁଡିକୁ ବୁଡଡୋଜର ସହାୟତାରେ ଭଙ୍ଗାଯାଇଛି। ତେବେ ସହରରେ ନୂଆବର୍ଷର ଅଭିନନ୍ଦନ ହୋଡିଂ ଗୁଡିକୁ ଭଙ୍ଗାଯିବାବେଳେ ଚାପା ଉତେଜନା ପ୍ରକାଶ ପାଇଥିଲା। ଏବଂ ଶନିମନ୍ଦିର ପାଖରେ ପୂର୍ବ ଉଚ୍ଛେଦ ବେଳେ ରହିଯାଇଥିବା ଦୋକାନ ଗୃହକୁ ଭଂଗାଯାଇଛି। ବିଶେଷକରି ଏହି ଉଚ୍ଛେଦ ସମୟରେ ପୌରପାଳିକା ଦ୍ୱାରା ନିର୍ମାଣ ହୋଇଥିବା ଟାଉନ୍ ହଲ ପାଖ ମାର୍କେଟ୍ କମ୍ପେ୍ଲକ୍ସ, ମେଡିକାଲ ସମ୍ମୁଖ ଓ ଏକତା ମାର୍କେଟ୍ ଗୁଡିକରେ ଥିବା ୪୦ ଦୋକାନ ଗୃହ ଖୁବଶୀଘ୍ର ଭଙ୍ଗାଯିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.