Home ଜିଲ୍ଲା ପରିକ୍ରମା ଅପର୍ତିବିନ୍ଧା ଛକରେ ସଂଘ୍ୟାଲଘୁ ସଂପ୍ରଦାୟର ସଂଘବଦ୍ଧ ମରଣାନ୍ତକ ଆକ୍ରମଣରେ ନଡିଆ ବିକାଳୀ ଗୁରୁତର,ହିନ୍ଦୁ ସଂଗଠନ ପକ୍ଷରୁ...

ଅପର୍ତିବିନ୍ଧା ଛକରେ ସଂଘ୍ୟାଲଘୁ ସଂପ୍ରଦାୟର ସଂଘବଦ୍ଧ ମରଣାନ୍ତକ ଆକ୍ରମଣରେ ନଡିଆ ବିକାଳୀ ଗୁରୁତର,ହିନ୍ଦୁ ସଂଗଠନ ପକ୍ଷରୁ ରାସ୍ତାରୋକ, ବିଧାୟକ ଓ ପ୍ରଶାସନ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ପରିସ୍ଥିତି ଥମିଲା

10

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ କଚେରୀ ବଜାର ଅପର୍ତିବିନ୍ଧା ଛକରେ ସଂଖ୍ୟାବହୁଳ ସଂଖ୍ୟାଲଘୁ ଉଠା ଫଳ ଓ ପନିପରିବା ଦୋକାନୀଙ୍କ ପ୍ରାଦୁର୍ଭାବ ଏଭଳି ଚରମ ସୀମାକୁ ଚାଲିଗଲାଣି ଯେ କେଉଁଦିନ ପୁଣିଥରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ସ୍ଥାନୀୟ ଅଧିବାସୀଙ୍କ ଜୀବନ ସଂକଟାପନ୍ନ ହୋଇପଡିବ। କାହିଁକି ନା ଗତ ବର୍ଷକ ତଳେ ପୌର ଓ ପୁଲିସ୍ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ଓ ରାସ୍ତାର ପାର୍କିଂ ସମସ୍ୟାକୁ ଆଖି ଆଗରେ ରଖି ଏହି ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। କିନ୍ତୁ ଏବେ ଯଥା ପୂର୍ବଂ ତଥା ପରଂ ପରିସ୍ଥିତି ସୃଷ୍ଟି ହେବା ଫଳରେ ଗତକାଲି ସନ୍ଧ୍ୟାରେ ଜଣେ ଫଳ ଦୋକାନୀକୁ ଅପର୍ତିବିନ୍ଧା ମିରସାହି ନିବାସୀ ସେକ୍ କଇମ ଓ ତାର କେତେଜଣ ଅସାମାଜିକ ସହଯୋଗୀ ଆକ୍ରମଣ କରୁଥିବା ସମୟରେ ପୁରୁଣାବଜାର ଥାନା ଅଧୀନସ୍ଥ ନଡିଆ ବିକାଳୀ ଶଙ୍କରପୁର ନିବାସୀ ସପନ ଦେ ସେମାନଙ୍କୁ ପ୍ରତିରୋଧ କରିଥିଲେ। ଫଳରେ ଅଭିଯୁକ୍ତମାନେ ମାରଣାସ୍ତ୍ର ଦ୍ୱାରା ସପନକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସପନର ଗାଲ ଓ କାନମୂଳିରେ ଛୁରୀ ବାଜି ଗଭୀର ଆଘାତ ଲାଗିଥିଲା। ତାର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆକ୍ରମଣକାରୀକୁ ଅଟକ ରଖି ପୁଲିସ୍‌କୁ ଖବର ଦେବାରୁ ପିସିଆର ଭ୍ୟାନ୍ ପହଂଚି ଅଭିଯୁକ୍ତକୁ ଧରି ଛୁରୀ ଜବତ ସହ ଗିରଫ କରିଥିଲା। ଏବଂ ସପନକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଆଘାତ ଯୋଗୁଁ ସପନର ଭଦ୍ରକ ମେଡିକାଲରେ ୮ଟି ଷ୍ଟିଚ୍ ପଡି ଚିକିତ୍ସାଧୀନ ଅଛି। ତେବେ ଏହି ଘଟଣାରେ ସେକ୍ କଇମର ସଂପର୍କୀୟମାନେ ଆଜି ସକାଳେ ସଂଘବଦ୍ଧ ଭାବେ ଆସି ସପନର ଭାଇ ତପନ ନଡିଆ ବିକୁଥିବାବେଳେ ଜଣେ ବୃଦ୍ଧା ସସ୍ମିତା ସାହୁ ନଡିଆ ବିକାଳୀର ସମସ୍ତ ସାମଗ୍ରୀକୁ ଫୋପାଡିବା ସହ ତପନକୁ ଅଶ୍ଳୀଳ ଭାଷାରେ ବିଭିନ୍ନ ଧମକ ଚମକ ଦେଇ ‘ଏଟା ଆମ ଜାଗା, ଏଠାରୁ ନଗଲେ ଭୟଙ୍କର ପରିସ୍ଥିତି ହେବ’ ବୋଲି ଚେତାବନୀ ଦେଇଥିଲେ। ଏହି ଘଟଣାକୁ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ସମାଜସେବୀ ମାନସ ମହାନ୍ତି, ବସନ୍ତ ରାଉତ, ପ୍ରେମାନନ୍ଦ ସାହୁଙ୍କ ନେତୃତ୍ୱରେ ପ୍ରତିବାଦ କରାଯାଇ ରାସ୍ତାରୋକ କରାଯାଇଥିଲା। ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରି ଘଟଣା ସମୟରେ କର୍ତବ୍ୟରେ ଅବହେଳା କରିଥିବା ପୁଲିସ୍‌ଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଖବର ପାଇ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଜଣକୁ ଗିରଫ କରିବା ସହ ସେମାନଙ୍କର ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ଭଦ୍ରକ ସହରରେ ଉଠାଦୋକାନୀଙ୍କୁ ଖୁବ୍ ଶୀଘ୍ର ଉଚ୍ଛେଦ କରାଯିବ, ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି ପ୍ରତିଶ୍ରୁତି ଦେଇ ଥିଲେ। ଭଦ୍ରକ ସହରରେ ବିଶୃଙ୍ଖଳା ନକରିବା ପାଇଁ ବିଧାୟକ ନିବେଦନ କରିବା ସହ ରାସ୍ତା ଉପରୁ ଥିବା ଗାଡି ଦୋକାନୀ, ଟ୍ରଲ୍ ବେପାରୀ ଓ ସେମାନଙ୍କର ବେଆଇନ ଦୋକାନ ଗୁଡ଼ିକୁ ଉଠା ଯାଇଥିଲା। ଭଦ୍ରକରେ କୌଣସି ପରିସ୍ଥିତିରେ କାହାର ଧମକକୁ ଗ୍ରହଣ କରାଯିବ ନାହିଁ। ଆଇନକୁ ଯିଏ ହାତକୁ ନେବ। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାୟକ ଶ୍ରୀ ମହାପାତ୍ର କହିଥିଲେ। କିଛି ବ୍ୟବସାୟୀ ଭଦ୍ରକ ସହରକୁ ଜବରଦଖଲ କରିବାକୁ ଯୋଜନା କରୁଛନ୍ତି। ଜବର ଦଖଲ କରି ସହରକୁ ସଙ୍କୁଚିତ କରିବାକୁ ଆଉ ଦିଆଯିବ ନାହିଁ ବୋଲି ବିଧାୟକ ପ୍ରକାଶ କରିଥିଲେ। ବିଧାୟକଙ୍କ ପ୍ରତିଶ୍ରୁତି ପରେ ଲୋକେ ଆନ୍ଦୋଳନରୁ ଓହରି ଯାଇଥିଲେ। ତେବେ ଭଦ୍ରକ ଭଳି ଏକ ସମ୍ବେଦନଶୀଳ ସହରରେ ଏଭଳି ଘଟଣାର ବାରମ୍ବାର ଘଟୁଥିବାରୁ ସାଧାରଣ ଜନତାଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି। ଏଣୁ ସମସ୍ତ ଉଠା ଦୋକାନୀଙ୍କୁ ଉଚ୍ଛେଦ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.