Home ଜିଲ୍ଲା ପରିକ୍ରମା ବିଳମ୍ବ ହେଉ ପଛେ ଭଦ୍ରକରେ ନିଯୁକ୍ତି ପାଇଲେ ୭୦ ସରକାରୀ ଓକିଲ

ବିଳମ୍ବ ହେଉ ପଛେ ଭଦ୍ରକରେ ନିଯୁକ୍ତି ପାଇଲେ ୭୦ ସରକାରୀ ଓକିଲ

6

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ବିଜେପି ସରକାର ଶାସନ ଗାଦିରେ ବସିବାର ୧୮ମାସ ପରେ ଆଇନ ବିଭାଗ ତରଫରୁ ଆଜି ଭଦ୍ରକ ଜିଲ୍ଲାରେ ୭୦ଜଣ ଆଇନିଜୀବୀଙ୍କୁ ସରକାରୀ ଓକିଲ ନିଯୁକ୍ତ ସମ୍ପର୍କୀତ ବିଜ୍ଞପ୍ତି ପ୍ରକାଶ ପାଇଛି । ଜିଲ୍ଲାର ଫୌଜଦାରୀ ମାମଲା ବିଚାର ର ସମାଧାନ ପାଇଁ ୪୪ଜଣଙ୍କୁ ଭଦ୍ରକ ସଦର ମହକୁମାରେ ନିଯୁକ୍ତି ଦିଆଯାଇଛି । ଅନ୍ୟ ୨୬ଜଣଙ୍କୁ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି, ଧାମନଗର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ରାଜସ୍ୱ ଅଦାଲତରେ ନିଯୁକ୍ତି ଦିଆଯାଇଛି । ସୂଚନାନୁଯାୟୀ, ଡିଷ୍ଟ୍ରିକ ସେସନ୍ସ ଜଜ୍ କୋର୍ଟର ଗଭମେଟଂ ପ୍ଲିଡର ଭାବେ ଦିପ୍ତୀରଂଜନ ଜେନା ଓ ସ୍ପେଶାଲ ପିପି ଭାବେ(ଏନଡିପିଏସ୍‌, ଏସ୍‌ସି-ଏସଟି)ବସନ୍ତ କୁମାର ଦାସ ନିଯୁକ୍ତି ପାଇଛନ୍ତି । ସେହିପରି ସରୋଜ ତପନ ଦାସଙ୍କୁ ଆଡିସନାଲ ଗଭମେଟଂ ପ୍ଲିଡର ଭାବେ ନିଯୁକ୍ତି ଦିଆଯାଇଛି । ଅତିରିକ୍ତ ଜିଲ୍ଲାଜଜ୍‌ଙ୍କ କୋର୍ଟରେ ଆଡିସନାଲ ପିପି ଭାବେ ମାଧବ ଚନ୍ଦ୍ର ନାୟକ, ଏସୋସିଏଟ ଲୟର ଭାବେ ଚନ୍ଦ୍ରଶେଖର ସାହୁ, ସ୍ପେଶାଲ ପିପି ଏନଡିପିଏସ୍ ମାଧବ ଚନ୍ଦ୍ର ଦାସ ଓ ସ୍ପେଶାଲ ପିପି ଏସ୍‌-ଏସଟି ତୁଷାରକାନ୍ତ ଦାସଙ୍କୁ ନିଯୁକ୍ତି ମିଳିଛି । ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆଡିସନାଲ ପିପି ଭାବେ ଦୁର୍ଗାପ୍ରସନ୍ନ ରାୟ ମହାପାତ୍ର, ଆସିଟାଟଂ ପିପି ଭାବେ ଆଦିତ୍ୟ ନାରାୟଣ ମିଶ୍ର ଓ ସଞ୍ଜୀବ କୁମାର ପଣ୍ଡାଙ୍କୁ ନିଯୁକ୍ତି ମିଳିଛି । ସେହିପରି ବରିଷ୍ଠ ଦେୱାନୀ ଜଜ୍‌ଙ୍କ ଅଦାଲତରେ ଆଡିସନାଲ ଗଭମେଟଂ ପ୍ଲିଡର ଭାବେ ସଂଜୟ ମହାପାତ୍ର ଓ ସହକାରୀ ଲୟର ଭାବେ ବନମାଳି ଜେନାଙ୍କୁ ମିଳିଛି । ମାତ୍ର କନିଷ୍ଠ ଦେୱାନୀ ଜଜ୍‌ଙ୍କ ଅଦାଲତରେ ସରକାରଙ୍କ ତରଫରୁ ମାମଲା ପରିଚାଳନା ପାଇଁ କାହାରିକୁ ନିଯୁକ୍ତି ଦିଆଯାଇନି । ରେଜିଷ୍ଟର ସିଭିଲ କୋର୍ଟ ତଥା ଅତିରିକ୍ତ ଦେୱାନୀ ଅଦାଲତରେ ନମିତା ନାୟକ ଓ ଅଂଜୁବାଳା ରାଉତ(ବାଳ ଅପରାଧ) ପରିଚାଳନା ପାଇଁ ନିଯୁକ୍ତି ଦିଆଯାଇଛି । ଆଡିସନାଲ ସିଭିଲ ଜଜ୍ ସିନୟର ଡିଭିଜନ ରେ ଆଡିସନାଲ ଗଭମେଟଂ ପ୍ଲିଡର ଭାବେ ସୁବୋଧ କୁମାର ସାହୁଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଏସଡିଜେଏମଙ୍କ କୋର୍ଟରେ ଆସିଷ୍ଟାଣ୍ଡ ପିପି ଭାବେ ଗଣେଶ ଚନ୍ଦ୍ର ଦାସ, ପ୍ରଦୀପ କୁମାର ଲେଙ୍କା, ଶ୍ରୀକାନ୍ତ ତ୍ରିପାଠୀ, ବିୟଜ କୁମାର ଦାସଙ୍କୁ ନିଯୁକ୍ତି ମିଳିଛି । ସେହିପରି ଜେଏମଏଫସି-୧ କଗ୍ ଙ୍କ ଅଦାଲତରେ ଆସିଷ୍ଟାଣ୍ଡ ପିପି ଭାବେ ଦିଲିପ କୁମାର ପଣ୍ଡା ଓ କାହ୍ନୁ ଚରଣ ବାରିକ ନିଯୁକ୍ତି ପାଇଥିବା ବେଳେ ଜେଏମଏଫ୍‌ସି-୨ରେ ଆସିଷ୍ଟାଣ୍ଡ ପିପି ଭାବେ ସୁରଜିତ କୁମାର ପାଲ୍ ଓ ମନୋଜ କୁମାର ରାଉତଙ୍କୁ ନିଯୁକ୍ତି ମିଳିଛି । ସେହିପରି କ୍ରିମିନାଲ କୋର୍ଟ ଗୁଡିକରେ ୧୦ଜଣଙ୍କୁ ଆସିଷ୍ଟାଣ୍ଡ ପିପି ଭାବେ ନିଯୁକ୍ତି ମିଳିଛି । ଏମାନେ ହେଲେ-ବିଶ୍ୱରଂଜନ ଦାସ, ଦେବକୀନନ୍ଦନ ମହାପାତ୍ର, ଗିରିଜାଶଙ୍କର ଦାସଙ୍କ, ମାନସ କୁମାର ବେହେରା, ଅଂଜୁବାଳା ରାଉତ, ନାରାୟଣ ଚନ୍ଦ୍ର ସାହୁ , ଜିତେନ୍ଦ୍ର କୁମାର ପଣ୍ଡା, ନିକୁଂଜକୃଷ୍ଣ ପୁହାଣ, ମଧୁସୂଦନ ମିଶ୍ର ଓ ଜ୍ୟୋତିରଂଜନ ବେହୁରାଙ୍କୁ ନିଯୁକ୍ତି ମିଳିଛି । ସେହିଭଳି ଜିଲ୍ଲାପାଳଙ୍କ କୋର୍ଟରେ ଆସିଷ୍ଟାଣ୍ଡ ପିପି ଭାବେ ଏସ୍‌କେ ଭଳ, ସେହିଭଳି ଉପଜିଲ୍ଲାପାଳଙ୍କ କୋର୍ଟରେ ଉମେଶ ଚନ୍ଦ୍ର ଜେନା, ଅରୁଣ କୁମାର ମହାନ୍ତି, ଇଶ୍ୱରଦାସ, ନାରାୟଣ ସେନାପତିଙ୍କୁ ନିଯୁକ୍ତି ମିଳିଛି । ଅନୁରୂପଭାବେ ଉପଜିଲ୍ଲାପାଳଙ୍କ କୋର୍ଟ(କ୍ରିମିନାଲ)ରେ ଚକ୍ରଧର ରାଉତଙ୍କୁ ନିଯୁକ୍ତି ମିଳିଛି । ଭଦ୍ରକ ତହସିଲ ର ଆସିଷ୍ଟାଣ୍ଡ ପିପିଭାବେ ରିନାମୟୀ ନାୟକଙ୍କୁ ନିଯୁକ୍ତି ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.