ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଆଇନ୍ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ୍ସେବା ପ୍ରାôଦକରଣ, ଭଦ୍ରକଙ୍କ ଦ୍ୱାରା ଆୟୋଜିତ ପରିବେଶ ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଚରମ୍ପା ଗ୍ରାମ ପଂଚାୟତ ଅଫିସ୍, ଚରମ୍ପା ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ଏକ ସଚେତନା ଶୋଭାଯାତ୍ରା ଚରମ୍ପା ବଜାର ମଧ୍ୟରେ ପରିକ୍ରମା କରିଥିଲା । ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ନିଜ ବକ୍ତବ୍ୟ ମାଧ୍ୟମରେ ଆମର ପରିବେଶକୁ ଆଜି ଆମେ ସମସ୍ତେ ସୁରକ୍ଷିତ ରଖିବାକୁ ପ୍ରୟାସ ଜାରି ରଖିବା । ପରିବେଷର ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କର ଅବଦାନ ରହିବା ଆବଶ୍ୟକ । ଆମେ ଆଜି ଯଦି ପରିବେଶକୁ ସୁରକ୍ଷିତ ଓ ସୁସ୍ଥ ରଖିବା ତାହାଲେ ଆସନ୍ତାକାଲି ପରିବେଷ ଆମକୁ ସୁରକ୍ଷା ଦେବ । ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ଜଳ ପ୍ରଦୂଷଣ, ମୃତିକା ପ୍ରଦୂଷଣ, ପ୍ଲାଷ୍ଟିକ ପ୍ରଦୂଷଣ ଏସବୁ ପ୍ରଦୂଷଣକୁ ଆମେ ସମସ୍ତେ ସଚେତନ ହୋଇ ସୁରକ୍ଷା କରିବା ପାଇଁ ଚେଷ୍ଟା ଜାରି ରଖିବା ତାହାଲେ ଆମ ପରିବେଶ ପ୍ରଦୂଷଣ ମୁକ୍ତ ହୋଇପାରିବ । ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଡ଼ଃ ତାପସ କୁମାର ମହାନ୍ତି, ସହାୟକ ଏଲ୍.ଏ.ଡ଼ିସ୍.ଏସ୍, ଭଦ୍ରକ ୨୦୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଏବଂ ଜିଲ୍ଲା ଆଇନ୍ସେବା ପ୍ରାଧିକରଣର କର୍ମୀଗଣ, ସ୍ୱେଚ୍ଛାସେବୀ ଗଣ ଯୋଗାଦନ କରିଥିଲେ ।
Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ପକ୍ଷରୁ ପରିବେଶ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ, “ପରିବେଶକୁ ଆଜି ସୁରକ୍ଷିତ ରଖ...








