ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ପଂଚୁଟିକ୍ରି ପଂଚାୟତରେ ଏକ ପାଣି ପମ୍ପ ମରାମତି କରୁଥିବା ବେଳେ ୩ଜଣ ଆହତ ହୋଇ କଟକ ସ୍ଥାନାନ୍ତିରିତ ହୋଇଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ପଂଚୁଟିକ୍ରି ପଂଚାୟତ ବାଲିଘାଇ ଠାରେ ଏକ ପାଣି ପମ୍ପ ମରାମତି କରିବା ପରେ ଷ୍ଟାର୍ଟ କରାଯାଇଥିଲା। ଏହାକୁ ଷ୍ଟାର୍ଟ କରିବା ପରେ ଏହା ଫାଟି ଯାଇଥିଲା ଫଳରେ ପାଣି ପମ୍ପର ସବୁ ର ଯନ୍ତ୍ରାଂଶ ଖଣ୍ଡ ବିଖଣ୍ଡିତ ହୋଇ ସବୁ ଦିଗକୁ ଛିଟକି ପଡିଥିଲା। ଏହି ଆଘାତରେ ପାଣି ପମ୍ପ ମିସ୍ତ୍ରି ବିମଲ ମଣ୍ଡଳଙ୍କ ହ ଡାହାଣ ହାତ ଭାଙ୍ଗି ଯାଇଥିବା ବେଳେ ତାଙ୍କ ଛାତିରେ ଆଘାତ ଲାଗିଛି। ସେହିପରି ବାଲିଘାଇର ପପୁଲ ସାହୁଙ୍କ ଡାହଣ ଗୋଡ ସଂପୂର୍ଣ ଭାଙ୍ଗି ଯାଇଛି ଏବଂ ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ଲୋକଙ୍କ ଛାତି ଏବଂ ହାତରେ ଆଘାତ ଲାଗିଛି। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ୩ଜଣ ଆହତଙ୍କୁ ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି।








