Home ଜିଲ୍ଲା ପରିକ୍ରମା ଭଦ୍ରକ ରେଳ ଷ୍ଟେସନ ନିକଟରେ ଏକ ସୁଲଭ ଶୌଚାଳୟ ପାଇଁ ଦାବୀପତ୍ର ପ୍ରଦାନ

ଭଦ୍ରକ ରେଳ ଷ୍ଟେସନ ନିକଟରେ ଏକ ସୁଲଭ ଶୌଚାଳୟ ପାଇଁ ଦାବୀପତ୍ର ପ୍ରଦାନ

7

ଭଦ୍ରକ ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରେଳ ଷ୍ଟେସନ ୧୨୮ ବର୍ଷର ଅତ୍ୟନ୍ତ ପୁରୁଣା ଷ୍ଟେସନ। ମାତ୍ର ଅତୀବ ଦୁଃଖ ଓ ପରିତାପର ବିଷୟ ଏହିକି ଷ୍ଟେସନ ନିକଟରେ ଯାତ୍ରୀ ମାନଙ୍କ ପାଇଁ ତଥା ପରିଜନ ମାନଙ୍କ ପାଇଁ ଗୋଟିଏ ବି ହେଲେ ଶୌଚାଳୟ ନାହିଁ। ଯଦ୍ୱାରା ଯାତ୍ରୀ ମାନେ ତଥା ଆତ୍ମୀୟ ସ୍ୱୋଜନ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ମହିଳା, ଯୁବତୀ, ବୟସ୍କ ବ୍ୟକ୍ତି ବିଶେଷ କରି ଛୋଟ ଛୋଟ ପିଲାମାନେ ଲଜ୍ଜ୍ୟା ନିବାରଣ କରି ନ ପାରି ପରିବେଶ ପ୍ରଦୂଷଣ କରିବାକୁ ବାଧ୍ୟ ହେଉଛନ୍ତି। ୨୦୨୩ ନଭେମ୍ବର ମାସରେ ଓ ଡିସେମ୍ବର ମାସରେ ଉତ୍କଳ ସର୍ବୋଦୟ ମଣ୍ଡଳ ଭଦ୍ରକ ଜିଲ୍ଲା ସଭାପତି ଅମର କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଇଷ୍ଟ କୋଷ୍ଟ ଡିଭିଜନ ଖୋର୍ଦ୍ଧା ମଣ୍ଡଳ ର ମୁଖ୍ୟ ବାଣିଜ୍ୟ ଅଧିକାରୀ, ଖୋର୍ଦ୍ଧା ମଣ୍ଡଳ ର ମୁଖ୍ୟ ଅଧିକାରୀ, ଇଷ୍ଟ କୋଷ୍ଟ ଜୋନ ଭୁବନେଶ୍ୱର ର ମୁଖ୍ୟ ମହା ପ୍ରବନ୍ଧକ ,ଭଦ୍ରକ ଷ୍ଟେସନ ମ୍ୟାନେଜର, ରେଳ ବିଭାଗ ମନ୍ତ୍ରୀ ଙ୍କୁ ଜନସାଧାରଣ ଙ୍କ ତରଫରୁ ଦାବୀପତ୍ର ପ୍ରଦାନ କରାଯାଇଥିଲା।ତଦନୁଯାୟୀ ବରିଷ୍ଠ ବାଣିଜ୍ୟ ଅଧିକାରୀ ଖୋର୍ଦ୍ଧା ମଣ୍ଡଳ ତାଙ୍କର ପତ୍ର ସଂଖ୍ୟା ୨୪୮ ଓ ୧୧/୦୧/୨୦୨୪ ତାରିଖ ରେ ସର୍ବୋଦୟ ମଣ୍ଡଳ ଭଦ୍ରକ ଜିଲ୍ଲା ସଭାପତି ଅମର କୁମାର ପାଣିଗ୍ରାହୀ ଙ୍କୁ ଶୌଚାଳୟ ର ଆବଶ୍ୟକତା ହୃଦୟଙ୍ଗମ କରିଥିଲେ ଓ ଷ୍ଟେସନ କାର୍ଯ୍ୟ କରିବା ମଧ୍ୟରେ ଶୌଚାଳୟ ନିର୍ମାଣ କରିବାକୁ ଅବଗତ କରିଥିଲେ। ମାତ୍ର ଅତୀବ ଦୁଃଖ ଓ ଦୁର୍ଦ୍ଦଶା ର ବିଷୟ ଏହିକି, ଶୌଚାଳୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ କୁ ପାସୋରି ଦେଲେ । ତେଣୁ ଆଜି ବାଧ୍ୟ ହୋଇ ଭଦ୍ରକ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ତରଫରୁ ସମାଜ ସେବୀ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ଓ ଜନସାଧାରଣ ଙ୍କ ଶତାଧିକ ଦସ୍ତଖତ ସମ୍ବଳିତ ଦାବିପତ୍ର ସର୍ବୋଦୟ ମଣ୍ଡଳ ଭଦ୍ରକ ଜିଲ୍ଲା ସଭାପତି ଅମର କୁମାର ପାଣିଗ୍ରାହୀ ନେତୃତ୍ୱରେ ସମାଜ ସେବୀ ବିଶ୍ୱନାଥ ଅଗ୍ରୱାଲ,ରୋଟରିଆନ ଶିଶିର ମିଶ୍ର, ବିଜେପି କର୍ମକର୍ତା ପ୍ରଭାତ ପାଢ଼ୀ, ସମାଜ ସେବୀ ଦେବଦାସ ରାୟଗୁରୁ,ଓ ଯୁବନେତା ସଂତୃପ୍ତ ପାଢ଼ୀ ଭଦ୍ରକ ରେଲ ଷ୍ଟେସନ ମ୍ୟାନେଜର ଙ୍କୁ ଆଜି ଦିବା ୧ ଘଟିକା ସମୟରେ ତାଙ୍କ ପ୍ରକୋଷ୍ଠ ରେ ପ୍ରଦାନ କରିଛନ୍ତି। ଆସନ୍ତା ୧ ମାସ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଲେ ଜନସାଧାରଣ ଦୁର୍ବାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ସର୍ବୋଦୟ ମଣ୍ଡଳର ଅମର ପାଣିଗ୍ରାହୀ ଷ୍ଟେସନ ମ୍ୟାନେଜର ଙ୍କ ସମେତ ବରିଷ୍ଠ ବାଣିଜ୍ୟ ଅଧିକାରୀ ଖୋର୍ଦ୍ଧା ରୋଡ, ମୁଖ୍ୟ ମହାପ୍ରବନ୍ଧକ ଇଷ୍ଟ କୋଷ୍ଟ ଡିଭିଜନ ଭୁବନେଶ୍ୱର ଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ଏବଂ ଆସନ୍ତାକାଲି ଭଦ୍ରକ ଏମ ପି ଓ ରେଳ ବିଭାଗ ମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.