Home ଜିଲ୍ଲା ପରିକ୍ରମା ୧୯୮୭ ମସିହା ପୁରାତନ ଛାତ୍ରଛାତ୍ରୀଙ୍କ ଗୁରୁ ପୂଜନ ଓ ବନ୍ଧୁମିଳନ, ଦୀର୍ଘ ୩୮ ବର୍ଷ ପରେ...

୧୯୮୭ ମସିହା ପୁରାତନ ଛାତ୍ରଛାତ୍ରୀଙ୍କ ଗୁରୁ ପୂଜନ ଓ ବନ୍ଧୁମିଳନ, ଦୀର୍ଘ ୩୮ ବର୍ଷ ପରେ ଏକତ୍ରିତ ହୋଇ କଲେ ଗୁରୁ ବନ୍ଦନା

14

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡି ପୀଠର ସର୍ବ ପୁରାତନ ଶିକ୍ଷାକେନ୍ଦ୍ର ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟର ୧୯୮୭ ମସିହାରେ ୧୦ଶ୍ରେଣୀ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୁରୁ ପୂଜନ ଓ ବନ୍ଧୁମିଳନ ଉତ୍ସବ ବିଦ୍ୟାଳୟ ପରିସରରେ ମହା ଆଡମ୍ବର ସହ ପାଳିତ ହୋଇଥିଲା। ଦୀର୍ଘ ୩୮ ବର୍ଷ ପରେ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇଥିବାରୁ ସମସ୍ତଙ୍କ ମନରେ ଖୁସିର ବାତାବରଣ ଦେଖାଦେଇଥିଲା। ସର୍ବପ୍ରଥମେ ଛାତ୍ରଛାତ୍ରୀମାନେ ପୀଠର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ଘର୍ଷଣଲାଗି କରିଥିଲେ। ପରେ ପୀଠର ପ୍ରବେଶ ପଥ ମେଡିକାଲଛକ ଠାରେ ଅଧ୍ୟୟନ ଦେଇଥିବା ଗୁରୁ ମାନଙ୍କୁ ପୁଷ୍ପମାଲ୍ୟ ଓ ଓତରୀୟ ପ୍ରଦାନ କରି ସ୍ୱାଗତ କରିବା ସହିତ ବାଜା ରୋଷଣୀ ଦ୍ୱାରା ପୀଠ ପରିକ୍ରମା କରାଇଥିଲେ। ଏହି ଶୋଭାଯାତ୍ରାରେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଛାତ୍ରଛାତ୍ରୀମାନେ ସାମିଲ ହୋଇ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢ଼ା ପରିକ୍ରମା କରିଥିଲେ। ପରେ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସମସ୍ତ ଶିକ୍ଷକ ବିଦ୍ୟାଳୟ ପରିସରରେ ପହଂଚିବା ପରେ ଗୁରୁ ପୂଜନ ଓ ଗୁରୁ ବନ୍ଦନା ଅନୁଷ୍ଠିତ ହୋଇଥିଲା। ଏହି ପୁରାତନ ବିଦ୍ୟାଳୟ ସ୍ଥାପନ ହେବା୧୯୫୪ମସିହା ଠାରୁ ୧୯୯୯ମସିହା ଯାଏଁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାବାଜି ଚରଣ ପଣ୍ଡା ଭଲମନ୍ଦକୁ ପାଥେୟ କରି ପାଠ ପଢ଼ାଇବା ସହ ବିଦ୍ୟାଳୟକୁ ଆଗେଇ ନେଇଥିଲେ। ସେହିପରି ସହକାରୀ ଶିକ୍ଷକ ଭାବେ କଳାକାର ନାୟକ, ପ୍ରଧାନଶିକ୍ଷକ ଭାବେ ବଂଶିଧର ପାଢୀ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବା ସହ ଦିଗଦର୍ଶନ ଦେଇଥିବା ୧୯୮୭ ମସିହା ବ୍ୟାଚର ଛାତ୍ରଛାତ୍ରୀମାନେ ତାଙ୍କର ଅଭିଭାଷଣ ରଖିଥିଲେ। ଅନ୍ୟପଟେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାବାଜି ଚରଣ ପଣ୍ଡା ତାଙ୍କ ଅଭିଭାଷଣରେ ସ୍ମୃତି ଚିରନ୍ତନ ଅମର ଓ ଅଜୟ ବୋଲି କହିବା ସହ ଦୀର୍ଘବର୍ଷ ପରେ ବିଦ୍ୟାଳୟକୁ ଆସି ବିଗତ ଦିନରେ ସ୍ମୃତି ବଖାଣି ଥିଲେ। ଏପରିକି ଆୟୋଜନ କରିଥିବା ଛାତ୍ରଛାତ୍ରୀଙ୍କୁ କୃତଜ୍ଞ ଜଣାଇଥିଲେ। ପରେ ଛାତ୍ରଛାତ୍ରୀମାନେ ସମସ୍ତ ଗୁରୁ ମାନଙ୍କୁ ମାନପତ୍ର ଦେଇ ତାଙ୍କ ଠାରୁ ଆଶିଷ କାମନା ଗ୍ରହଣ କରିଥିଲେ। ଏହି ଉତ୍ସବରେ ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଇନ୍ଦ୍ରଜିତ ସ୍ୱାଇଁଙ୍କ ସହ ଆୟୋଜନ କରିଥିବା ୧୯୮୭ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.