Home ଜିଲ୍ଲା ପରିକ୍ରମା ୪୨ ତମ ଖ୍ୱାଜା ଗରିବ ନୱାଜ଼ଙ୍କ ବାର୍ଷିକ ସମାରୋହ,ଅତିଥି ଭାବେ ଡେପୁଟି କଲେକ୍ଟରଙ୍କ ଯୋଗଦାନ

୪୨ ତମ ଖ୍ୱାଜା ଗରିବ ନୱାଜ଼ଙ୍କ ବାର୍ଷିକ ସମାରୋହ,ଅତିଥି ଭାବେ ଡେପୁଟି କଲେକ୍ଟରଙ୍କ ଯୋଗଦାନ

3

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ପୁରୁଣା ବଜ଼ାର ଛକ ଠାରେ ଖ୍ୱାଜା ଗରିବ ନୱାଜ କମିଟି ଆନୁକୂଲ୍ୟରୁ ଦୁଇ ଦିନ ଧରି ୪୨ ତମ ବାର୍ଷିକ ଖ୍ୱାଜା ଗରିବ ନୱାଜ କନଫେରେନ୍ସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ ପ୍ରଥମ ଦିନ ରାତ୍ରି ୮ ଘଟିକା ସମୟରେ ଲଙ୍ଗର (ଫାତେହା ) ହୋଇ ସର୍ବସାଧାରଣଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ଓ ଦ୍ୱିତୀୟ ଦିନ ରାତ୍ରି ୯. ୩୦ ଘଟିକା ସମୟରେ ଏକ ଧର୍ମସଭାର ଆୟୋଜନ ହୋଇଥିଲାି। ଜାମା ମସଜିଦର ଖତିବ ଓ ଏମାମ ମହମ୍ମଦ ସାଦିକ ହୋସେନ ଙ୍କ କୋରାନ ତିଲାୱତ ରୁ ଆରମ୍ଭ ହୋଇଥିଲା ଏବଂ ଧର୍ମସଭା ରେ ସଂଚାଳକ ଭାବେ ମାଷ୍ଟର ମୁସ୍ତାକ ଗୌହର ଦାୟିତ୍ୱ ତୁଲାଇଥିଲେି। ଝାଡ଼ଖଣ୍ଡ ରୁ (ପଣ୍ଡିତ) ମୌଲାନା ଇଫତେଖାର ଅହେମଦ ନୂରୀ , ଝାଡ଼ଖଣ୍ଡ ରୁ କବି ସାୱାନ ମଧୁପୁରୀ, ୟୁପିରୁ କବି ଅବଦୁଲ ଓକିଲ ମୋବାରାକପୁରୀ , ଟାଟାରୁ କବି ଖ୍ୱାଜା ଗୋଲାମ ସରୱର ଓ ଅଲାଲପୁର ମସଜିଦର ଈମାମ ମଧ୍ୟ ଯୋଗଦାନ କରି ଖ୍ୱାଜା ଗରିବ ନୱାଜଙ୍କ ନୀତିବାଣୀ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଆକର୍ଷଣ ତଥା ମୁଖ୍ୟ ଅତିଥି ଭାବେ ଭଦ୍ରକ ଡେପୁଟି କଲେକ୍ଟର କାର୍ତିିକନାଥ ମଣ୍ଡଳ ଯୋଗଦାନ କରି କମିଟି ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା ।ଏହି ଧର୍ମସଭାରେ କମିଟିର ସଭାପତି ନସରୁ ଖାନ , ଉପ-ସଭାପତି ଶେଖ ଅନୱର, ସମ୍ପାଦକ କଲିମୁଦ୍ଦିନ ଖାନ , ମୀନହାଜ , ଇସାର ଅଲି , ଶେଖ ନୌଷାଦ, ଶେଖ ଫଖରୁଦ୍ଦିନ, ମୀର କାଲିଆ, ଗୋଲାମ ମୋହିଦ୍ଦିନ , ଏମାମୁଲ ଖାନ, ହକିଲ କାଦରୀ ଓ ସହେଜାଦା ଖାନ ପ୍ରମୁଖ ଉପସ୍ଥିତ ରହି ଧର୍ମସଭା ଦାୟିତ୍ୱ ତୁଳାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.