Home ଜିଲ୍ଲା ପରିକ୍ରମା ୧୯୭୮ ରୁ ୧୯୯୦ ମସିହା ବେଚର ବନ୍ଧୁ ମିଳନ

୧୯୭୮ ରୁ ୧୯୯୦ ମସିହା ବେଚର ବନ୍ଧୁ ମିଳନ

4
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୮ା୧୨ (ଏମ୍‌ଏନ୍‌ଏସ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଂଚାୟତର ଜାହାଙ୍ଗିର ସ୍ଥିତ ଜନତା ଉଚ୍ଚ ବିଦ୍ୟାପୀଠ ରେ ଅଧ୍ୟୟନ କରିଥିବା ୧୯୭୮ ରୁ ୧୯୯୦ ମସିହା ମେଟ୍ରିକ ବ୍ୟାଚର ପୁରାତନ ଛାତ୍ର ଛାତ୍ରୀମାନଙ୍କର ଦ୍ୱିତୀୟ ବାର୍ଷିକ ମେଗା ବନ୍ଧୁମିଳନ ସ୍ଥାନୀୟ ଫଳପୁର ଗ୍ରାମ୍ୟ ଜଙ୍ଗଲ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବନ୍ଧୁମିଳନ ରେ ପୁରାତନ ଛାତ୍ର ଛାତ୍ରୀମାନଙ୍କ ସହ ସେମାନଙ୍କ ପରିବାରର ସଦସ୍ୟ ଓ ସେ ସମୟରେ ଶିକ୍ଷା ଦେଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ଅତୀତର ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ଗୁରୁ ଶିଷ୍ୟଙ୍କ ସମ୍ପର୍କ ଓ ଶିକ୍ଷାର ମାନ ବିଷୟରେ ବର୍ଣନା କରାଯାଇଥିଲା। ବିଗତ ଦିନର ସ୍ମୃତିକୁ ମନେ ପକେଇ ଆୟୋଜନର ମୁଖ୍ୟ ଆୟୋଜକ ଚିନ୍ତାମଣି ଜେନା ସମସ୍ତଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ସୂଚନା ପ୍ରଦାନ କରିଥିଲେ । ସ୍କୁଲର ସେ ଦିନର ସମ୍ପାଦକ ଗୋପିନାଥ ବେହୁରିଆ ଯୋଗ ଦେଇ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଶିକ୍ଷକ ମାନଙ୍କ ମଧ୍ୟରେ ସର୍ବ ଖଗେଶ୍ୱର ତ୍ରିପାଠୀ , ବିପିନ ବିହାରୀ ରାଉତ, ନିତ୍ୟାନନ୍ଦ ଘଡାଇ, ବିଶ୍ୱନାଥ ମହାପାତ୍ର, ଅଶୋକ କୁମାର ପଲାଇ, ରବୀନ୍ଦ୍ର କୁମାର ବେହୁରିଆ, ପିତାମ୍ବର ଦାସ, ଚକ୍ରଧର ସାହୁ ,ଅକ୍ଷୟ କୁମାର ନାୟକ, ମନୋରମା ନାୟକ ଓ ଅଭିରାମ ନାୟକ ପ୍ରମୁଖ ଯୋଗ ଦେଇ ଥିଲେ ସେମାନଙ୍କୁ ପୁରାତନ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଗୁରୁ ପୂଜନ ଓ ସମ୍ବର୍ଦ୍ଧନା କରା ଯାଇଥିଲା । ରାଧାନାଥ ଘଡାଇ , ନାରାୟଣ ଚନ୍ଦ୍ର ବେହୁରିଆ ଓ ଭରତ ଚନ୍ଦ୍ର ଘଡାଇ ବିଭିନ୍ନ ବେଚରେ ସଭାପତିତ୍ୱ କରିଥିଲେ । ମନୋରଞ୍ଜନ କାର୍ଯ୍ୟକ୍ରମକୁ ଭରତ କୁମାର ଷଡଙ୍ଗୀ, ମନୋରଞ୍ଜନ ମିଶ୍ର, ନାଥୁରାମ ଘଡାଇ, ଅଭିରାମ ମହାନ୍ତି ଓ କିଶୋର କୁମାର ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ । ଭୋଜିଭାତର ଆୟୋଜନର ଦାୟିତ୍ୱ ବିଶ୍ୱଜିତ ପଣ୍ଡା, ରବୀନ୍ଦ୍ର କୁମାର ମୁଦୁଲି , ସଚ୍ଚିତାନନ୍ଦ ପାଣିଗ୍ରାହୀ , ଅଶୋକ କୁମାର ମହାନ୍ତି ଓ ସୁବାସ ଚନ୍ଦ୍ର ରାଉତ,ବିରଜା ରାଉତ,ଅଭୟ ରାଉତ,ପ୍ରଶାନ୍ତ ତ୍ରୀପାଠୀ, ଭଜ ଗୋବିନ୍ଦ ଘଡାଇ ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଙ୍କୁ ପୁରାତନ ଛାତ୍ର ପ୍ରଦୀପ କୁମାର ମହାପାତ୍ର ସ୍ୱାଗତ କରିଥିଲେ। ଶେଷରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ କୁ ପରିଚାଳନ କରିଥିଲେ । ଏହି ଅବସର ରେ ପତ୍ରିକା ସ୍ମୃତି ଗୁଛ କୁ ଉନ୍ମୋଚନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.