ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ରେ ଥିବା ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ କାନ୍ତ ସାହିତ୍ୟ ପରିଷଦର ନୂତନ କର୍ମ କର୍ମକର୍ତା ମନୋନୟନ କରାଯାଇଛି। ସର୍ବସମ୍ମତ କ୍ରମେ ସଭାପତି ମହେଶ୍ୱର ସ୍ୱାଇଁ,ଉପସଭାପତି ଅଭିମନ୍ୟୁ ମଲିକ ଓ ହୃଦା ନନ୍ଦ କର,ସଧାରଣ ସମ୍ପାଦକ ମନୋଜ କୁମାର ସିଂ,ସମ୍ପାଦକ ସନ୍ତୋଷ କୁମାର ପାଢୀ ଓ କୁଳମଣି ବେହେରା,କୋଷାଧ୍ୟକ୍ଷ ଭାବ ଗ୍ରାହୀ ଖୁଂଟିଆ,କାର୍ଯ୍ୟକାରୀ ସଦସ୍ୟ ପ୍ରଦୀପ କୁମାର ମହାପାତ୍ର,ସୁଶାନ୍ତ ରାଉତ,ସୁଧୀର ନାୟକ,ରଜତ ପଣ୍ଡା, ଉପଦେଷ୍ଟା ଭାବେ ବାସୁଦେବ ତ୍ରୀପାଠୀ,ଅନିଲ କୁମାର ବାରିକ,ରସାନନ୍ଦ ମହାପାତ୍ର,ସଚ୍ଚିକାନ୍ତ ପଣ୍ଡା , ନିରାକାର ଧଳ ଓ ସୁରେନ୍ଦ୍ର ସେଠୀ ଙ୍କୁ ମନୋନୀତ କରା ଯାଇଥିଲା, ଏହି କର୍ମକର୍ତା ଆଗମୀ ତିନିବର୍ଷ ପାଇଁ କାର୍ଯ୍ୟ କରିବ। ସଭ୍ୟ ରାଧେଶ୍ୟାମ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।








