Home ଜିଲ୍ଲା ପରିକ୍ରମା ତିହିଡିକୁ ଏନଏସି ଘୋଷଣା କଲେ ସରକାର, ୩ ପଂଚାୟତ ଅଧିନ ୩୪ ୱାର୍ଡର ୧୩,୮୦୬ ଅଧିବାସୀ...

ତିହିଡିକୁ ଏନଏସି ଘୋଷଣା କଲେ ସରକାର, ୩ ପଂଚାୟତ ଅଧିନ ୩୪ ୱାର୍ଡର ୧୩,୮୦୬ ଅଧିବାସୀ ଅନ୍ତର୍ଭୁକ୍ତ, ବାଦ୍ ପଡିଲା ଫତେପୁର ପଂଚାୟତ

3

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼କୁ ସରକାର ବିଜ୍ଞାପିତ ଅଂଚଳ (ଏନଏସି )ଘୋଷଣା କରିଛନ୍ତି । ସରକାରୀଭାବେ ଏନଏସି ଘୋଷଣା ପରେ ବ୍ଲକ ଅଧୀନ ୩ପଂଚାୟତର ୭ଟି ରାଜସ୍ୱ ଗ୍ରାମର ୩୪ୱାର୍ଡର ୧୩,୮୦୬ ଅଧିବାସୀ ଅନ୍ତର୍ଭୁକ୍ତ ହୋଇଛନ୍ତି। ତେବେ ଫତେପୁର ପଂଚାୟତ ଏନଏସିରୁ ବାଦ ପଡିଥିବା ଜଣାପଡ଼ିଛି। ପଂଚାୟତକୁ ଏନସିରେ ଅନ୍ତର୍ଭୁତ କରିବା ପାଇଁ କେତେକ ପଂଚାୟତବାସୀ ଦାବି କରିଥିଲେ ମଧ୍ୟ ଏହି ପଂଚାୟତ ଏନଏସିର ମାନ୍ୟତା ପାଇପାରିନଥିବା ଜଣାଯାଇଛି। ତିହିଡି଼କୁ ଏନଏସିର ମାନ୍ୟତା ପ୍ରଦାନ ପାଇଁ ଜୋରଦାର ଦାବି ହୋଇଥିଲା । ଏପରିକି ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପଦକ୍ଷେପ ମଧ୍ୟ ନିଆଯାଇଥିଲା । ତେବେ ଗତ ଅଗଷ୍ଟ ୧୬ତାରିଖରେ ତିହିଡି଼ ଏନଏସି ହେବ ବୋଲି ଡ୍ରାଫ୍ଟ ନୋଟିଫିକେସନ ହୋଇଥିଲା । ଶେଷରେ ଡିସେମ୍ବର ୨୨ତାରିଖରେ ସରକାର ତିହିଡିକୁ ଏନଏସି ଘୋଷଣା କରିଛନ୍ତି।ଏଥିରେ ଭାଟପଡ଼ା, ମୁକୁନ୍ଦପୁର ଏବଂ ମହରମପୁର ପଂଚାୟତର ୩୪ୱାର୍ଡ଼କୁ ସାମିଲ କରାଯାଇଥିଲା। ତେବେ ଏନଏସି ନେଇ ଯଦି କୌଣସି ଅଭିଯୋଗ ଥାଏ ମାସକ ମଧ୍ୟରେ ଜଣାଇବାକୁ ସୂଚନା ଦିଆଯାଇଥିଲା । ଫତେପୁର ପଂଚାୟତର କେତେକ ଅଧିବାସୀ ପଂଚାୟତକୁ ଏନଏସିରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ପ୍ରସ୍ତାବ ନିୟମ ବହିର୍ଭୁତ ହୋଇଥିବାରୁ ପ୍ରସ୍ତାବ ଗ୍ରହଣୀୟ ହୋଇ ପାରିଲା ନାହିଁ ବୋଲି ବିଡ଼ିଓ ନିରଞ୍ଜନ ବାରିକ ପ୍ରକାଶ କରିଛନ୍ତି । ଭାଟପଡ଼ା, ମୁକୁନ୍ଦପୁର ଓ ମହରମପୁର ପଂଚାୟତର ମୋଟ ୧୩, ୮୦୬ଜଣ ଅଧିବାସୀ ଏନଏସି ଅନ୍ତର୍ଭୁକ୍ତ ହୋଇଛନ୍ତି । ଭାଟପଡ଼ା ପଂଚାୟତର ମିର୍ଜାପୁର, ମଙ୍ଗରାଜପୁର ଓ ଭାଟପଡ଼ା ରାଜସ୍ୱ ଗ୍ରାମର ମୋଟ ୨୩ୱାର୍ଡ଼ର ୧୦ହଜାର ୫୬, ମୁକୁନ୍ଦପୁର ପଂଚାୟତର କାଳି ମେଘା, ବିଦ୍ୟାଧରପୁର ଓ କଂଚନପୁର ରାଜସ୍ୱ ଗ୍ରାମର ୮ଟି ୱାର୍ଡ଼ର ୦୨ହଜାର ୯୨୨ଏବଂ ମହରମପୁର ପଂଚାୟତର ସାଠିବାଟି ରାଜସ୍ୱ ଗ୍ରାମର ୩ଟି ୱାର୍ଡ଼ର ୮୨୮ଜଣ ଅଧିବାସୀ ଏନଏସି ଅଧୀନରେ ରହିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.