Home ଜିଲ୍ଲା ପରିକ୍ରମା ଚରମ୍ପା ଯୁବକ ସଂଘ ଦ୍ୱାରା ଆୟୋଜିତ ସର୍ବଭାରତୀୟ କ୍ରିକେଟ୍ କପ୍ ଟୁର୍ଣ୍ଣାମେଂଟ

ଚରମ୍ପା ଯୁବକ ସଂଘ ଦ୍ୱାରା ଆୟୋଜିତ ସର୍ବଭାରତୀୟ କ୍ରିକେଟ୍ କପ୍ ଟୁର୍ଣ୍ଣାମେଂଟ

4

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଚରମ୍ପା ଆରସିବିଏଲ୍ ହାଇସ୍କୁଲ ପଡିଆରେ ଆଜି ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଖେଳରେ ପ୍ରଶାସନ ଏକାଦଶ ଏବଂ ବିଧାୟକ ଏକାଦଶ ମଧ୍ୟରେ ହୋଇଥିଲା। ପ୍ରଶାସନ ଏକାଦଶ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ୨୦ ଓଭରରେ ୫ ୱିକେଟ୍ ହରାଇ ୨୭୮ ରନ୍ କରିଥିଲା। ଏହାକୁ ଲକ୍ଷ୍ୟକରି ବିଧାୟକ ଏକାଦଶ ୨୦ ଓଭର ଖେଳି ୯ ୱିକେଟ୍ ହରାଇ ୨୨୧ ରନ୍ ସଂଗ୍ରହ କରିଥିଲା। ଆଜିର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପ୍ରଶାସନ ଏକାଦଶର ବୁଦନ ମାଝୀ ୫୨ ବଲ୍‌ରେ ୧୨୪ ରନ୍ କରିଥିଲେ। ଆଜିର ମ୍ୟାନ୍ ଅପ୍ ଦି ମ୍ୟାଚ୍ ଟ୍ରଫିକୁ ଅନୁଷ୍ଠାନର ସଂପାଦକ ମଦନ ମୋହନ ମହାନ୍ତି ପ୍ରଦାନ କରିଥିଲେ। ଏହି ଖେଳକୁ ଲଲାଟ କେଶରୀ ନନ୍ଦ ଏବଂ ରଂଜନ ମହାନ୍ତି ପରିଚାଳନା କରିଥିଲେ। ବିଜେତା ଦଳକୁ ଅନୁଷ୍ଠାନର ସଭାପତି ପଦ୍ମନାଭ ପଣ୍ଡା ପୁରସ୍କୃତ କରିଥିବାବେଳେ ପରାଜିତ ଦଳକୁ ରୋଟାରିଆନ୍ ଶିଶିର କୁମାର ମିଶ୍ର ପୁରସ୍କୃତ କରିଥିଲେ। ଏହି ମ୍ୟାଚ୍‌କୁ ଗଗନ ରାଉଳ, ଜିତେନ୍ଦ୍ର ପଢିଆରୀ, ବିଶାଲ ଲାଖାନୀ, ତପନ ରାଉତ, ରଜତ ନାୟକ, ବିଭୂତି ଭୂଷଣ ପଲାଇ, ଅଶ୍ୱିନୀ ରଣା, ସ୍ନେହାଶିଷ ମିଶ୍ର ପ୍ରମୁଖ ପରିଚାଳନା କରିଥିବାବେଳେ ଏମ୍ ଡି ସମିର ସ୍କୋରର ଭାବେ କାର୍ଯ୍ୟ କରିଥିଲେ। ଶେଷରେ ବିଧାୟକ ଏକାଦଶର କ୍ୟାପ୍‌ଟେନ୍ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ସମସ୍ତ ଖେଳାଳିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.